ଖାଦ୍ୟ ପ୍ୟାକେଟରେ ବାହାରିଲା ଜୀଅନ୍ତା ମୂଷା; ଜରୁରୀ ଅବତରଣ କଲା ବିମାନ

ଫ୍ଲାଇଟରେ ସମସ୍ତ ଯାତ୍ରୀଙ୍କୁ ବିମାନ ପକ୍ଷରୁ ଖାଦ୍ୟ ପ୍ୟାକେଟ ଦିଆଯାଇଥିଲା। ଜଣେ ଯାତ୍ରୀ ନିଜ ଖାଦ୍ୟ ପ୍ୟାକେଟ କୋଲିବା ବେଳେ ସେତିରୁ ଏକ ଜୀବନ୍ତ ମୂଷା ବାହାରିଥିଲା।

ଖାଦ୍ୟ ପ୍ୟାକେଟରେ ବାହାରିଲା ଜୀଅନ୍ତା ମୂଷା; ଜରୁରୀ ଅବତରଣ କଲା ବିମାନ

ଚକିତ କଲା ଭଳି ଘଟଣା । ଖାଦ୍ୟରେ ଜୀଅନ୍ତା ମୂଷା ମିଳିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଡେନମାର୍କର କୋପେନହାଗନରେ ଦେକିବାକୁ ମିଳିଛି ଏଭଳି ଦୃଶ୍ୟ। ଏଭଳି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

ଗତ ବୁଧବାର ସ୍କାଣ୍ଡେନାଭିଆନର ଏକ ବିମାନ ଓସଲୋରୁ ମାଲେଗା ଅଭିଖେ ଯାଉଥିଲା। ଫ୍ଲାଇଟରେ ସମସ୍ତ ଯାତ୍ରୀଙ୍କୁ ବିମାନ ପକ୍ଷରୁ ଖାଦ୍ୟ ପ୍ୟାକେଟ ଦିଆଯାଇଥିଲା। ଜଣେ ଯାତ୍ରୀ ନିଜ ଖାଦ୍ୟ ପ୍ୟାକେଟ କୋଲିବା ବେଳେ ସେତିରୁ ଏକ ଜୀବନ୍ତ ମୂଷା ବାହାରିଥିଲା। ଏହାକୁ ନେଇ ବିମାନରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହା ପରେ ଡେନମାର୍କର କୋପେନହାଗନରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।

 କିଛି ସମୟର ବିରତି ପରେ ବିମାନ ପୁଣି ନିଜ ଗନ୍ତବ୍ୟ ସ୍ଚଳକୁ ନିଆଯାଇଥିଲା। ଘଟଣାକୁ SAS ବିମାନ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି। ଯେଉଁ ସଂସ୍ଥା ବିମାନକୁ ଖାଦ୍ୟ ଯୋଗାଇଥିଲା ତାକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଖାଦ୍ୟ ଯୋଗାଣ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।