ଖାନ ସାରଙ୍କ କୋଚିଂ ସେଣ୍ଟର ସିଲ, କାନ୍ଥରେ ଲଗାଗଲା ନୋଟିସ୍
ପାଟନା : ଜିଲ୍ଲା ପ୍ରଶାସନ ଯାଞ୍ଚ ପରେ ଖାନ ଜି.ଏସ୍. ରିସର୍ଚ୍ଚ କୋଚିଂକୁ ବୁଧବାର ସିଲ କରାଯାଇଛି। ଏହା ସହିତ କୋଚିଂ ବାହାରେ ଏକ ନୋଟିସ୍ ମଧ୍ୟ ଲଗାଯାଇଛି। ଯେଉଁଥିରେ କୋଚିଂକୁ ବୁଧବାର ଗୋଟିଏ ଦିନ ପାଇଁ ବନ୍ଦ କରାଯାଇଥିବା ଉଲ୍ଲେଖ କରାଯାଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏହି ମାମଲାରେ ଖାନ ସାରଙ୍କୁ ମଧ୍ୟ ନୋଟିସ୍ ଦିଆଯିବ। କୁହାଯାଉଛି ଯାଞ୍ଚ ବେଳେ ତାଙ୍କ କୋଚିଂ ସଂସ୍ଥାନରେ ଅନେକ ଅସୁବିଧା ଦେଖାଯାଇଛି। ଯେଉଁ କାରଣରୁ ଖାନ ସାରଙ୍କ କୋଚିଂକୁ ନୋଟିସ୍ ଜାରି କରାଯାଇଛି। ପ୍ରଶାସନ ଅନୁସାରେ ଖାନ ସାରଙ୍କ କୋଚିଂରେ ଭେଣ୍ଟିଲେସନର ଉପଯୁକ୍ତ ବ୍ୟବସ୍ଥା ନାହିଁ। ପ୍ରବେଶ ଓ ପ୍ରସ୍ଥାନର ମଧ୍ୟ ସେପରି କୌଣସି ବ୍ୟବସ୍ଥା ନାହିଁ। କୋଚିଂରେ ଛାତ୍ରଛାତ୍ରୀଙ୍କ ସିଟିଂ ଆରେଞ୍ଜମେଣ୍ଟ ଓ ବିଲ୍ଡିଂ ବାଇଲ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି। ଏହା ସହିତ ବିହାର କୋଚିଂ ରେଗୁଲେସନର ମଧ୍ୟ ପାଳନ ହେଉ ନଥିବାର ପ୍ରଶାସନ ଅଭିଯୋଗ କରିଛି। ମିଳୁଥିବା ସୂଚନା ଅନୁସାରେ ଖାନ ସାର ମଧ୍ୟ ଯାଞ୍ଚ ଟିମ୍କୁ ବିଲ୍ଡିଂରେ ଥିବା ସମସ୍ୟା ଖୁବ ଶୀଘ୍ର ଦୂର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଆଗାମୀ ଦିନେ ଦୁଇଦିନରେ ଜିଲ୍ଲା ପ୍ରଶାସନର ନୋଟିସର ଜବାବ ମଧ୍ୟ ପଠାଇବେ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ରାଜେନ୍ଦ୍ର ନଗର କୋଚିଂ ସେଣ୍ଟର ଦୁର୍ଘଟଣା ପରେ ବିହାର ପ୍ରଶାସନ କୋଚିଂ ସେଣ୍ଟର ନେଇ ତତ୍ପର ହୋଇ ଉଠିଛନ୍ତି। ପାଟନା ଏସଡିଏମ ଶ୍ରୀକାନ୍ତ
ପାଟନା : ଜିଲ୍ଲା ପ୍ରଶାସନ ଯାଞ୍ଚ ପରେ ଖାନ ଜି.ଏସ୍. ରିସର୍ଚ୍ଚ କୋଚିଂକୁ ବୁଧବାର ସିଲ କରାଯାଇଛି। ଏହା ସହିତ କୋଚିଂ ବାହାରେ ଏକ ନୋଟିସ୍ ମଧ୍ୟ ଲଗାଯାଇଛି। ଯେଉଁଥିରେ କୋଚିଂକୁ ବୁଧବାର ଗୋଟିଏ ଦିନ ପାଇଁ ବନ୍ଦ କରାଯାଇଥିବା ଉଲ୍ଲେଖ କରାଯାଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏହି ମାମଲାରେ ଖାନ ସାରଙ୍କୁ ମଧ୍ୟ ନୋଟିସ୍ ଦିଆଯିବ। କୁହାଯାଉଛି ଯାଞ୍ଚ ବେଳେ ତାଙ୍କ କୋଚିଂ ସଂସ୍ଥାନରେ ଅନେକ ଅସୁବିଧା ଦେଖାଯାଇଛି। ଯେଉଁ କାରଣରୁ ଖାନ ସାରଙ୍କ କୋଚିଂକୁ ନୋଟିସ୍ ଜାରି କରାଯାଇଛି।
ପ୍ରଶାସନ ଅନୁସାରେ ଖାନ ସାରଙ୍କ କୋଚିଂରେ ଭେଣ୍ଟିଲେସନର ଉପଯୁକ୍ତ ବ୍ୟବସ୍ଥା ନାହିଁ। ପ୍ରବେଶ ଓ ପ୍ରସ୍ଥାନର ମଧ୍ୟ ସେପରି କୌଣସି ବ୍ୟବସ୍ଥା ନାହିଁ। କୋଚିଂରେ ଛାତ୍ରଛାତ୍ରୀଙ୍କ ସିଟିଂ ଆରେଞ୍ଜମେଣ୍ଟ ଓ ବିଲ୍ଡିଂ ବାଇଲ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି। ଏହା ସହିତ ବିହାର କୋଚିଂ ରେଗୁଲେସନର ମଧ୍ୟ ପାଳନ ହେଉ ନଥିବାର ପ୍ରଶାସନ ଅଭିଯୋଗ କରିଛି। ମିଳୁଥିବା ସୂଚନା ଅନୁସାରେ ଖାନ ସାର ମଧ୍ୟ ଯାଞ୍ଚ ଟିମ୍କୁ ବିଲ୍ଡିଂରେ ଥିବା ସମସ୍ୟା ଖୁବ ଶୀଘ୍ର ଦୂର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଆଗାମୀ ଦିନେ ଦୁଇଦିନରେ ଜିଲ୍ଲା ପ୍ରଶାସନର ନୋଟିସର ଜବାବ ମଧ୍ୟ ପଠାଇବେ।
ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ରାଜେନ୍ଦ୍ର ନଗର କୋଚିଂ ସେଣ୍ଟର ଦୁର୍ଘଟଣା ପରେ ବିହାର ପ୍ରଶାସନ କୋଚିଂ ସେଣ୍ଟର ନେଇ ତତ୍ପର ହୋଇ ଉଠିଛନ୍ତି। ପାଟନା ଏସଡିଏମ ଶ୍ରୀକାନ୍ତ କୁଣ୍ଡଲିକ ଖାଣ୍ଡେକର ଦଳବଳ ସହ ରାଜଧାନୀରେ ଥିବା ବିଭିନ୍ନ କୋଚିଂ ସେଣ୍ଟରର ଯାଞ୍ଚ କରୁଛନ୍ତି। ଏହି କ୍ରମରେ ସେ ବୁଧବାର ଖାନ ଜି.ଏସ.ରିସର୍ଚ୍ଚ ସେଣ୍ଟରକୁ ମଧ୍ୟ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ କାଳରେ କୋଚିଂ ସେଣ୍ଟରରେ ବିଭିନ୍ନ ଅସୁବିଧା ଥିବା ଦେଖାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ପାଟନାରେ କୋଚିଂ ଯାଞ୍ଚ ପରେ ଡିଏମ ଚନ୍ଦ୍ରଶେଖର ସିଂହ କୋଚିଂ ସଞ୍ଚାଳକଙ୍କ ସହିତ ବୈଠକ କରିଛନ୍ତି। ଏହି ବୈଠକରେ ବିଭିନ୍ନ କୋଚିଂର ମାଲିକଙ୍କ ସମେତ ଏସଏସପି, ନଗର କମିଶନର ଓ ଶିକ୍ଷା ବିଭାଗ ଅଧିକାରୀମାନେ ମଧ୍ୟ ଯୋଗ ଦେଇଛନ୍ତି।