ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଉ ବଢ଼ିବନି ରାଶନକାର୍ଡ E-KYC ଅବଧି, ଜାଣନ୍ତୁ ଶେଷ ତାରିଖ…

ଭୁବନେଶ୍ୱର,୯ା୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଶନ କାର୍ଡ E-KYC ଅବଧିକୁ ନେଇ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ୧୫ ତାରିଖରେ ରାଶନ କାର୍ଡ E-KYC ଅବଧି ସରିବ। ଏହା ପରେ ଆଉ ତାରିଖ ବଢ଼ାଯିବ ନାହିଁ। ଅଯୋଗ୍ୟ ହିତାଧିକାରୀ କାର୍ଡ ନ ଫେରାଇଲେ ତାଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ହିତାଧିକାରୀ E-KYC […] The post ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଉ ବଢ଼ିବନି ରାଶନକାର୍ଡ E-KYC ଅବଧି, ଜାଣନ୍ତୁ ଶେଷ ତାରିଖ… appeared first on Dharitri Odia News.

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଉ ବଢ଼ିବନି ରାଶନକାର୍ଡ E-KYC ଅବଧି, ଜାଣନ୍ତୁ ଶେଷ ତାରିଖ…

ଭୁବନେଶ୍ୱର,୯ା୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଶନ କାର୍ଡ E-KYC ଅବଧିକୁ ନେଇ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ୧୫ ତାରିଖରେ ରାଶନ କାର୍ଡ E-KYC ଅବଧି ସରିବ। ଏହା ପରେ ଆଉ ତାରିଖ ବଢ଼ାଯିବ ନାହିଁ। ଅଯୋଗ୍ୟ ହିତାଧିକାରୀ କାର୍ଡ ନ ଫେରାଇଲେ ତାଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ହିତାଧିକାରୀ E-KYC କରିନାହାନ୍ତି। ୮ ଲକ୍ଷ ଆୟକରଦାତା ବି ହାତେଇଛନ୍ତି ରାଶନକାର୍ଡ। ସ୍ବାସ୍ଥ୍ୟ କାର୍ଡ ହାତେଇବାକୁ ରାଶନକାର୍ଡ ନେଇଥିଲେ। ୧୨ ହଜାର ଚାକିରିଆ, ବଡ଼ବଡ଼ିଆ ରାଶନକାର୍ଡ ଫେରାଇ ସାରିଲେଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍‌ କରାଯାଉଛି। ନାଁ ଏବଂ ଆଧାର କାର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କ ଦସ୍ତଖତ ଓ ଟିପଚିହ୍ନ ନିଆଯାଉଛି। କିଛି ସ୍ଥାନରେ ଆଇ ସ୍କାନ୍‌ ମଧ୍ୟ କରାଯାଉଛି। ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି, ସେମାନଙ୍କର ଯାଞ୍ଚ କରାଯାଉଛି। ପରେ E-KYC ମାଧ୍ୟମରେ ଡିଲର ଅପ୍‌ଡେଟ୍‌ କରୁଛନ୍ତି।

ଅନ୍ୟପକ୍ଷରେ ଏହି E-KYC ଅପଡେଟ୍‌କୁ ନେଇ ଚିନ୍ତାରେ ପଡ଼ିଛନ୍ତି ହିତାଧିକାରୀ। ଘରର ଅନେକ ସଦସ୍ୟ ବାହାର ରାଜ୍ୟ, ଏପରିକି ଦେଶ ବାହାରେ କାମ କରୁଛନ୍ତି। ସରକାର ନିର୍ଦ୍ଧାରିତ କରିଥିବା ମାସକ ମଧ୍ୟରେ ସମସ୍ତେ କେମିତି ଆସି ବାୟୋମେଟ୍ରିକ ଦେବେ ବୋଲି ହିତାଧିକାରୀ ପ୍ରଶ୍ନ ଉଠାଇଥିଲେ। ଏହି ଅବଧିକୁ ବଢ଼ାଇବା ପାଇଁ ହିତାଧିକାରୀଙ୍କ ପକ୍ଷରୁ ଜୋର୍‌ଦାର ଦାବି କରିଥିଲେ।

The post ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଉ ବଢ଼ିବନି ରାଶନକାର୍ଡ E-KYC ଅବଧି, ଜାଣନ୍ତୁ ଶେଷ ତାରିଖ… appeared first on Dharitri Odia News.