NDAକୁ ଯିବେନି ନିତିଶ, INDIA ମେଣ୍ଟକୁ କରିବେ ମଜଭୁତ: ଅଖିଳେଶ ଯାଦବ

କନୌଜ ୨୬।୧: ସମାଜବାଦୀ ପାର୍ଟି (ସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଶୁକ୍ରବାର କନୌଜରେ ନିତିଶ କୁମାରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ଏତିକି ନୁହେଁ ଇଣ୍ଡିଆ ମେଣ୍ଟରେ ଉତ୍ତରପ୍ରଦେଶ ଆସନ ଭାଗବଣ୍ଟାକୁ ନେଇ ଆଗାମୀ ପ୍ଲାନ ବିଷୟରେ ମଧ୍ୟ କହିଛନ୍ତି। କନୌଜର ଇନ୍ଦରଗଡ ଫକିରେପୂରବା ଗାଁରେ ପିଡିଏ ଜନପଞ୍ଚାୟତରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ସପା ମୁଖିଆ କହିଛନ୍ତି ଯେ ନିତିଶ କୁମାର ଏନଡିଏକୁ ଯିବେ ନାହିଁ। ସେ ଇଣ୍ଡିଆ ମେଣ୍ଟକୁ ମଜଭୁତ କରିବେ। ସେହିପରି ଜ୍ଞାନବାପୀକୁ ନେଇ ଆସିଥିବା ରିପୋର୍ଟ ଉପରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରି ଅଖିଳେଶ କହିଛନ୍ତି ଯେ ସରକାର ମୂଲ୍ୟବୃଦ୍ଧି ଓ ତାଙ୍କର ବିଫଳତାକୁ ଲୁଚାଇବା ପାଇଁ ଏପରି କରୁଛନ୍ତି। ଏହା ଦ୍ୱାରା ଦେଶରେ ଲୋକଙ୍କର ଥିବା ଏକତା ବିଗାଡିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ସପା ମୁଖିଆ ଅଖିଳେଶ ଯାଦବ କନୌଜ ଜନପଦରୁ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଆକଳନ କରାଯାଉଛି। ଗତ କିଛିମାସ ହେଲା ସେ ଲଗାତାର କନୌଜ ଗସ୍ତ କରୁଛନ୍ତି। ଏହି କ୍ରମରେ ଅଖିଳେଶ ଶୁକ୍ରବାର କନୌଜର ତିର୍ଭା ବିଧାନସଭା ନିର୍ବାଚନମଣ୍ଡଳିରେ ଥିବା ଫକିରେପୂରବା ଗାଁରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମ ପରେ ଅଖିଳେଶ ଗଣମାଧ୍ୟମ ସହ ଆଲୋଚନାରେ ନିତିଶ କୁମାରଙ୍କ ସମ୍ପର୍କରେ କହିଥିଲେ। ନିତିଶ ଏନଡିଏକୁ ଯିବେ ନାହିଁ ବୋଲି ସେ ଦୃଢଭାବେ କହିଛନ୍ତି। ଏଥିରେ ଅଖିଳେଶ ଉତ୍ତରପ୍ରଦେଶରେ

NDAକୁ ଯିବେନି ନିତିଶ, INDIA ମେଣ୍ଟକୁ କରିବେ ମଜଭୁତ: ଅଖିଳେଶ ଯାଦବ

କନୌଜ ୨୬।୧: ସମାଜବାଦୀ ପାର୍ଟି (ସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଶୁକ୍ରବାର କନୌଜରେ ନିତିଶ କୁମାରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ଏତିକି ନୁହେଁ ଇଣ୍ଡିଆ ମେଣ୍ଟରେ ଉତ୍ତରପ୍ରଦେଶ ଆସନ ଭାଗବଣ୍ଟାକୁ ନେଇ ଆଗାମୀ ପ୍ଲାନ ବିଷୟରେ ମଧ୍ୟ କହିଛନ୍ତି। କନୌଜର ଇନ୍ଦରଗଡ ଫକିରେପୂରବା ଗାଁରେ ପିଡିଏ ଜନପଞ୍ଚାୟତରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ସପା ମୁଖିଆ କହିଛନ୍ତି ଯେ ନିତିଶ କୁମାର ଏନଡିଏକୁ ଯିବେ ନାହିଁ। ସେ ଇଣ୍ଡିଆ ମେଣ୍ଟକୁ ମଜଭୁତ କରିବେ।

ସେହିପରି ଜ୍ଞାନବାପୀକୁ ନେଇ ଆସିଥିବା ରିପୋର୍ଟ ଉପରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରି ଅଖିଳେଶ କହିଛନ୍ତି ଯେ ସରକାର ମୂଲ୍ୟବୃଦ୍ଧି ଓ ତାଙ୍କର ବିଫଳତାକୁ ଲୁଚାଇବା ପାଇଁ ଏପରି କରୁଛନ୍ତି। ଏହା ଦ୍ୱାରା ଦେଶରେ ଲୋକଙ୍କର ଥିବା ଏକତା ବିଗାଡିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ସପା ମୁଖିଆ ଅଖିଳେଶ ଯାଦବ କନୌଜ ଜନପଦରୁ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଆକଳନ କରାଯାଉଛି। ଗତ କିଛିମାସ ହେଲା ସେ ଲଗାତାର କନୌଜ ଗସ୍ତ କରୁଛନ୍ତି। ଏହି କ୍ରମରେ ଅଖିଳେଶ ଶୁକ୍ରବାର କନୌଜର ତିର୍ଭା ବିଧାନସଭା ନିର୍ବାଚନମଣ୍ଡଳିରେ ଥିବା ଫକିରେପୂରବା ଗାଁରେ ପହଞ୍ଚିଥିଲେ।

କାର୍ଯ୍ୟକ୍ରମ ପରେ ଅଖିଳେଶ ଗଣମାଧ୍ୟମ ସହ ଆଲୋଚନାରେ ନିତିଶ କୁମାରଙ୍କ ସମ୍ପର୍କରେ କହିଥିଲେ। ନିତିଶ ଏନଡିଏକୁ ଯିବେ ନାହିଁ ବୋଲି ସେ ଦୃଢଭାବେ କହିଛନ୍ତି। ଏଥିରେ ଅଖିଳେଶ ଉତ୍ତରପ୍ରଦେଶରେ କଂଗ୍ରେସ ସହ ଆସନ ବଣ୍ଟାକୁଣ୍ଟା ନେଇ ମଧ୍ୟ ତାଙ୍କ ପ୍ଲାନିଂ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଏହି ମେଣ୍ଟ ଭଲରକମ ହେବ। ଏହା ସିଟ୍‌ର ନୁହେଁ ଜିତର ମେଣ୍ଟ ହେବ ବୋଲି ସେ କହିଛନ୍ତି। ସିଟ୍ ସଂଖ୍ୟା କେତେବି ହୋଇପାରେ ହେଲେ ମେଣ୍ଟ ଜିତ ଆଧାରରେ ହେବ । ବିଜୟ ହିଁ ଆମ ଆସନ ବଣ୍ଟାକୁଣ୍ଟା ରଣନୀତିର ଅଂଶ ହେବ ବୋଲି ସେ କହିଛନ୍ତି।  

ବେଙ୍ଗଲରେ ବଢିଲା ଟିଏମସି-କଂଗ୍ରେସ୍ ବିବାଦ, ମେଣ୍ଟକୁ ମମତାଙ୍କ ଅସ୍ୱୀକାର ପରେ ସିଲିଗୁଡିରେ ରାହୁଲଙ୍କ ରାଲିକୁ ନା

The post NDAକୁ ଯିବେନି ନିତିଶ, INDIA ମେଣ୍ଟକୁ କରିବେ ମଜଭୁତ: ଅଖିଳେଶ ଯାଦବ appeared first on Prameya News7.