ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ପରିବା ଦର…
ଭୁବନେଶ଼୍ବର, ୨୪।୬: ରାଜ୍ୟରେ ପରିବା ଦର ଅହେତୁକ ବୃଦ୍ଧି ପାଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଖାଉଟି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନାବଶ୍ୟକ ହୋର୍ଡିଂ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏଥିପ୍ରତି ନଜର ରଖାଯାଇଛି । ନାଶିକରେ ପିଆଜ ଦର ବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିଛି । ସେହିଭଳି ଆସାମ ଏବଂ ପଶ୍ଚିମବଙ୍ଗରେ ଆଳୁଦର ବଢ଼ିଥିବାରୁ ରାଜ୍ୟରେ ମଧ୍ୟ ବୃଦ୍ଧି […] The post ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ପରିବା ଦର… appeared first on Dharitri Odia News.
ଭୁବନେଶ଼୍ବର, ୨୪।୬: ରାଜ୍ୟରେ ପରିବା ଦର ଅହେତୁକ ବୃଦ୍ଧି ପାଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଖାଉଟି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନାବଶ୍ୟକ ହୋର୍ଡିଂ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏଥିପ୍ରତି ନଜର ରଖାଯାଇଛି । ନାଶିକରେ ପିଆଜ ଦର ବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିଛି । ସେହିଭଳି ଆସାମ ଏବଂ ପଶ୍ଚିମବଙ୍ଗରେ ଆଳୁଦର ବଢ଼ିଥିବାରୁ ରାଜ୍ୟରେ ମଧ୍ୟ ବୃଦ୍ଧି ପାଇଛି ।
ଅନ୍ୟପଟେ ଟମାଟୋ ଓ ପରିବା ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ସେ କହିଛନ୍ତି । ଦରବୃଦ୍ଧି ସମସ୍ୟାର ସମାଧାନ ପାଇଁ ପ୍ରତି ବ୍ଲକ୍ରେ ଶୀତଳ ଭଣ୍ଡାର ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ସୂଚନା ଥାଉକି, ଗତକାଲି ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏହି ସମ୍ବନ୍ଧରେ ସମୀକ୍ଷା କରିଥିଲେ। ରାଜ୍ୟର ଖାଉଟିମାନେ ଯେପରି ସୁଲଭ ତଥା ଉଚିତ ମୂଲ୍ୟରେ ଖାଉଟି ସାମଗ୍ରୀ ପାଇପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗର ଅଧିକାରୀମାନଙ୍କୁ ସେ ପରାମର୍ଶ କରିଥିଲେ ଏବଂ ମୁନାଫାଖୋର ତଥା ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଖାଉଟି ସାମଗ୍ରୀର ଦରବୃଦ୍ଧି ବର୍ତ୍ତମାନ ଜାତୀୟ ସମସ୍ୟା ହୋଇଥିଲେ ମଧ୍ୟ ରାଜ୍ୟରେ ଅସାଧୁ ବ୍ୟବସାୟୀ ଯେପରି ଏହାର ଲାଭ ନ ଉଠାଇ ପାରନ୍ତି, ସେଥିପାଇଁ ସଜାଗ ରହିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ।
ତଦନୁଯାୟୀ ଯୋଗାଣ ବିଭାଗର ଅଧିକାରୀମାନଙ୍କ ଦ୍ୱାରା ରାଜ୍ୟର ପ୍ରମୁଖ ବଜାର ଯଥା ଭୁବନେଶ୍ଵର, କଟକ, ରାଉରକେଲା, ସମ୍ବଲପୁର, ପୁରୀ ଆଦି ଅଞ୍ଚଳରେ ଯାଞ୍ଚ କରାଯାଉଛି । ଏତଦବ୍ୟତୀତ ବିଭାଗ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀର କ୍ରୟ ବିକ୍ରୟ ଆଦି ଉପରେ ନଜର ରଖିବା ସହ ଜିଲାର ଯୋଗାଣ କର୍ମଚାରୀମାନଙ୍କୁ ଏ ସମ୍ବନ୍ଧରେ ବିବରଣୀ ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
The post ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ପରିବା ଦର… appeared first on Dharitri Odia News.