ତୃତୀୟ ପାଳିରେ ମୋଦିଙ୍କ ମନ୍ତ୍ରୀ ପରିଷଦ ଚୂଡ଼ାନ୍ତ; ଶପଥ ପାଇଁ ସାଂସଦ ମାନଙ୍କୁ ଯାଉଛି ଫୋନ୍ କଲ୍
ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଏନେଇ ରାଷ୍ଟ୍ରପତି ଭବନରେ ସମସ୍ତ ପ୍ରସ୍ତୁତି କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ତେବେ ମୋଦିଙ୍କ ସହିତ ପ୍ରାୟ ୩୦ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହାପୂର୍ବରୁ ମନ୍ତ୍ରୀପଦ ପାଇଁ ଏନଡିଏ ସହଯୋଗୀ ଦଳର ସାଂସଦମାନଙ୍କୁ ଫୋନ୍ କଲ୍ ଯାଉଛି । ଜଣଙ୍କ ପରେ ଜଣେ ସାଂସଦଙ୍କୁ ମନ୍ତ୍ରୀପଦ ପାଇଁ ଫୋନ୍ କଲ୍ ଯାଉଛି । ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ସାଂସଦମାନେ କଲ୍ ପାଇଥିବା ସୂଚନା ରହିଛି । ମନ୍ତ୍ରୀ ହେବା ପାଇଁ ଟିଡିପି ସାଂସଦ ଡକ୍ଟର ଚନ୍ଦ୍ରଶେଖର ପେମାସାନି ଏବଂ କିଞ୍ଜାରାପୁ ରାମ ମୋହନ ନାଇଡୁଙ୍କୁ କଲ୍ କରାଯାଇଛି । ଏହା ବ୍ୟତୀତ ଜେଡିଏର ରାଜ୍ୟସଭା ସାଂସଦ ରାମ ନାଥ ଠାକୁରଙ୍କୁ ମଧ୍ୟ କଲ୍ କରାଯାଇଛି। ଏହା ସହିତ ରାଜନାଥ ସିଂ, ଜିତନ ରାମ ମାଂଝୀଙ୍କୁ କଲ୍ ଯାଇଥିବା ଜଣାପଡ଼ିଛି ।ଏନଡିଏର ବିଭିନ୍ନ ପ୍ରତିନିଧୀଙ୍କୁ ନୂତନ ପରିଷଦରେ ମନ୍ତ୍ରୀ ପରିଷଦରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ଏବଂ ସହଯୋଗୀମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଅମିତ ଶାହ ଏବଂ ରାଜନାଥ ସିଂଙ୍କ ସହିତ ବିଜେପି ସଭାପତି ଜେପି ନଡ୍ଡା, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏବଂ ଶିବସେନାର ଏକନାଥ ସିନ୍ଦେଙ୍କ ସହ ମନ୍ତ୍ରୀ ପରିଷଦରେ ଅଂଶୀଦାର ବିଷୟରେ ଆଲୋଚନା କରିଛନ୍ତି । କେବଳ
ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଏନେଇ ରାଷ୍ଟ୍ରପତି ଭବନରେ ସମସ୍ତ ପ୍ରସ୍ତୁତି କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ତେବେ ମୋଦିଙ୍କ ସହିତ ପ୍ରାୟ ୩୦ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହାପୂର୍ବରୁ ମନ୍ତ୍ରୀପଦ ପାଇଁ ଏନଡିଏ ସହଯୋଗୀ ଦଳର ସାଂସଦମାନଙ୍କୁ ଫୋନ୍ କଲ୍ ଯାଉଛି । ଜଣଙ୍କ ପରେ ଜଣେ ସାଂସଦଙ୍କୁ ମନ୍ତ୍ରୀପଦ ପାଇଁ ଫୋନ୍ କଲ୍ ଯାଉଛି । ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ସାଂସଦମାନେ କଲ୍ ପାଇଥିବା ସୂଚନା ରହିଛି । ମନ୍ତ୍ରୀ ହେବା ପାଇଁ ଟିଡିପି ସାଂସଦ ଡକ୍ଟର ଚନ୍ଦ୍ରଶେଖର ପେମାସାନି ଏବଂ କିଞ୍ଜାରାପୁ ରାମ ମୋହନ ନାଇଡୁଙ୍କୁ କଲ୍ କରାଯାଇଛି । ଏହା ବ୍ୟତୀତ ଜେଡିଏର ରାଜ୍ୟସଭା ସାଂସଦ ରାମ ନାଥ ଠାକୁରଙ୍କୁ ମଧ୍ୟ କଲ୍ କରାଯାଇଛି। ଏହା ସହିତ ରାଜନାଥ ସିଂ, ଜିତନ ରାମ ମାଂଝୀଙ୍କୁ କଲ୍ ଯାଇଥିବା ଜଣାପଡ଼ିଛି ।
ଏନଡିଏର ବିଭିନ୍ନ ପ୍ରତିନିଧୀଙ୍କୁ ନୂତନ ପରିଷଦରେ ମନ୍ତ୍ରୀ ପରିଷଦରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ଏବଂ ସହଯୋଗୀମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଅମିତ ଶାହ ଏବଂ ରାଜନାଥ ସିଂଙ୍କ ସହିତ ବିଜେପି ସଭାପତି ଜେପି ନଡ୍ଡା, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏବଂ ଶିବସେନାର ଏକନାଥ ସିନ୍ଦେଙ୍କ ସହ ମନ୍ତ୍ରୀ ପରିଷଦରେ ଅଂଶୀଦାର ବିଷୟରେ ଆଲୋଚନା କରିଛନ୍ତି । କେବଳ ଏହା ପରେ ନାମଗୁଡିକ ଚୂଡାନ୍ତ ହୋଇଛି ଏବଂ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଛି । ସେମାନେ ମୋଦଙ୍କ ସହ ମଧ୍ୟ ଶପଥ ନେଇପାରନ୍ତି ।
ଫୋନ୍ କଲ୍ ଯାଇଥିବା ନେତାମାନଙ୍କ ମଧ୍ୟରେ ରହିଛନ୍ତି, ନୀତିନ ଗଡ଼କରୀ, ଅମିତ୍ ଶାହ, ପୀୟୂସ ଗୋଏଲ୍, ରାଜନାଥ ସିଂ, ମନୋହରଲାଲ ଖଟ୍ଟର, ଜ୍ୟୋତିରଆଦିତ୍ୟ ସିନ୍ଧିଆ,, ଶିବରାଜ ସିଂହ ଚୌହାନ, ସର୍ବାନ୍ଦ ସୋନଓ୍ବାଲ, ରାମନାଥ ଠାକୁର, ଚିରାଗ ପାଶୱନ, ଜୟନ୍ତ ଚୌଧୁରୀ, ଲଲନ ସିଂ, ଅର୍ଜୁନ ରାମ ମେଘୱାଲ, ଅନୁୟିୟା ପଟେଲ, ଏଚ୍.ଡି କୁମାର ସ୍ବାମୀ, ମୋହନ ନାଇଡୁ, ପି ଚନ୍ଦ୍ରଶୋଖର ପିନାସ୍ବାମୀ, ପ୍ରତାପରାଓ୍ବ ଯାଦବ । ଆଜି ସଂଧ୍ୟାରେ ପ୍ରାୟ ୩୦ଜଣ ସାଂସଦ ମନ୍ତ୍ରୀ ଭାବେ ଶପଥ ନେବେ । ଓଡ଼ିଶାରୁ ଜୁଏଲ୍ ଓରାମଙ୍କୁ ମନ୍ତ୍ରୀ ପଦ ପାଇଁ ଫୋନ୍ କଲ୍ ଯାଇଛି । ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ପାଇଁ ପିଏମଓରୁ ଫୋନ୍ କଲ୍ ଯାଇଥିବା ସୂଚନା ରହିଛି । ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଦାୟିତ୍ବ ସମ୍ଭାଳିବାକୁ ଯାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବେ । ଏନେଇ ପିଏମଓରେ ଧର୍ମେନ୍ଦ୍ର ମୋଦିଙ୍କ ଫୋନ୍ କଲ୍ ଆସିଥିବା କୁହାଯାଉଛି ।