ଗୋଟିଏ ମାସରେ ଦୁଇ ଥର, ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍

ପୁଣି: ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ମଙ୍ଗଳବାର ଅପରାହ୍ନରେ ଶ୍ରୀମନ୍ଦିର ନୀଳଚକ୍ର ଓ ପରିକ୍ରମା ମାର୍ଗ ଏବଂ ଶ୍ରୀମନ୍ଦିର ଉପରେ ଏକ ଡ୍ର୍ରୋନ ପଇତରା ମାରୁଥିବାର ଦେଖିବାକୁ ମିଳିଛି।ଡ୍ରୋନଟି  ପ୍ରାୟ ୨୫ ମିନିଟ୍ ଧରି ଶ୍ରୀମନ୍ଦିର ସହ ଏହାର ଚତୁଃପାର୍ଶ୍ବରେ ଉଡ଼ିଥିଲା। ହେଲେ ଡ୍ରୋନଟି କେଉଁଠାରୁ ଅପରେଟିଂ ହେଉଥିଲା ? ଏବଂ ଏହାକୁ କିଏ ଉଡ଼ାଉଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଗତ ଜାନୁଆରୀ ୫ରେ ମଧ୍ୟ ଏଭଳି ଏକ ଅଜଣା ଡ୍ରୋନ୍ ଶ୍ରୀମନ୍ଦିର ଉପରେ ଉଡ଼ିବା ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଡ୍ରୋନଟି ପ୍ରାୟ ଅଧଘଣ୍ଟା ଧରି ଏକ ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନରେ ଉଡ଼ିଥିଲା। ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଜଣେ ବ୍ୟକ୍ତି ଡ୍ରୋନ୍‌ ଉଡାଇଥିଲେ । ଯାହାକୁ ନେଇ ସେହି ସମୟରେ ତୁମ୍ବିତୋଫାନ୍‌ ହୋଇଥିଲା। ଏପିରିକି ଡ୍ରୋନ୍‌ ଉଡାଇଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ଦାୟର ହୋଇଥିଲା । ପରେ ପୋଲିସର ନିର୍ଦ୍ଦେଶରେ ଉକ୍ତ ବ୍ୟକ୍ତି ଜଣଙ୍କ ଥାନାରେ ହାଜର ହୋଇଥିଲେ।ତେବେ ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ବାରମ୍ବାର ତାଗିଦ୍‌ ଓ କଡ଼ା ନିୟମ ସତ୍ତ୍ୱେ ବି  ଶ୍ରୀମନ୍ଦିର ଉପରେ କିପରି ଡ୍ରୋନ ଉଡ଼ୁଛି ? 

ଗୋଟିଏ ମାସରେ ଦୁଇ ଥର, ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍

ପୁଣି: ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ମଙ୍ଗଳବାର ଅପରାହ୍ନରେ ଶ୍ରୀମନ୍ଦିର ନୀଳଚକ୍ର ଓ ପରିକ୍ରମା ମାର୍ଗ ଏବଂ ଶ୍ରୀମନ୍ଦିର ଉପରେ ଏକ ଡ୍ର୍ରୋନ ପଇତରା ମାରୁଥିବାର ଦେଖିବାକୁ ମିଳିଛି।ଡ୍ରୋନଟି  ପ୍ରାୟ ୨୫ ମିନିଟ୍ ଧରି ଶ୍ରୀମନ୍ଦିର ସହ ଏହାର ଚତୁଃପାର୍ଶ୍ବରେ ଉଡ଼ିଥିଲା। ହେଲେ ଡ୍ରୋନଟି କେଉଁଠାରୁ ଅପରେଟିଂ ହେଉଥିଲା ? ଏବଂ ଏହାକୁ କିଏ ଉଡ଼ାଉଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଗତ ଜାନୁଆରୀ ୫ରେ ମଧ୍ୟ ଏଭଳି ଏକ ଅଜଣା ଡ୍ରୋନ୍ ଶ୍ରୀମନ୍ଦିର ଉପରେ ଉଡ଼ିବା ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଡ୍ରୋନଟି ପ୍ରାୟ ଅଧଘଣ୍ଟା ଧରି ଏକ ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନରେ ଉଡ଼ିଥିଲା। 

ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଜଣେ ବ୍ୟକ୍ତି ଡ୍ରୋନ୍‌ ଉଡାଇଥିଲେ । ଯାହାକୁ ନେଇ ସେହି ସମୟରେ ତୁମ୍ବିତୋଫାନ୍‌ ହୋଇଥିଲା। ଏପିରିକି ଡ୍ରୋନ୍‌ ଉଡାଇଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ଦାୟର ହୋଇଥିଲା । ପରେ ପୋଲିସର ନିର୍ଦ୍ଦେଶରେ ଉକ୍ତ ବ୍ୟକ୍ତି ଜଣଙ୍କ ଥାନାରେ ହାଜର ହୋଇଥିଲେ।

ତେବେ ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ବାରମ୍ବାର ତାଗିଦ୍‌ ଓ କଡ଼ା ନିୟମ ସତ୍ତ୍ୱେ ବି  ଶ୍ରୀମନ୍ଦିର ଉପରେ କିପରି ଡ୍ରୋନ ଉଡ଼ୁଛି ?