ଖାମେନିଙ୍କ ହତ୍ୟାର ସ୍ୱପ୍ନ ଛାଡ଼ି ଦିଅ ନେତନ୍ୟାହୁ ; ଚୀନ ସହ ମିଶି ରୁଷ୍ କହିଲା ...
ମସ୍କୋ : ଇରାନ-ଇସ୍ରାଏଲ ଯୁଦ୍ଧରେ ଯେଉଁଠି ଦୁନିଆର ବଡ଼ ବଡ଼ ଦେଶ ଦୁଇଟି ଗୋଷ୍ଠୀରେ ବାଣ୍ଟି ହେବାର ନଜର ଆସୁଛି, ସେଠାରେ ଆମେରିକାର ଦୁଇ ପୁରୁଣା ଶତ୍ରୁ ରୁଷ୍ ଓ ଚୀନ ଖୋଲାଖୋଲି ଇରାନର ସମର୍ଥନ କରିଛନ୍ତି। ଏହି ଦୁଇ ଦେଶ ଆମେରିକାକୁ ଏହି ଯୁଦ୍ଧରେ ନପଶିବାକୁ ପରାମର୍ଶ ଦେଇଛନ୍ତି ଏବଂ ସତର୍କ କରାଇଛନ୍ତି ଯେ, ଯଦି ଆମେରିକା ଇରାନ ବିରୋଧରେ ଯୁଦ୍ଧକୁ ଲମ୍ଫ ଦିଏ ତ ଏହାର ପରିଣାମ ଭୟଙ୍କର ହେବ। ଦୁଇ ଶକ୍ତଶାଳୀ ଦେଶର ରାଷ୍ଟ୍ରପତି ଗୁରୁବାର ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଫୋନରେ କଥାବାର୍ତ୍ତା ହୋଇଛନ୍ତି। ଏହାପରେ ଦୁଇ ଦେଶ ପକ୍ଷରୁ ବୟାନ ଜାରି କରି ଇସ୍ରାଏଲକୁ ଅସ୍ତ୍ରବିରତିର ପରାମର୍ଶ ଦେଇ ବିବୃତ୍ତି ଜାରି କରିଛନ୍ତି।ଏହି ପରାମର୍ଶ ଏମିତି ସମୟରେ ଦିଆଯାଇଛି , ଯେତେବେଳେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କ ହତ୍ୟା କରିବା ଓ ସେଠାରେ ଶାସନ ପରିବର୍ତ୍ତନର କଥା ଲଗାତାର କହୁଛନ୍ତି। ଏହି ମଧ୍ୟରେ ରୁଷ୍ ଇରାନରେ ଶାସନ ପରିବର୍ତ୍ତନର କୌଣସି ବି ସମ୍ଭାବିତ କଥାବାର୍ତ୍ତାର ସମର୍ଥନ କରିବାକୁ ମନା କରିବା ସହ ଇରାନୀ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କ ହତ୍ୟା ପାଇଁ ଚେଷ୍ଟାକୁ ଅସ୍ୱୀକାର୍ଯ୍ୟ କହିଛନ୍ତି। କ୍ରେମଲିନର ପ୍ରବକ୍ତା ଡିମିତ୍ରୀ ପେସକୋଭ୍ ସ୍କାଇ ନ୍ୟୁଜ୍ ସହ ଏକ ସାକ୍ଷାତ୍କାରରେ ଏହି କଥା କହିଛନ୍ତି। ପେସକୋଭ୍ କହିଛନ୍ତି , ଖାମେନିଙ୍କର ହତ୍ୟା ଅକଳ୍ପନୀୟ
ମସ୍କୋ : ଇରାନ-ଇସ୍ରାଏଲ ଯୁଦ୍ଧରେ ଯେଉଁଠି ଦୁନିଆର ବଡ଼ ବଡ଼ ଦେଶ ଦୁଇଟି ଗୋଷ୍ଠୀରେ ବାଣ୍ଟି ହେବାର ନଜର ଆସୁଛି, ସେଠାରେ ଆମେରିକାର ଦୁଇ ପୁରୁଣା ଶତ୍ରୁ ରୁଷ୍ ଓ ଚୀନ ଖୋଲାଖୋଲି ଇରାନର ସମର୍ଥନ କରିଛନ୍ତି। ଏହି ଦୁଇ ଦେଶ ଆମେରିକାକୁ ଏହି ଯୁଦ୍ଧରେ ନପଶିବାକୁ ପରାମର୍ଶ ଦେଇଛନ୍ତି ଏବଂ ସତର୍କ କରାଇଛନ୍ତି ଯେ, ଯଦି ଆମେରିକା ଇରାନ ବିରୋଧରେ ଯୁଦ୍ଧକୁ ଲମ୍ଫ ଦିଏ ତ ଏହାର ପରିଣାମ ଭୟଙ୍କର ହେବ। ଦୁଇ ଶକ୍ତଶାଳୀ ଦେଶର ରାଷ୍ଟ୍ରପତି ଗୁରୁବାର ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଫୋନରେ କଥାବାର୍ତ୍ତା ହୋଇଛନ୍ତି। ଏହାପରେ ଦୁଇ ଦେଶ ପକ୍ଷରୁ ବୟାନ ଜାରି କରି ଇସ୍ରାଏଲକୁ ଅସ୍ତ୍ରବିରତିର ପରାମର୍ଶ ଦେଇ ବିବୃତ୍ତି ଜାରି କରିଛନ୍ତି।

ଏହି ପରାମର୍ଶ ଏମିତି ସମୟରେ ଦିଆଯାଇଛି , ଯେତେବେଳେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କ ହତ୍ୟା କରିବା ଓ ସେଠାରେ ଶାସନ ପରିବର୍ତ୍ତନର କଥା ଲଗାତାର କହୁଛନ୍ତି। ଏହି ମଧ୍ୟରେ ରୁଷ୍ ଇରାନରେ ଶାସନ ପରିବର୍ତ୍ତନର କୌଣସି ବି ସମ୍ଭାବିତ କଥାବାର୍ତ୍ତାର ସମର୍ଥନ କରିବାକୁ ମନା କରିବା ସହ ଇରାନୀ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କ ହତ୍ୟା ପାଇଁ ଚେଷ୍ଟାକୁ ଅସ୍ୱୀକାର୍ଯ୍ୟ କହିଛନ୍ତି। କ୍ରେମଲିନର ପ୍ରବକ୍ତା ଡିମିତ୍ରୀ ପେସକୋଭ୍ ସ୍କାଇ ନ୍ୟୁଜ୍ ସହ ଏକ ସାକ୍ଷାତ୍କାରରେ ଏହି କଥା କହିଛନ୍ତି।
ପେସକୋଭ୍ କହିଛନ୍ତି , ଖାମେନିଙ୍କର ହତ୍ୟା ଅକଳ୍ପନୀୟ , ଏବଂ ଏହି ବିଷୟରେ କଥାବାର୍ତ୍ତା କରିବା ମଧ୍ୟ ସମସ୍ତଙ୍କ ପାଇଁ ଅସ୍ୱୀକାର୍ଯ୍ୟ ହେବା ଉଚିତ୍। ସେ କହିଛନ୍ତି , ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଏବଂ ଏହା କେବଳ କ୍ଷେତ୍ର ପାଇଁ ନୁହେଁ , ପୂରା ବିଶ୍ୱ ପାଇଁ ବିପଜ୍ଜନକ। ସେ କହିଛନ୍ତି କୌଣସି ବି ଅତିରିକ୍ତ ଭାଗିଦାରୀ ଉତ୍ତେଜନାକୁ ଆହୁରି ବଢାଇବ । ପେସକୋଭଙ୍କ ସଙ୍କେତ ୱାଶିଂଟନ ଦ୍ୱାରା ଇସ୍ରାଏଲକୁ ପ୍ରତ୍ୟକ୍ଷ ସେନା ସହାୟତା ପ୍ରଦାନ କରିବାର ସମ୍ଭାବା ଗୁଡ଼ିକର ଇଙ୍ଗିତ ଥିଲା।
ହେଲେ , ପେସକୋଭ ଏହା ଉପରେ କୌଣସି ଟିପ୍ପଣୀ କରି ନାହାନ୍ତି କି, ଖାମେନିଙ୍କର ହତ୍ୟା ହେଲେ ରୁଷ୍ କଣ କାର୍ଯ୍ୟାନୁଷ୍ଠାନ ନେବ, ଏହା ପରିବର୍ତ୍ତେ ସେ କହିଛନ୍ତି , ଏହା ଇରାନ ଭିତରୁ କାର୍ଯ୍ୟାନୁଷ୍ଠାନକୁ ଆହୁରି ବୃଦ୍ଧି କରାଇବ। ଏହା ଇରାନ ଭିତରେ ଚରମପନ୍ଥୀ ଭାବନା ସୃଷ୍ଟ କରିବ ଏବଂ ଯେଉଁ ଲୋକ (ଖାମେନିଙ୍କ ହତ୍ୟା)ଙ୍କ ବିଷୟରେ କହୁଛନ୍ତି, ତାଙ୍କୁ ଏହାକୁ ଧ୍ୟାନରେ ରଖିବା ଉଚିତ୍।
ଇରାନ -ଇସ୍ରାଏଲ ଯୁଦ୍ଧକୁ ସମାପ୍ତ କରିବା ପାଇଁ ମଧ୍ୟସ୍ଥତା କରିବାର ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରସ୍ତାବକୁ ଏବେସୁଦ୍ଧା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ୱୀକାର କରି ଦେଇଛନ୍ତି। ଟ୍ରମ୍ପ ବୁଧବାର ରୁଷୀୟ ରାଷ୍ଟ୍ରପତିଙ୍କୁ କହିଥିଲେ ଯେ , ପ୍ରଥମେ ତାଙ୍କୁ ନିଜ ସଂଘର୍ଷର ମଧ୍ୟସ୍ଥତା କରିବା ଉଚିତ୍। ତାଙ୍କର ସଙ୍କେତ ୟୁକ୍ରେନ ବିରୋଧରେ ରୁଷ୍ର ଯୁଦ୍ଧ ସହ ଥିଲା। ପେସକୋଭ୍ ଏହି କଥାରେ ମନା କରିଛନ୍ତି ଯେ, ଆମେରିକୀୟ ରାଷ୍ଟ୍ରପତିଙ୍କର ଶବ୍ଦ ଅପମାନଜନକ ଥିଲା। ସେ କହିଛନ୍ତି , ସମସ୍ତଙ୍କ ଏକ ଅଲଗା ଭାଷା ହୋଇଥାଏ। ରାଷ୍ଟ୍ରପତି ଟ୍ରମ୍ପଙ୍କ କହିବାର ନିଜର ସ୍ୱତନ୍ତ୍ର ଉପାୟ ଓ ନିଜର ସ୍ୱତନ୍ତ୍ର ଭାଷା ଅଛି। ଆମେ ଖୁବ୍ ସହଷ୍ଣୁ ଏବଂ ଆଶା କରୁଛୁ କି, ଯେକେହି ଆମ ପ୍ରତି ସହିଷ୍ଣୁ ହେବ ।