ଖାଲି ପାଦରେ ଅପିସ୍-ପାର୍ଟି ଯାଉଛନ୍ତି ଅଷ୍ଟ୍ରେଲିଆ ଲୋକେ, ଭାଇରାଲ ହେଉଛି ଭିଡିଓ

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବାସିନ୍ଦାଙ୍କ ମଧ୍ୟରେ ଗତ କିଛି ବର୍ଷ ହେଲା ଏକ ଅଜବ  ପରିବର୍ତ୍ତନ ଦେଖିବାକୁ ମିଳୁଛି । ସେମାନେ ଜୋତା-ଚପଲ ପରିବର୍ତ୍ତେ ଖାଲି  ପାଦରେ ଚାଲିବାର ଅଭ୍ୟାସକୁ ଆପଣେଇଛନ୍ତି । ସେଠାରେ ଲୋକଙ୍କୁ ପବ୍‌ ହେଉ   ବା ପାର୍ଟି କିମ୍ବା ଅଫିସ୍‌ ବା ଶପିଂ ସବୁ ସ୍ଥାନରେ ଖାଲି ପାଦରେ ଦେଖିବାକୁ ମିଳୁଛି ।  ସେଠାକାର ସବୁ ଲୋକ ଯେ ଜୋତା-ଚପଲ ପିନ୍ଧିବା ଅଭ୍ୟାସ ଭୁଲିସାରିଛନ୍ତି ତାହା  କହିବା ଭୁଲ୍‌ ହେବ । କିନ୍ତୁ ଅଧିକାଂଶ ଲୋକଙ୍କୁ  ସଡ଼କରୁ ନେଇ ଖେଳପଡ଼ିଆ ଯାଏ ବିନା  ଜୋତାରେ ଦେଖିବାକୁ ମିଳୁଛି । ନିକଟରେ  ସୋସିଆଲ୍‌ ମିଡିଆ ସାଇଟ୍‌ ଏକ୍ସରେ ଏ  ସଂପର୍କରେ ଜଣେ ୟୁଜର୍‌ ଏକ ପୋଷ୍ଟ  କରିଥିଲେ । ସେଥିରେ ରାସ୍ତାରେ ଲୋକଙ୍କୁ  ଖାଲି ପାଦରେ ବୁଲୁଥିବା ଦେଖିବାକୁ ମିଳୁଛି । ୧୯ ସେକେଣ୍ଡ୍‌ର ସେହି ଭିଡିଓର  କ୍ୟାପସନ୍‌ରେ ଲେଖାଯାଇଛି, ଅଷ୍ଟ୍ରେଲିଆବାସୀଙ୍କୁ କ’ଣ ହୋଇଛି? ସେହି ଭିଡିଓକୁ   ଅଦ୍ୟାବଧି ପ୍ରାୟ ୬୬ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ସେପଟେ କେବଳ  ଯୁବଗୋଷ୍ଠୀଙ୍କ ମଧ୍ୟରେ ଯେ ଏହି ଟ୍ରେଣ୍ଡ୍‌ ତୀବ୍ର ଗତିରେ ଲୋକପ୍ରିୟ ହେଉଛି  ତାହା ନୁହେଁ । ସ୍କୁଲରେ ମଧ୍ୟ ପିଲାଙ୍କୁ ଖାଲି ପାଦରେ ଚାଲିବାର ଲାଭ ବିଷୟରେ  ବର୍ଣ୍ଣନା କରାଯାଉଛି । ପର୍ଥରେ ଏକ ପ୍ରାଥମିକ ସ୍କୁଲରେ ବିଭିନ୍ନ   ପ୍ରକାର ଲାଭ ସଂପର୍କରେ ଦର୍ଶାଯାଇ ଛାତ୍ରଛାତ୍ରୀଙ୍କୁ ଖାଲି  ପାଦରେ ସ୍କୁଲକୁ ଆସିବାକୁ ଅନୁମତି ଦିଆଯାଇ

ଖାଲି ପାଦରେ ଅପିସ୍-ପାର୍ଟି ଯାଉଛନ୍ତି ଅଷ୍ଟ୍ରେଲିଆ ଲୋକେ, ଭାଇରାଲ ହେଉଛି ଭିଡିଓ

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବାସିନ୍ଦାଙ୍କ ମଧ୍ୟରେ ଗତ କିଛି ବର୍ଷ ହେଲା ଏକ ଅଜବ  ପରିବର୍ତ୍ତନ ଦେଖିବାକୁ ମିଳୁଛି । ସେମାନେ ଜୋତା-ଚପଲ ପରିବର୍ତ୍ତେ ଖାଲି  ପାଦରେ ଚାଲିବାର ଅଭ୍ୟାସକୁ ଆପଣେଇଛନ୍ତି । ସେଠାରେ ଲୋକଙ୍କୁ ପବ୍‌ ହେଉ   ବା ପାର୍ଟି କିମ୍ବା ଅଫିସ୍‌ ବା ଶପିଂ ସବୁ ସ୍ଥାନରେ ଖାଲି ପାଦରେ ଦେଖିବାକୁ ମିଳୁଛି ।  ସେଠାକାର ସବୁ ଲୋକ ଯେ ଜୋତା-ଚପଲ ପିନ୍ଧିବା ଅଭ୍ୟାସ ଭୁଲିସାରିଛନ୍ତି ତାହା  କହିବା ଭୁଲ୍‌ ହେବ । କିନ୍ତୁ ଅଧିକାଂଶ ଲୋକଙ୍କୁ  ସଡ଼କରୁ ନେଇ ଖେଳପଡ଼ିଆ ଯାଏ ବିନା  ଜୋତାରେ ଦେଖିବାକୁ ମିଳୁଛି । ନିକଟରେ  ସୋସିଆଲ୍‌ ମିଡିଆ ସାଇଟ୍‌ ଏକ୍ସରେ ଏ  ସଂପର୍କରେ ଜଣେ ୟୁଜର୍‌ ଏକ ପୋଷ୍ଟ  କରିଥିଲେ । 

ସେଥିରେ ରାସ୍ତାରେ ଲୋକଙ୍କୁ  ଖାଲି ପାଦରେ ବୁଲୁଥିବା ଦେଖିବାକୁ ମିଳୁଛି । ୧୯ ସେକେଣ୍ଡ୍‌ର ସେହି ଭିଡିଓର  କ୍ୟାପସନ୍‌ରେ ଲେଖାଯାଇଛି, ଅଷ୍ଟ୍ରେଲିଆବାସୀଙ୍କୁ କଣ ହୋଇଛି? ସେହି ଭିଡିଓକୁ   ଅଦ୍ୟାବଧି ପ୍ରାୟ ୬୬ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ସେପଟେ କେବଳ  ଯୁବଗୋଷ୍ଠୀଙ୍କ ମଧ୍ୟରେ ଯେ ଏହି ଟ୍ରେଣ୍ଡ୍‌ ତୀବ୍ର ଗତିରେ ଲୋକପ୍ରିୟ ହେଉଛି  ତାହା ନୁହେଁ । ସ୍କୁଲରେ ମଧ୍ୟ ପିଲାଙ୍କୁ ଖାଲି ପାଦରେ ଚାଲିବାର ଲାଭ ବିଷୟରେ  ବର୍ଣ୍ଣନା କରାଯାଉଛି । ପର୍ଥରେ ଏକ ପ୍ରାଥମିକ ସ୍କୁଲରେ ବିଭିନ୍ନ   ପ୍ରକାର ଲାଭ ସଂପର୍କରେ ଦର୍ଶାଯାଇ ଛାତ୍ରଛାତ୍ରୀଙ୍କୁ ଖାଲି  ପାଦରେ ସ୍କୁଲକୁ ଆସିବାକୁ ଅନୁମତି ଦିଆଯାଇଛି ।  ସୂଚନାଥାଉକି, ୨୦୧୨ରେ ନ୍ୟୁୟର୍କ ଟାଇମ୍ସର ଜଣେ  ଲେଖକ ନ୍ୟୁଜିଲାଣ୍ଡ ଯାତ୍ରା ସମୟରେ ପ୍ରଥମେ  ଏହି ଟ୍ରେଣ୍ଡ୍‌କୁ ଦେଖିଥିବା ରିପୋର୍ଟ କରିଥିଲେ ।