ଖାଦ୍ୟ ପାଇଁ ଯାଉଥିବାବେଳେ ଗୁଳି: ୩୨ ମୃତ
ରାଫାହ,୨ା୬: ଗାଜା ଷ୍ଟ୍ରିପ୍ର ଏକ ସହାୟତା କେନ୍ଦ୍ରରୁ ଭୋକିଲା ଲୋକମାନେ ରବିବାର ଖାଦ୍ୟ ସଂଗ୍ରହ କରୁଥିବାବେଳେ ଇସ୍ରାଏଲ୍ ସେନା ଆକ୍ରମଣ କରିବାରୁ ଅନୂ୍ୟନ ୩୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୭୦ ଜଣ ଆହତ ହୋଇଛନ୍ତି। ଆମେରିକାର ଏକ ଘରୋଇ ସଂଗଠନ ପକ୍ଷରୁ ମାନବୀୟ ସହାୟତା କେନ୍ଦ୍ର ଚାଲିଥିବାବେଳେ ଏହାର ୧ କିଲୋମିଟର ଦୂରରୁ ଇସ୍ରାଏଲୀ ସୈନ୍ୟ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ସହାୟତା କେନ୍ଦ୍ରରେ ଲୋକଙ୍କୁ ହତ୍ୟା ଘଟଣାରୁ ଉକ୍ତ ଅଞ୍ଚଳ ମାନବୀୟ ସହାୟତା କେନ୍ଦ୍ର […] The post ଖାଦ୍ୟ ପାଇଁ ଯାଉଥିବାବେଳେ ଗୁଳି: ୩୨ ମୃତ appeared first on Dharitri Odia News.
ରାଫାହ,୨ା୬: ଗାଜା ଷ୍ଟ୍ରିପ୍ର ଏକ ସହାୟତା କେନ୍ଦ୍ରରୁ ଭୋକିଲା ଲୋକମାନେ ରବିବାର ଖାଦ୍ୟ ସଂଗ୍ରହ କରୁଥିବାବେଳେ ଇସ୍ରାଏଲ୍ ସେନା ଆକ୍ରମଣ କରିବାରୁ ଅନୂ୍ୟନ ୩୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୭୦ ଜଣ ଆହତ ହୋଇଛନ୍ତି। ଆମେରିକାର ଏକ ଘରୋଇ ସଂଗଠନ ପକ୍ଷରୁ ମାନବୀୟ ସହାୟତା କେନ୍ଦ୍ର ଚାଲିଥିବାବେଳେ ଏହାର ୧ କିଲୋମିଟର ଦୂରରୁ ଇସ୍ରାଏଲୀ ସୈନ୍ୟ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।
ସହାୟତା କେନ୍ଦ୍ରରେ ଲୋକଙ୍କୁ ହତ୍ୟା ଘଟଣାରୁ ଉକ୍ତ ଅଞ୍ଚଳ ମାନବୀୟ ସହାୟତା କେନ୍ଦ୍ର ନୁହେଁ ବରଂ ଗଣହତ୍ୟାର ଯନ୍ତାରେ ପରିଣତ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ଗାଜାର ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ କହିଛି। ଯୁଦ୍ଧର ଏକ କୌଶଳ ଭାବେ ସହାୟତାର ବ୍ୟବସ୍ଥିତ ଓ ଦୁର୍ଭାବନାପୂର୍ଣ୍ଣ ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି। ଭୋକିଲା ଲୋକଙ୍କୁ ବ୍ଲାକ୍ମେଲ୍ କରି ସେମାନଙ୍କ ହତ୍ୟା ପଏଣ୍ଟକୁ ଆସିବା ପାଇଁ ବାଧ୍ୟ କରାଯାଉଛି। ଉକ୍ତ ଅଞ୍ଚଳକୁ ସେନା ନିୟନ୍ତ୍ରଣରେ ରଖାଯାଇଛି। ଏଭଳି ଅପରାଧ ପାଇଁ ଆମେରିକା ପ୍ରଶାସନ ନୈତିକତା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଦାୟୀ ବୋଲି ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ସପ୍ତାହେରୁ କମ୍ ସମୟ ମଧ୍ୟରେ ଆମେରିକା ସମର୍ଥତ୍ତ ସହାୟତା କେନ୍ଦ୍ରରେ ୩୯ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଲାଣି। ରାଫାହରେ କ୍ଷୁଧିତ ଲୋକଙ୍କୁ ହତ୍ୟା ଘଟଣାକୁ ପପୁଲାର ଫ୍ରଣ୍ଟ ଫର୍ ଦି ଲିବରେଶନ ଅଫ୍ ପାଲେଷ୍ଟାଇନ୍ ନିନ୍ଦା କରିଛି। ଅନ୍ତର୍ଜାତୀୟ ସଲାସୁତୁରା ଏବଂ ଆମେରିକାର ଯୋଗଦାନରେ ଏହି ଗଣହତ୍ୟା କରାଯାଉଥିବା ଉକ୍ତ ସଂଗଠନ କହିଛି। ଗାଜାରେ ଗଣହତ୍ୟାକାରୀ ଯୁଦ୍ଧରେ ଇସ୍ରାଏଲ୍କୁ ସହାୟତା କରୁଥିବା ଆମେରିକା ସମର୍ଥତ୍ତ ଫାଉଣ୍ଡେଶନକୁ ଜାତିସଂଘ ଏବଂ ବିଭିନ୍ନ ସହାୟତା ପ୍ରଦାନକାରୀ ସଂସ୍ଥା ସହଯୋଗ କରିବାକୁ ମନା କରିଦେଇଛନ୍ତି। ଗାଜା ଏବେ ପୃଥିବୀର ସବୁଠୁ କ୍ଷୁଧାର୍ତ୍ତ ସ୍ଥାନ ପାଲଟିଥିବାବେଳେ ପାଲେଷ୍ଟିନୀୟମାନେ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା ଜାତିସଂଘ କହିଛି।
The post ଖାଦ୍ୟ ପାଇଁ ଯାଉଥିବାବେଳେ ଗୁଳି: ୩୨ ମୃତ appeared first on Dharitri Odia News.