ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଦାରଖ ପାଇଁ ଗଠନ ହେଲା ଟାସ୍କଫୋର୍ସ
ଭୁବନେଶ୍ୱର,୧୫ା୭(ଅନିଲ ଦାସ): ରାଜ୍ୟର ମହାନଗର ନିଗମ ଏବଂ ଜିଲାଗୁଡ଼ିକ ଅଧୀନରେ ଥିବା ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ, ଗୃହ ବିଭାଗ ଏବଂ ବିଦ୍ୟୁତ୍ ନିରୀକ୍ଷକଙ୍କୁ ନେଇ ମିଳିତ ଟାସ୍କଫୋର୍ସ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ମହାନଗର ନିଗମ ଅଧୀନରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନ ପାଇଁ ମହାନଗର ନିଗମର କମିଶନର, ପୋଲିସ ଏସ୍ପି/ଡିଏସ୍ପି, କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ/ଆର୍ଜିଏଚ୍, ରାଉରକେଲା/ସିଡିଏମ୍ ଏବଂ ପିଏଚ୍ଓ, […] The post ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଦାରଖ ପାଇଁ ଗଠନ ହେଲା ଟାସ୍କଫୋର୍ସ appeared first on Dharitri Odia News.
ଭୁବନେଶ୍ୱର,୧୫ା୭(ଅନିଲ ଦାସ): ରାଜ୍ୟର ମହାନଗର ନିଗମ ଏବଂ ଜିଲାଗୁଡ଼ିକ ଅଧୀନରେ ଥିବା ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ, ଗୃହ ବିଭାଗ ଏବଂ ବିଦ୍ୟୁତ୍ ନିରୀକ୍ଷକଙ୍କୁ ନେଇ ମିଳିତ ଟାସ୍କଫୋର୍ସ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ମହାନଗର ନିଗମ ଅଧୀନରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନ ପାଇଁ ମହାନଗର ନିଗମର କମିଶନର, ପୋଲିସ ଏସ୍ପି/ଡିଏସ୍ପି, କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ/ଆର୍ଜିଏଚ୍, ରାଉରକେଲା/ସିଡିଏମ୍ ଏବଂ ପିଏଚ୍ଓ, ଫାୟାର ଅଫିସର, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଏବଂ ବିଦ୍ୟୁତ୍ ନିରୀକ୍ଷକଙ୍କୁ ନେଇ ଏହି ଟାସ୍କଫୋର୍ସ ଗଠନ କରାଯିବ।
ସେହିପରି ଜିଲାଗୁଡ଼ିକ ପାଇଁ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍, ଆରକ୍ଷୀ ଅଧୀକ୍ଷକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜନସ୍ବାସ୍ଥ୍ୟ ଅଧିକାରୀ, ସହକାରୀ ଅଗ୍ନିନିର୍ବାପକ ଅଧିକାରୀ, ଅଧୀକ୍ଷଣ ଯନ୍ତ୍ରୀ ତଥା ଉପବିଦ୍ୟୁତ୍ ନିରୀକ୍ଷକଙ୍କୁ ନେଇ ଟାସ୍କଫୋର୍ସ ଗଠନ ହେବ।
କଟକର ୨ ନର୍ସିଂହୋମ୍ରେ ଅଗ୍ନିକାଣ୍ଡ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗ ସଚିବ ରାଜ୍ୟର ସମସ୍ତ ଜିଲାପାଳ ଓ ସ୍ବାସ୍ଥ୍ୟ ଅନୁଷ୍ଠାନର ମୁଖ୍ୟମାନଙ୍କୁ ଏ ସମ୍ପର୍କରେ ରହିଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଖାନାଗୁଡ଼ିକରେ ନିୟମିତ ଭାବରେ ଅଗ୍ନିନିର୍ବାପକ ଯନ୍ତ୍ର, ହାଇଡ୍ରାଣ୍ଟ ଏବଂ ଆଲାମ୍ ଯାଞ୍ଚ କରିବା, ନିଆଁ ଲିଭାଇବା ଯନ୍ତ୍ରର ସମାପ୍ତି ତାରିଖ, ହାଇଡ୍ରାଣ୍ଟର ୱାଟର ପ୍ରେସର ସହ ଅଗ୍ନି ଆଲାମ୍ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଅଗ୍ନି ନିର୍ବାପକ ଯନ୍ତ୍ରର ରକ୍ଷଣାବେକ୍ଷଣ ଓ ମାସିକ ଯାଞ୍ଚ ଏବଂ ହାଇଡ୍ରାଣ୍ଟର ତ୍ରୈମାସିକ ଯାଞ୍ଚ ଏବଂ ଭାରତୀୟ ମାନକ ଅନୁସାରେ ଏଗୁଡ଼ିକର ବୃତ୍ତିଗତ ନିରୀକ୍ଷଣ କରାଯିବ। ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ କକ୍ଷ, ହଲ୍ ତଥା ସାଧାରଣ ଏରିଆରେ ଧୂଆଁ ଡିଟେକ୍ଟର ଏବଂ ଫାୟାର ଆଲାମ୍ ସ୍ଥାପନ କରାଯିବ। ସମୟ ଅନୁଯାୟୀ ଏହାକୁ ଯାଞ୍ଚ ଏବଂ ବଦଳାଯିବ। ହସ୍ପିଟାଲ୍ ଆଇସିୟୁ, ଅପରେଶନ ଥିଏଟର ଆଦି ମୁଖ୍ୟ ଅଞ୍ଚଳରେ ସ୍ବୟଂଶାସିତ ସିଞ୍ଚନ ଯନ୍ତ୍ର ସ୍ଥାପନ କରାଯିବ, ଯାହାକି ଆଲାମ୍ ସହିତ ସଂଯୁକ୍ତ ହୋଇ ଅଗ୍ନିକାଣ୍ଡ ବେଳେ କାର୍ଯ୍ୟକ୍ଷମ ହୋଇପାରିବ। ନ୍ୟାଶନାଲ ଇଲେକ୍ଟ୍ରିକାଲ କୋଡ୍ ଅଫ୍ ଇଣ୍ଡିଆ ୨୦୨୩ ଅନୁଯାୟୀ ହସ୍ପିିଟାଲ୍ର ଉଚ୍ଚ ଚାହିଦା ଅଞ୍ଚଳର ସିଷ୍ଟମ୍କୁ ଅଧିକ ଲୋଡ୍ ନ କରି ନିରାପତ୍ତା ମାନଦଣ୍ଡ ପୂରଣ କରି ସୁନିଶ୍ଚିତ କରିବାକୁ ଏକ ସାର୍ଟିଫାଏଡ୍ ଇଲେକ୍ଟ୍ରିସିଆନ୍ ଦ୍ୱାରା ବିଦ୍ୟୁତ୍ ପରିବହନର ମୂଲ୍ୟାଙ୍କନ କରାଯିବ। ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ଅଗ୍ନି ନିରାପତ୍ତା ଅଧିକାରୀ, ଜିଇଡିର ଇଞ୍ଜିିନିୟର ଏବଂ ପିଡବ୍ଲ୍ୟୁଡିଙ୍କୁ ନେଇ ଏକ ବିଶେଷଜ୍ଞ ଦଳ ଯାଞ୍ଚ କରିବ। ସମସ୍ତ ଯନ୍ତ୍ରପାତି ଓ ସଂଯୋଗୀକରଣ ଉପରେ ସର୍ଭେ କରି ଜଣାଇବ। ଇଲେକ୍ଟ୍ରିକାଲ ବିଭାଗର ରିପୋର୍ଟକୁ ଆଧାରକରି ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ସଂଶୋଧନ ପାଇଁ ପଦକ୍ଷେପ ଗ୍ରହଣ କରିବ।
ତ୍ରିଶା ଏବଂ କଟକ ତେଲେଙ୍ଗା ବଜାରର ରାଧାରମଣ ନର୍ସିଂହୋମ୍ରେ ଅଗ୍ନିକାଣ୍ଡ ପରିପ୍ରେକ୍ଷୀରେ ଓଡ଼ିଶା ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ୩ ଜଣ ଡାକ୍ତର ପ୍ରଫେସର ଡାକ୍ତର ବ୍ରଜକିଶୋର ଦାଶ (ଆଡିଶନାଲ ଡିଏମ୍ଇଟି), ପ୍ରଫେସର ଡାକ୍ତର ଅନିଲ କୁମାର ସାହୁ(ଡିପାର୍ଟମେଣ୍ଟ ଅଫ୍ ଅର୍ଥୋପେଡିକ୍ସ, ପୁରୀ) ଏବଂ ପ୍ରଫେସର ଡାକ୍ତର ରୋମାରତନ(ଜଏଣ୍ଟ ଡିଏମ୍ଇଟି)ଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଅଧିନିୟମ ୧୯୯୦ ଅନୁଯାୟୀ ଏ ସମ୍ପର୍କରେ ଅନୁଧ୍ୟାନ କରି କମିଟି ରିପୋର୍ଟ ପ୍ରଦାନ କରିବ।
The post ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଦାରଖ ପାଇଁ ଗଠନ ହେଲା ଟାସ୍କଫୋର୍ସ appeared first on Dharitri Odia News.