ନାଗପୁର ହିଂସା କ୍ଷୟକ୍ଷତି ଦଙ୍ଗାକାରୀଙ୍କଠାରୁ ଅସୁଲ କରିବେ ମହାରାଷ୍ଟ୍ର ସରକାର, ଆକ୍ସନ ପ୍ଲାନ୍ ପ୍ରସ୍ତୁତ

ନାଗପୁର୨୨।୩: ନାଗପୁର ହିଂସା କାଳରେ ହୋଇଥିବା କ୍ଷୟକ୍ଷତି ଦଙ୍ଗାକାରୀଙ୍କଠାରୁ ଅସୁଲ କରାଯିବ। ଯଦି ସେମାନେ କ୍ଷୟକ୍ଷତି ଭରଣାରେ ବିଫଳ ହୁଅନ୍ତି ସେମାନଙ୍କ ସମ୍ପତ୍ତି ଜବତ କରାଯିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ  ଶନିବାର ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଫଡନବୀଶ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ସିସିଟିଭି ଭିଡିଓ ଏବଂ ଫୁଟେଜ ବିଶ୍ଲେଷଣ ପରେ ଏପର୍ଯ୍ୟନ୍ତ ୧୦୪ ଜଣ ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇଛି। ଆଇନ ଅନୁସାରେ ୧୨ ନାବାଳକଙ୍କ ସମେତ ମୋଟ ୯୨ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଫଡନବୀଶ କହିଛନ୍ତି ଯେ ହିଂସା ଯୋଗୁ ସୋମବାର ମଧ୍ୟନାଗପୁର କ୍ଷେତ୍ରକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରଭାବିତ ହେବ ନାହିଁ। ଗୃହମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳୁଥିବା ଫଡନବୀଶ କହିଛନ୍ତି ଯେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଦଙ୍ଗାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ସେ କହିଛନ୍ତି ଯେ ମୋ ସରକାର ସେ ପର୍ଯ୍ୟନ୍ତ ଶାନ୍ତିରେ ବସିବ ନାହିଁ ଯେଉଁ ପର୍ଯ୍ୟନ୍ତ ପୋଲିସ ଉପରେ ଆକ୍ରମଣ କରିଥିବା ତତ୍ୱଙ୍କ ସନ୍ଧାନ ନମିଳିଛି। ତେବେ ସେ କହିଛନ୍ତି ଯେ ଦଙ୍ଗା ପଛରେ ବିଦେଶ ଅଥବା ବାଂଲାଦେଶର ହାତ ଥିବା ଖବର ସମ୍ପର୍କରେ କୌଣସି ମତାମତ ଦେବା ଏବେ ସମ୍ଭବ ନୁହେଁ । କାରଣ ମାମଲାର ଏବେ ତଦନ୍ତ ଜାରି ରହିଛି। ତେବେ ଗୁଇନ୍ଦା ବିଫଳତା ଯୋଗୁ ଏହି ଦଙ୍ଗା ହୋଇଥି

ନାଗପୁର ହିଂସା କ୍ଷୟକ୍ଷତି ଦଙ୍ଗାକାରୀଙ୍କଠାରୁ ଅସୁଲ କରିବେ ମହାରାଷ୍ଟ୍ର ସରକାର, ଆକ୍ସନ ପ୍ଲାନ୍ ପ୍ରସ୍ତୁତ

ନାଗପୁର୨୨।୩: ନାଗପୁର ହିଂସା କାଳରେ ହୋଇଥିବା କ୍ଷୟକ୍ଷତି ଦଙ୍ଗାକାରୀଙ୍କଠାରୁ ଅସୁଲ କରାଯିବ। ଯଦି ସେମାନେ କ୍ଷୟକ୍ଷତି ଭରଣାରେ ବିଫଳ ହୁଅନ୍ତି ସେମାନଙ୍କ ସମ୍ପତ୍ତି ଜବତ କରାଯିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ  ଶନିବାର ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଫଡନବୀଶ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ସିସିଟିଭି ଭିଡିଓ ଏବଂ ଫୁଟେଜ ବିଶ୍ଲେଷଣ ପରେ ଏପର୍ଯ୍ୟନ୍ତ ୧୦୪ ଜଣ ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇଛି। ଆଇନ ଅନୁସାରେ ୧୨ ନାବାଳକଙ୍କ ସମେତ ମୋଟ ୯୨ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। 

ଫଡନବୀଶ କହିଛନ୍ତି ଯେ ହିଂସା ଯୋଗୁ ସୋମବାର ମଧ୍ୟନାଗପୁର କ୍ଷେତ୍ରକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରଭାବିତ ହେବ ନାହିଁ। ଗୃହମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳୁଥିବା ଫଡନବୀଶ କହିଛନ୍ତି ଯେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଦଙ୍ଗାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ସେ କହିଛନ୍ତି ଯେ ମୋ ସରକାର ସେ ପର୍ଯ୍ୟନ୍ତ ଶାନ୍ତିରେ ବସିବ ନାହିଁ ଯେଉଁ ପର୍ଯ୍ୟନ୍ତ ପୋଲିସ ଉପରେ ଆକ୍ରମଣ କରିଥିବା ତତ୍ୱଙ୍କ ସନ୍ଧାନ ନମିଳିଛି। 

ତେବେ ସେ କହିଛନ୍ତି ଯେ ଦଙ୍ଗା ପଛରେ ବିଦେଶ ଅଥବା ବାଂଲାଦେଶର ହାତ ଥିବା ଖବର ସମ୍ପର୍କରେ କୌଣସି ମତାମତ ଦେବା ଏବେ ସମ୍ଭବ ନୁହେଁ । କାରଣ ମାମଲାର ଏବେ ତଦନ୍ତ ଜାରି ରହିଛି। ତେବେ ଗୁଇନ୍ଦା ବିଫଳତା ଯୋଗୁ ଏହି ଦଙ୍ଗା ହୋଇଥିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଫଡନବୀଶ ଅସ୍ୱୀକାର କରିଛନ୍ତି ହେଲେ ଆଗୁଆ ଗୁଇନ୍ଦା ସୂଚନା ମିଳିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦଙ୍ଗାକାରୀମାନେ ମହିଳା ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେସ, ଅସଦାଚରଣ କରି ନାହାନ୍ତି। ତଦନ୍ତ ସମ୍ପର୍କରେ ସୂଚନା ଦେଇ ଫଡନବୀଶ କହିଛନ୍ତି ଯେ ଏହି ହିଂସା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ସେହିପରି ବିଦେଶୀ ହାତ ଅଛି କି ନା ତାହା ତଦନ୍ତ ପରେ ଜଣାପଡିବ।