ଭୟଙ୍କର ଦୁର୍ଘଟଣା; ପିକ୍-ଅପ୍ ଭ୍ୟାନକୁ ଧକ୍କା ଦେଲା ଟମ୍ପର, ୫ ମୃତ

ଭୋପାଲ: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଡମ୍ପର ସହିତ ପିକ୍-ଅପ୍ ଭ୍ୟାନ୍ ଧକ୍କା ହୋଇଛି । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡଜନେରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲାରେ ଏହି ଭୀଷଣ ଦୁର୍ଘଟଣା ହୋଇଛି । ପ୍ରାଥମିକ ସୂଚନା ମୁତାବକ, ଏହି ଭୟଙ୍କର ଦୁର୍ଘଟଣା ମଙ୍ଗଳବାର ଭୋର ୫ଟା ସମୟରେ ହୋଇଛି । ଜବାରପୁରା ଗାଁ ନିକଟସ୍ଥ ଜାତୀୟ ରାଜପଥରେ ହୋଇଛି । ଦ୍ରୁତଗତିରେ ଆସୁଥିବା ଟମ୍ପର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ପିକ୍-ଅପ୍ ଭ୍ୟାନକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଭଙ୍କର ଥିଲା ଯେ ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ପିକ୍-ଅପ୍ ଭ୍ୟାନରେ ଲୋକ ବିବାହ ଉତ୍ସବ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ପୋଲିସ ଓ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଭୟଙ୍କର ଦୁର୍ଘଟଣା; ପିକ୍-ଅପ୍ ଭ୍ୟାନକୁ ଧକ୍କା ଦେଲା ଟମ୍ପର, ୫ ମୃତ

ଭୋପାଲ: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଡମ୍ପର ସହିତ ପିକ୍-ଅପ୍ ଭ୍ୟାନ୍ ଧକ୍କା ହୋଇଛି । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡଜନେରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲାରେ ଏହି ଭୀଷଣ ଦୁର୍ଘଟଣା ହୋଇଛି । 

ପ୍ରାଥମିକ ସୂଚନା ମୁତାବକ, ଏହି ଭୟଙ୍କର ଦୁର୍ଘଟଣା ମଙ୍ଗଳବାର ଭୋର ୫ଟା ସମୟରେ ହୋଇଛି । ଜବାରପୁରା ଗାଁ ନିକଟସ୍ଥ ଜାତୀୟ ରାଜପଥରେ ହୋଇଛି । ଦ୍ରୁତଗତିରେ ଆସୁଥିବା ଟମ୍ପର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ପିକ୍-ଅପ୍ ଭ୍ୟାନକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଭଙ୍କର ଥିଲା ଯେ ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ପିକ୍-ଅପ୍ ଭ୍ୟାନରେ ଲୋକ ବିବାହ ଉତ୍ସବ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ପୋଲିସ ଓ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।