ଦକ୍ଷିଣ ତାମିଲନାଡ଼ୁରେ ବର୍ଷା ବିତ୍ପାତ; ବନ୍ୟାରେ ୩ ମୃତ, ରେସକ୍ୟୁ ଅପରେସନ ଜାରି

ଚେନ୍ନାଇ: ଦକ୍ଷିଣ ତାମିଲନାଡୁରେ ପ୍ରକୃତିର ତାଣ୍ଡବ । ୩ଦିନ ପ୍ରବଳ ବର୍ଷାରେ ବେହାଲ ହୋଇଛି ଅଧିକାଂଶ ଜିଲ୍ଲା । ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ବର୍ଷା ବିତ୍ପାତ ଓ ବନ୍ୟା ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ଆହତ ହୋଇଥିବା ବେଳେ ଫସି ରହିଛନ୍ତି ଶତାଧିକ ।    #WATCH | Indian Coast Guard conducts rescue of stranded citizens and supplies relief materials such as food and medicine to the people in the flood-affected areas. pic.twitter.com/HOreQqI3Np — ANI (@ANI) December 19, 2023 ଭାରତୀୟ ପାଣିପାଗ କେନ୍ଦ୍ରର ରିପୋର୍ଟ ମୁତାବକ, ତାମିଲନାଡ଼ୁରେ ଗତ ୧୫ ଘଣ୍ଟାରେ ୨ଫୁଟ୍ ବର୍ଷା ହୋଇଛି । କେବଳ ଥୁଟୁକୁଡି ଜିଲ୍ଲାରେ ରବିବାର ୫୨୫ ମିମି. ବର୍ଷା ହୋଇଛି । ଫଳରେ ଥୁଟୁକୁଡିରେ ବନ୍ୟା ପରିସ୍ଥିତି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ପାଣିପାଗ ବିଭାଗର ସଦ୍ୟ ସୂଚନା, ବନ୍ୟା ପୀଡିତଙ୍କ ଚିନ୍ତା ବଢ଼ାଇ ଦେଇଛି । ସେପଟେ ବ୍ୟାନ ଅଞ୍ଚଳରେ ବାୟୁସେନା ହେଲିକପ୍ଟରରୁ ଶୁଖିଲା ଖାଦ୍ୟ ପ୍ୟାକେଟ୍  ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପକାଯାଉଛି । #WATCH | Thoothukudi, Tamil Nadu: Floods in various parts of the city as heavy rainfall continues to impact life and property. pic.twitte

ଦକ୍ଷିଣ ତାମିଲନାଡ଼ୁରେ ବର୍ଷା ବିତ୍ପାତ; ବନ୍ୟାରେ ୩ ମୃତ, ରେସକ୍ୟୁ ଅପରେସନ ଜାରି

ଚେନ୍ନାଇ: ଦକ୍ଷିଣ ତାମିଲନାଡୁରେ ପ୍ରକୃତିର ତାଣ୍ଡବ । ୩ଦିନ ପ୍ରବଳ ବର୍ଷାରେ ବେହାଲ ହୋଇଛି ଅଧିକାଂଶ ଜିଲ୍ଲା । ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ବର୍ଷା ବିତ୍ପାତ ଓ ବନ୍ୟା ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ଆହତ ହୋଇଥିବା ବେଳେ ଫସି ରହିଛନ୍ତି ଶତାଧିକ ।   

ଭାରତୀୟ ପାଣିପାଗ କେନ୍ଦ୍ରର ରିପୋର୍ଟ ମୁତାବକ, ତାମିଲନାଡ଼ୁରେ ଗତ ୧୫ ଘଣ୍ଟାରେ ୨ଫୁଟ୍ ବର୍ଷା ହୋଇଛି । କେବଳ ଥୁଟୁକୁଡି ଜିଲ୍ଲାରେ ରବିବାର ୫୨୫ ମିମି. ବର୍ଷା ହୋଇଛି । ଫଳରେ ଥୁଟୁକୁଡିରେ ବନ୍ୟା ପରିସ୍ଥିତି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ପାଣିପାଗ ବିଭାଗର ସଦ୍ୟ ସୂଚନା, ବନ୍ୟା ପୀଡିତଙ୍କ ଚିନ୍ତା ବଢ଼ାଇ ଦେଇଛି । ସେପଟେ ବ୍ୟାନ ଅଞ୍ଚଳରେ ବାୟୁସେନା ହେଲିକପ୍ଟରରୁ ଶୁଖିଲା ଖାଦ୍ୟ ପ୍ୟାକେଟ୍  ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପକାଯାଉଛି ।

ଅନ୍ୟପଟେ ବନ୍ୟା ପୀଡ଼ତଙ୍କୁ ଭାରତୀୟ ବାୟୁସେନାର ଯବାନମାନେ ଉଦ୍ଧାର କରୁଛନ୍ତି । ଥୁଟୁକୁଡି ଜିଲ୍ଲାରେ ୫୭ଜଣ ମହିଳା, ୩୯ ପୁରୁଷ ଏବଂ ୧୫ଜଣ ଛୋଟ ପିଲାଙ୍କୁ ରେସକ୍ୟୁ କରିଛନ୍ତି ଉଦ୍ଧାକାରୀ ଦଳ । ପ୍ରବଳ ବର୍ଷାରେ ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ ନାହିଁ ନଥିବା ପରିସ୍ଥିତି ଭୋଗୁଛନ୍ତି ଲୋକେ । ବନ୍ୟା ପାଇଁ କିଛି ଅଞ୍ଚଳରେ ଲୋକ ଫସିରହିଛନ୍ତି । ସେମାନଙ୍କୁ NDRF, SDRF, ଭାରତୀୟ ସେନା, ବାୟୁସେନା ଏବଂ ତଟରକ୍ଷୀ ବାହିନୀ ଯବାନମାନେ ଉଦ୍ଧାର କରୁଛନ୍ତି । କିଛି ଲୋକଙ୍କୁ ଏୟାର ଲିଫ୍ଟ କରାଯାଉଛି ।

https://www.prameyanews7.com/jn-1-sub-variant-in-kerala-bengal-back-on-covid-alert-keeps-health-infra-ready/

ସେହିପରି ତେରୁଣଲବେଲୀ ଏବଂ ତୁତିକୋରିନ ଜିଲ୍ଲାରେ ୨୪ ଘଣ୍ଟାରେ ପ୍ରାୟ ୬୭୦ ଏବଂ ୯୩୨ ମିମି. ବର୍ଷା ହୋଇଛି । ଟ୍ରେନ୍ ଲାଇନ ଓ ଷ୍ଟେସନରେ ପାଣି ଭର୍ତ୍ତି ହୋଇଯାଇଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ୮ଶହରୁ ଅଧିକ ରେଳଯାତ୍ରୀ ଫସିରହିଛନ୍ତି । ସେମାନଙ୍କୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ପାଇଁ ପ୍ରୟାସ ଚଳାଇଛି ।

The post ଦକ୍ଷିଣ ତାମିଲନାଡ଼ୁରେ ବର୍ଷା ବିତ୍ପାତ; ବନ୍ୟାରେ ୩ ମୃତ, ରେସକ୍ୟୁ ଅପରେସନ ଜାରି appeared first on Prameya News7.