ପଶ୍ଚିମରେ କମ୍ପିବ ମୈଦାନ, ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୫/୦୫: ଫୋକସରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଆଜି ପଶ୍ଚିମରେ କମ୍ପିବ ନିର୍ବାଚନ ମୈଦାନ । ପ୍ରଚାରକୁ ଓହ୍ଲାଇବେ ପ୍ରମୁଖ ତିନି ଦଳର ହେଭିଓ୍ବେଟ୍। ରାଉରକେଲା, ଦେବଗଡ଼ ଏବଂ ଅନୁଗୁଳର ପ୍ରଚାର କରିବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳ ସାଢେ ୧୦ଟାରେ ଭୁବନେଶ୍ବର ବିମାନବନ୍ଦରରୁ ରାଉରକେଲା ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ। ପୂର୍ବାହ୍ଣ ୧୧ଟା ୨୦ରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିବେ । ୧୧ଟା ୨୫ରେ ସେକ୍ଟର-13 ପଡ଼ିଆରେ ଅନୁଷ୍ଠିତ ଜନସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତୀର୍କି ଏବଂ ୭ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ନବୀନ। ରାଉରକେଲାରୁ ଦେବଗଡ଼ ଯିବେ ମୁଖ୍ୟମନ୍ତ୍ରୀ। ଦିନ ୧୨ଟା ୫୦ରେ ଦେବଗଡ଼ ସହରର ବଡ଼ବଗିଚା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରେ ଦେବଗଡ଼ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଏବଂ ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଭୋଟ ଭିକ୍ଷା କରିବେ। ପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଏବଂ ଆଠମଲ୍ଲିକରେ ପ୍ରଚାର କରିବେ। ନବୀନଙ୍କ କାର୍ଯ୍ୟକ୍ରମକୁ ନେଇ ବିଜେଡି ନେତା ଏବଂ କର୍ମୀ ବେଶ୍ ଉତ୍ସାହିତ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି କଡ଼ାକଡ଼ି । ନିର
ଭୁବନେଶ୍ୱର ୧୫/୦୫: ଫୋକସରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଆଜି ପଶ୍ଚିମରେ କମ୍ପିବ ନିର୍ବାଚନ ମୈଦାନ । ପ୍ରଚାରକୁ ଓହ୍ଲାଇବେ ପ୍ରମୁଖ ତିନି ଦଳର ହେଭିଓ୍ବେଟ୍। ରାଉରକେଲା, ଦେବଗଡ଼ ଏବଂ ଅନୁଗୁଳର ପ୍ରଚାର କରିବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସକାଳ ସାଢେ ୧୦ଟାରେ ଭୁବନେଶ୍ବର ବିମାନବନ୍ଦରରୁ ରାଉରକେଲା ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ। ପୂର୍ବାହ୍ଣ ୧୧ଟା ୨୦ରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିବେ । ୧୧ଟା ୨୫ରେ ସେକ୍ଟର-13 ପଡ଼ିଆରେ ଅନୁଷ୍ଠିତ ଜନସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।
କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତୀର୍କି ଏବଂ ୭ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ନବୀନ। ରାଉରକେଲାରୁ ଦେବଗଡ଼ ଯିବେ ମୁଖ୍ୟମନ୍ତ୍ରୀ। ଦିନ ୧୨ଟା ୫୦ରେ ଦେବଗଡ଼ ସହରର ବଡ଼ବଗିଚା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରେ ଦେବଗଡ଼ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଏବଂ ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଭୋଟ ଭିକ୍ଷା କରିବେ।
ପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଏବଂ ଆଠମଲ୍ଲିକରେ ପ୍ରଚାର କରିବେ। ନବୀନଙ୍କ କାର୍ଯ୍ୟକ୍ରମକୁ ନେଇ ବିଜେଡି ନେତା ଏବଂ କର୍ମୀ ବେଶ୍ ଉତ୍ସାହିତ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି କଡ଼ାକଡ଼ି । ନିର୍ବାଚନୀ ସଭା ଚାରିପଟେ ୧୩ ପ୍ଳାଟୁନ ଫୋର୍ସ କରାଯାଇଛି ମୁତୟନ ।