ଖାଦ୍ୟ-ପାଣି ବିନା ୧୩ ଘଣ୍ଟା କୁଏଟ ଏୟାରପୋର୍ଟରେ ଫସିଲେ ଭାରତୀୟ

ନୂଆଦିଲ୍ଲୀ,୧।୧୨: ମୁମ୍ବାଇରୁ ମଞ୍ଚେଷ୍ଟରକୁ ଯାଉଥିବା ଭାରତୀୟ ଯାତ୍ରୀମାନେ କୁଏଟ ବିମାନବନ୍ଦରରେ ପ୍ରାୟ ୧୩ ଘଣ୍ଟା ଧରି ଅଟକି ରହିଛନ୍ତି। ଯାତ୍ରୀମାନେ ଖାଦ୍ୟ କିମ୍ବା ସହାୟତା ନ ପାଇଥିବା ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଗଲ୍ଫ ଏୟାର ଯାତ୍ରୀମାନେ ବିମାନବନ୍ଦର ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଗଲ୍ଫ ଏୟାର ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଏକ ପୋଷ୍ଟରେ ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହଇରାଣ […] The post ଖାଦ୍ୟ-ପାଣି ବିନା ୧୩ ଘଣ୍ଟା କୁଏଟ ଏୟାରପୋର୍ଟରେ ଫସିଲେ ଭାରତୀୟ appeared first on Dharitri Odia News.

ଖାଦ୍ୟ-ପାଣି ବିନା ୧୩ ଘଣ୍ଟା କୁଏଟ ଏୟାରପୋର୍ଟରେ ଫସିଲେ ଭାରତୀୟ

ନୂଆଦିଲ୍ଲୀ,୧।୧୨: ମୁମ୍ବାଇରୁ ମଞ୍ଚେଷ୍ଟରକୁ ଯାଉଥିବା ଭାରତୀୟ ଯାତ୍ରୀମାନେ କୁଏଟ ବିମାନବନ୍ଦରରେ ପ୍ରାୟ ୧୩ ଘଣ୍ଟା ଧରି ଅଟକି ରହିଛନ୍ତି। ଯାତ୍ରୀମାନେ ଖାଦ୍ୟ କିମ୍ବା ସହାୟତା ନ ପାଇଥିବା ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଗଲ୍ଫ ଏୟାର ଯାତ୍ରୀମାନେ ବିମାନବନ୍ଦର ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଗଲ୍ଫ ଏୟାର ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଏକ ପୋଷ୍ଟରେ ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହଇରାଣ କରାଯାଉଛି ଏବଂ ଏହି ବିମାନରେ କେବଳ ୟୁଏଇ, ବ୍ରିଟେନ ଏବଂ ଆମେରିକାର ଯାତ୍ରୀ ରହିଛନ୍ତି। ଯାତ୍ରୀମାନେ କହିଛନ୍ତି ଯେ କୁଏତରେ ଅବତରଣ କରିବା ପୂର୍ବରୁ ସେମାନଙ୍କର ବିମାନ ୟୁ- ଟର୍ନ ନେଇଥିଲା। ଅବତରଣ କରିବାର ୨୦ ମିନିଟ ପୂର୍ବରୁ ବିମାନ ଡାଇଭର୍ସନ ଘୋଷଣା କରାଯାଇଥିଲା ଏବଂ ଏକ ଇଞ୍ଜିନରେ ନିଆଁ ଲାଗିଯାଇଥିଲା।

 

The post ଖାଦ୍ୟ-ପାଣି ବିନା ୧୩ ଘଣ୍ଟା କୁଏଟ ଏୟାରପୋର୍ଟରେ ଫସିଲେ ଭାରତୀୟ appeared first on Dharitri Odia News.