ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ଡା ସନ୍ଦୀପ ଘୋଷ ଏବଂ ଅନ୍ୟ ୪ ଡାକ୍ତରଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ !
କୋଲକାତା: ପଶ୍ଚିମବଙ୍ଗ ଆର୍.ଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରିନ୍ସିପାଲ୍ ଡା ସନ୍ଦୀପ ଘୋଷ ଏବଂ ଅନ୍ୟ ୪ ଟ୍ରେନି ଡାକ୍ତରଙ୍କ ହେବ ପଲିଗ୍ରାଫ ଟେଷ୍ଟ । ଏନେଇ ଗୁରୁବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ କୋର୍ଟରେ ଆବେଦନ କରିଛି । ପ୍ରିନ୍ସିପାଲ୍ ଓ ୪ ଟ୍ରେନି ଡାକ୍ତର, ପୀଡିତାଙ୍କ ସହିତ ଶେଷ ଥର ପାଇଁ ରାତ୍ରୀ ଭୋଜନ କରିଥିଲେ । ସିବିଆଇ ସିଆଲଦାହ କୋର୍ଟରେ ପଲିଗ୍ରାଫ ଟେଷ୍ଟ ଏବଂ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ ପାଇଁ ଆବେଦନ କରିଛନ୍ତି । ଏହି ଟେଷ୍ଟ ପାଇଁ ବିଚାରପତି ଏବଂ ଯାହାର ପଲିଗ୍ରାଫ ଟେଷ୍ଟ ହେବ ସେମାନଙ୍କର ଅନୁମତି ମିଳିବା ଆବଶ୍ୟକ । ଏହା ପୂର୍ବ ମୁଖ୍ୟ ଅଭିଯୁକ୍ତ ସଂଜୟ ରୟ ର ପଲିଗ୍ରାଫ ଟେଷ୍ଟ ଲାଗି କୋର୍ଟରେ ଅବେଦନ ହୋଇଥିଲା । ଆସନ୍ତାକାଲି ପଲିଗ୍ରାଫ ଟେଷ୍ଟ ଉପରେ କୋର୍ଟରେ ଶୁଣାଣି ହେବ ।କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବ ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷଙ୍କ ମୁସ୍କିଲ୍ ବଢ଼ିବାରେ ଲାଗିଛି । ପ୍ରତିଦିନ ତାଙ୍କ ବିରୋଧରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବୁଧବାର ଡା ସନ୍ଦୀପ ଘୋଷଙ୍କୁ ଅଦାଲତି ଝଟକା ଲାଗିଥିଲା । କୋଲକାତା ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ୍ କରି ଦେଇଥିଲେ । ମିଡିଆରେ ତାଙ୍କ ବିଷୟ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲ
କୋଲକାତା: ପଶ୍ଚିମବଙ୍ଗ ଆର୍.ଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରିନ୍ସିପାଲ୍ ଡା ସନ୍ଦୀପ ଘୋଷ ଏବଂ ଅନ୍ୟ ୪ ଟ୍ରେନି ଡାକ୍ତରଙ୍କ ହେବ ପଲିଗ୍ରାଫ ଟେଷ୍ଟ । ଏନେଇ ଗୁରୁବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ କୋର୍ଟରେ ଆବେଦନ କରିଛି । ପ୍ରିନ୍ସିପାଲ୍ ଓ ୪ ଟ୍ରେନି ଡାକ୍ତର, ପୀଡିତାଙ୍କ ସହିତ ଶେଷ ଥର ପାଇଁ ରାତ୍ରୀ ଭୋଜନ କରିଥିଲେ ।
ସିବିଆଇ ସିଆଲଦାହ କୋର୍ଟରେ ପଲିଗ୍ରାଫ ଟେଷ୍ଟ ଏବଂ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ ପାଇଁ ଆବେଦନ କରିଛନ୍ତି । ଏହି ଟେଷ୍ଟ ପାଇଁ ବିଚାରପତି ଏବଂ ଯାହାର ପଲିଗ୍ରାଫ ଟେଷ୍ଟ ହେବ ସେମାନଙ୍କର ଅନୁମତି ମିଳିବା ଆବଶ୍ୟକ । ଏହା ପୂର୍ବ ମୁଖ୍ୟ ଅଭିଯୁକ୍ତ ସଂଜୟ ରୟ ର ପଲିଗ୍ରାଫ ଟେଷ୍ଟ ଲାଗି କୋର୍ଟରେ ଅବେଦନ ହୋଇଥିଲା । ଆସନ୍ତାକାଲି ପଲିଗ୍ରାଫ ଟେଷ୍ଟ ଉପରେ କୋର୍ଟରେ ଶୁଣାଣି ହେବ ।
କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବ ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷଙ୍କ ମୁସ୍କିଲ୍ ବଢ଼ିବାରେ ଲାଗିଛି । ପ୍ରତିଦିନ ତାଙ୍କ ବିରୋଧରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବୁଧବାର ଡା ସନ୍ଦୀପ ଘୋଷଙ୍କୁ ଅଦାଲତି ଝଟକା ଲାଗିଥିଲା । କୋଲକାତା ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ୍ କରି ଦେଇଥିଲେ । ମିଡିଆରେ ତାଙ୍କ ବିଷୟ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ କୋର୍ଟ ଏହାକୁ ଖାରଜ୍ କରିଥିଲେ । ଦ୍ବିତୀୟ ଝଟକା ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଛି । ମମତା ସରକାରଙ୍କ ଦ୍ବାରା ଜାରି ହୋଇଥିଲା ଡାକ୍ତର ସନ୍ଦୀପ ଘୋଷଙ୍କ ଟ୍ରାନ୍ସଫର ଅର୍ଡରକୁ ରଦ୍ଦ କରିଛନ୍ତି ଅଦାଲତ । ଏପଟେ କୋଲକାତା ପୋଲିସ, ସନ୍ଦୀପ ଘୋଷଙ୍କ ବିରୋଧରେ ତଦନ୍ତଙ୍କୁ ସ୍ପିଡ୍ କରିଛି । ମୃତ ମହିଳାଙ୍କ ପରିଚୟ ପ୍ରଘଟ କରିବା ଅଭିଯୋଗରେ ଡାକ୍ତରଙ୍କୁ ତଲବ ହୋଇଛି ।