ଖାଲିଥିବା ୨୬୧ ଅଣବୈଷୟିକ, ବୈଷୟିକ କର୍ମଚାରୀ ନିଯୁକ୍ତ ହେବେ

ଭୁବନେଶ୍ୱର,୨୬ା୧(ଅନିଲ ଦାସ): ଓଡ଼ିଶା ଉଠା ଜଳସେଚନ ନିଗମ (ଓଏଲ୍‌ଆଇସି)ର ୨୦୭ତମ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ବୈଠକ ଶୁକ୍ରବାର ଉନ୍ନୟନ କମିଶନର ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏଲ୍‌ଆଇସିର ଅଧ୍ୟକ୍ଷ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଏଲ୍‌ଆଇସି ପରିଚାଳନା ନିର୍ଦ୍ଦେଶକ ତଥା ବୋର୍ଡର ନିର୍ଦ୍ଦେଶକ ଆଲୋକ କୁମାର କରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ କନ୍ଧମାଳ ଜିଲାରେ ୫୦୦, ମୟୂରଭଞ୍ଜ ଜିଲାରେ ୬୦୦, ଦେବଗଡ଼ ଜିଲାରେ ୩୦୦, […] The post ଖାଲିଥିବା ୨୬୧ ଅଣବୈଷୟିକ, ବୈଷୟିକ କର୍ମଚାରୀ ନିଯୁକ୍ତ ହେବେ appeared first on Dharitri Odia News.

ଖାଲିଥିବା ୨୬୧ ଅଣବୈଷୟିକ, ବୈଷୟିକ କର୍ମଚାରୀ ନିଯୁକ୍ତ ହେବେ

ଭୁବନେଶ୍ୱର,୨୬ା୧(ଅନିଲ ଦାସ): ଓଡ଼ିଶା ଉଠା ଜଳସେଚନ ନିଗମ (ଓଏଲ୍‌ଆଇସି)ର ୨୦୭ତମ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ବୈଠକ ଶୁକ୍ରବାର ଉନ୍ନୟନ କମିଶନର ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏଲ୍‌ଆଇସିର ଅଧ୍ୟକ୍ଷ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଏଲ୍‌ଆଇସି ପରିଚାଳନା ନିର୍ଦ୍ଦେଶକ ତଥା ବୋର୍ଡର ନିର୍ଦ୍ଦେଶକ ଆଲୋକ କୁମାର କରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ବୈଠକରେ କନ୍ଧମାଳ ଜିଲାରେ ୫୦୦, ମୟୂରଭଞ୍ଜ ଜିଲାରେ ୬୦୦, ଦେବଗଡ଼ ଜିଲାରେ ୩୦୦, କୋରାପୁଟ ଜିଲାରେ ୭୦୦, ନବରଙ୍ଗପୁର ଜିଲାରେ ୧୦୦୦ ଏବଂ ନୂଆପଡ଼ା ଜିଲାରେ ୧୦୦୦ ସଂଖ୍ୟକ ସୋଲାର ଡିପ୍‌ ବୋରୱେଲ ସ୍ଥାପନ ପାଇଁ ଟେଣ୍ଡର ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଛି। ଏଥିସହିତ ମଞ୍ଜୁରିପ୍ରାପ୍ତ ଖାଲି ପଦବୀରେ ୨୬୧ଟି ବୈଷୟିକ ଓ ଅଣବୈଷୟିକ କର୍ମଚାରୀ ନିଯୁକ୍ତି ପାଇଁ ଅନୁମୋଦନ ସହ ନିଗମର ନିୟମିତ କର୍ମଚାରୀଙ୍କ ସପକ୍ଷରେ ଅତିରିକ୍ତ ୪% ମହଙ୍ଗା ଭତ୍ତା (ଡିଏ)କୁ ମଧ୍ୟ ବୋର୍ଡ ଅନୁମୋଦନ କରିଥିବା ଜଣାଯାଇଛି।

The post ଖାଲିଥିବା ୨୬୧ ଅଣବୈଷୟିକ, ବୈଷୟିକ କର୍ମଚାରୀ ନିଯୁକ୍ତ ହେବେ appeared first on Dharitri Odia News.