ଖାନନଗର ମଶାଣିରେ ହେବ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ
କଟକ,୧୮।୧୧: କଟକ ଖାନନଗର ମଶାଣିରେ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ କରାଯିବ। ଏ ନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି। ମରଶରୀରକୁ ବିଧାନସଭା ଓ ସେଠାରୁୁ ଭାଜପା କାର୍ଯ୍ୟାଳୟ ନିଆଯିବ। ଭୁବନେଶ୍ୱରରୁ ପୁଣି କଟକ ପୈତୃକ ଘରକୁ ନିଆଯିବ। ପରେ ଖାନ୍ନଗର ମଶାଣି ନିଆଯାଇ ସେଠାର ଶେଷକୃତ୍ୟ କରାଯିବ। ସୂଚନାଯୋଗ୍ୟ, ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମତ୍ୟୁ ବେଳକୁ ତାଙ୍କୁ ୬୭ […] The post ଖାନନଗର ମଶାଣିରେ ହେବ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ appeared first on Dharitri Odia News.
କଟକ,୧୮।୧୧: କଟକ ଖାନନଗର ମଶାଣିରେ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ କରାଯିବ। ଏ ନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି। ମରଶରୀରକୁ ବିଧାନସଭା ଓ ସେଠାରୁୁ ଭାଜପା କାର୍ଯ୍ୟାଳୟ ନିଆଯିବ। ଭୁବନେଶ୍ୱରରୁ ପୁଣି କଟକ ପୈତୃକ ଘରକୁ ନିଆଯିବ। ପରେ ଖାନ୍ନଗର ମଶାଣି ନିଆଯାଇ ସେଠାର ଶେଷକୃତ୍ୟ କରାଯିବ।
ସୂଚନାଯୋଗ୍ୟ, ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ପରଲୋକ ନେଇ ଘରୋଇ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି। ଅସୁସ୍ଥ ଥାଇ ଦୀର୍ଘଦିନରୁ ଚିକିତ୍ସାଧୀନ ଥିଲେ ସମୀର। ନିମୋନିଆ, କିଡ଼ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ।
ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଭାଜପା ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ।
The post ଖାନନଗର ମଶାଣିରେ ହେବ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ appeared first on Dharitri Odia News.