ଖାଦ୍ୟ ମୁଦ୍ରାସ୍ଫୀତି ଅସ୍ଥାୟୀ ନୁହେଁ ବରଂ ସ୍ଥାୟୀ ଝଟ୍‌କା: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୁଲାଇ ମାସରେ ଜାରି କରିଥିବା ମାସିକିଆ ବୁଲେଟିନ୍‌ରେ ଖାଦ୍ୟ ମୁଦ୍ରାସ୍ଫୀତି ନେଇ ଉଦ୍‌ବେଗ ପ୍ରକାଶ କରିଛି। ତିନିମାସ ପାଇଁ ମୁଦ୍ରାସ୍ଫୀତି ହାର ହ୍ରାସ ପାଇବା ପରେ ଜୁନ୍ ମାସରେ ପୁଣିଥରେ ମୁଦ୍ରାସ୍ଫୀତିର ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ପନିପରିବା ଦର ବୃଦ୍ଧି ଏଥିପାଇଁ ଦାୟୀ ବୋଲି ଆର୍‌ବିଆଇ କହିଛି। ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତିର ବୃଦ୍ଧି ଅସ୍ଥାୟୀ ବୋଲି କୁହାଯାଏ। କିନ୍ତୁ ଗତ ବର୍ଷେ ହେଲା ଦେଖାଯାଉଥିବା ସ୍ତରରୁ ଏହା ଜଣାପଡ଼ୁ ନାହିଁ। ମୁଦ୍ରାସ୍ଫୀତିର ଏହି ଝଟ୍‌କା ସ୍ୱଳ୍ପ ସମୟ ପାଇଁ ନୁହେଁ ବରଂ ଏକ ଦୀର୍ଘ ସମୟ ପାଇଁ ବୋଲି ବୁଲେଟିନ ଜାରି କରିଥିବା ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର ଦେବବ୍ରତ ପାତ୍ରଙ୍କ ଟିମ୍ କହିଛି। ଆର୍‌ବିଆଇ ବୁଲେଟିନ ଅନୁସାରେ,ଖାଦ୍ୟବସ୍ତୁର ମୂଲ୍ୟବୃଦ୍ଧି ମହଙ୍ଗ ସ୍ଥିତିକୁ ବଢାଇଛି। ମିନିଟାରି ପଲିସି ଓ ସପ୍ଲାଏ ମ୍ୟାନେଜ୍‌ମେଣ୍ଟ ମାଧ୍ୟମରେ କୋର୍ ଓ ଇନ୍ଧନ ମୂଲ୍ୟରେ ହ୍ରାସ ଦ୍ୱାରା କିଛି ଲାଭ ମିଳି ନାହିଁ। 

ଖାଦ୍ୟ ମୁଦ୍ରାସ୍ଫୀତି ଅସ୍ଥାୟୀ ନୁହେଁ ବରଂ ସ୍ଥାୟୀ ଝଟ୍‌କା: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୁଲାଇ ମାସରେ ଜାରି କରିଥିବା ମାସିକିଆ ବୁଲେଟିନ୍‌ରେ ଖାଦ୍ୟ ମୁଦ୍ରାସ୍ଫୀତି ନେଇ ଉଦ୍‌ବେଗ ପ୍ରକାଶ କରିଛି। ତିନିମାସ ପାଇଁ ମୁଦ୍ରାସ୍ଫୀତି ହାର ହ୍ରାସ ପାଇବା ପରେ ଜୁନ୍ ମାସରେ ପୁଣିଥରେ ମୁଦ୍ରାସ୍ଫୀତିର ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ପନିପରିବା ଦର ବୃଦ୍ଧି ଏଥିପାଇଁ ଦାୟୀ ବୋଲି ଆର୍‌ବିଆଇ କହିଛି। 

ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତିର ବୃଦ୍ଧି ଅସ୍ଥାୟୀ ବୋଲି କୁହାଯାଏ। କିନ୍ତୁ ଗତ ବର୍ଷେ ହେଲା ଦେଖାଯାଉଥିବା ସ୍ତରରୁ ଏହା ଜଣାପଡ଼ୁ ନାହିଁ। ମୁଦ୍ରାସ୍ଫୀତିର ଏହି ଝଟ୍‌କା ସ୍ୱଳ୍ପ ସମୟ ପାଇଁ ନୁହେଁ ବରଂ ଏକ ଦୀର୍ଘ ସମୟ ପାଇଁ ବୋଲି ବୁଲେଟିନ ଜାରି କରିଥିବା ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର ଦେବବ୍ରତ ପାତ୍ରଙ୍କ ଟିମ୍ କହିଛି। ଆର୍‌ବିଆଇ ବୁଲେଟିନ ଅନୁସାରେ,ଖାଦ୍ୟବସ୍ତୁର ମୂଲ୍ୟବୃଦ୍ଧି ମହଙ୍ଗ ସ୍ଥିତିକୁ ବଢାଇଛି। ମିନିଟାରି ପଲିସି ଓ ସପ୍ଲାଏ ମ୍ୟାନେଜ୍‌ମେଣ୍ଟ ମାଧ୍ୟମରେ କୋର୍ ଓ ଇନ୍ଧନ ମୂଲ୍ୟରେ ହ୍ରାସ ଦ୍ୱାରା କିଛି ଲାଭ ମିଳି ନାହିଁ।