ବିଜେଡି ଛାଡ଼ିଲେ ଦେବେନ୍ଦ୍ର କହଁର, ଦଳ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

ଫୁଲବାଣୀ: ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। ଯାହାକୁ ଆହୁରି ବଢ଼ାଉଛି ପ୍ରତିଦିନ ରାଜନେତାଙ୍କ ଦଳଡିଆଁ। ଟିକେଟ୍‌ ଆଶାରେ ତିନି ପ୍ରମୁଖ ଦଳର ଆଶାୟୀ ନେତା ଦଳବଦଳ ଜାରି ରଖିଛନ୍ତି। ଏହାରି ମଧ୍ୟରେ, ବୁଧବାର ବିଜେଡି ଛାଡ଼ିଛନ୍ତି ଆଉ ଜଣେ ନେତା।ବିଜେଡି ଛାଡିଲେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ବିଜେଡି ଛାଡ଼ିବା ସହ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ଦେବେନ୍ଦ୍ର। ଦୀର୍ଘ ୧୫ ବର୍ଷ ଧରି ଦଳ ପାଇଁ କାମ କରିବା ପରେ ବି ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ତାଙ୍କର ବିଜେଡି ଛାଡ଼ିବା ପରେ ବୁଧବାର ଗୋଟିଏ ଦିନରେ ଦୁଇ ଦୁଇ ଜଣ ନେତା ଦଳ ଛାଡ଼ିଛନ୍ତି। ଆହୁରି ପଢ଼ନ୍ତୁ:ମିଳିଲାନି ଟିକେଟ୍, ବିଜେଡ଼ିରୁ ଇସ୍ତଫା ଦେଲେ ବିଧାୟକ ପର୍ଶୁରାମ ଧଡ଼ା ସୂଚନାଥାଉକି, ତାଙ୍କ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ମଙ୍ଗଳବାର, ବିଜେଡି  ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ଦଳ ତାଙ୍କୁ ଟିକେଟ୍‌ନ ଦେବାରୁ ସେ ଆଜି ଇସ୍ତଫା ଦେଇଛନ୍ତି। ସୋରରୁ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ୍ ଦେଇଛି।ସୂଚନାଯୋଗ୍ୟ, ବୁଧବାର ବିଜେଡି ଦ୍ଵିତୀୟ ପର୍ଯ୍ୟାୟରେ ୨୭ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀକୁ ମି

ବିଜେଡି ଛାଡ଼ିଲେ ଦେବେନ୍ଦ୍ର କହଁର, ଦଳ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

ଫୁଲବାଣୀ: ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। ଯାହାକୁ ଆହୁରି ବଢ଼ାଉଛି ପ୍ରତିଦିନ ରାଜନେତାଙ୍କ ଦଳଡିଆଁ। ଟିକେଟ୍‌ ଆଶାରେ ତିନି ପ୍ରମୁଖ ଦଳର ଆଶାୟୀ ନେତା ଦଳବଦଳ ଜାରି ରଖିଛନ୍ତି। ଏହାରି ମଧ୍ୟରେ, ବୁଧବାର ବିଜେଡି ଛାଡ଼ିଛନ୍ତି ଆଉ ଜଣେ ନେତା।

ବିଜେଡି ଛାଡିଲେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ବିଜେଡି ଛାଡ଼ିବା ସହ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ଦେବେନ୍ଦ୍ର। ଦୀର୍ଘ ୧୫ ବର୍ଷ ଧରି ଦଳ ପାଇଁ କାମ କରିବା ପରେ ବି ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ତାଙ୍କର ବିଜେଡି ଛାଡ଼ିବା ପରେ ବୁଧବାର ଗୋଟିଏ ଦିନରେ ଦୁଇ ଦୁଇ ଜଣ ନେତା ଦଳ ଛାଡ଼ିଛନ୍ତି। 

ଆହୁରି ପଢ଼ନ୍ତୁ:

ମିଳିଲାନି ଟିକେଟ୍, ବିଜେଡ଼ିରୁ ଇସ୍ତଫା ଦେଲେ ବିଧାୟକ ପର୍ଶୁରାମ ଧଡ଼ା 

ସୂଚନାଥାଉକି, ତାଙ୍କ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ମଙ୍ଗଳବାର, ବିଜେଡି  ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ଦଳ ତାଙ୍କୁ ଟିକେଟ୍‌ନ ଦେବାରୁ ସେ ଆଜି ଇସ୍ତଫା ଦେଇଛନ୍ତି। ସୋରରୁ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ୍ ଦେଇଛି।

ସୂଚନାଯୋଗ୍ୟ, ବୁଧବାର ବିଜେଡି ଦ୍ଵିତୀୟ ପର୍ଯ୍ୟାୟରେ ୨୭ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀକୁ ମିଶାଇ ମୋଟ୍ ୯୯ ଆସନରେ ଦଳ ପ୍ରାର୍ଥୀ ଦେଇ ସାରିଲାଣି। ଆଉ ୪୮ଟି ସିଟ୍‌ରେ ପ୍ରାର୍ଥୀ ଘୋଷଣା ବାକି ରହିଛି।