ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି
ଭୁବନେଶ୍ୱର,୯।୧୧ (ଅଭୟ ଦାଶ): ଚଳିତ ବର୍ଷର ପାର୍ବଣ ପାଇଁ ଘରୋଇ ଅଟୋ ବଜାରରେ ରେକର୍ଡ ପରିମାଣର କାରବାର ହୋଇଛି। ଏପରିକି ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସାଙ୍ଗକୁ ସବୁ କ୍ଷେତ୍ରର ଯାନ ବିକ୍ରିରେ ଚାହିଦା ବୃଦ୍ଧି ଦେଖିବାକୁ ମିଳିଛି। ବିଶେଷକରି ପାର୍ବଣ ଉପହାର ଓ ଆକର୍ଷଣୀୟ ରିହାତି ସୁବିଧା ଖୁଚୁରା ଯାନ ବିକ୍ରିର ପରିମାଣକୁ ପୂର୍ବ ବର୍ଷ ଅପେକ୍ଷା ବଢ଼ାଇ ଦେଇଛି ବୋଲି ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ ( ଏଫ୍ଏଡିଏ ବା ଫାଡା)ର […] The post ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି appeared first on Dharitri Odia News.
ଭୁବନେଶ୍ୱର,୯।୧୧ (ଅଭୟ ଦାଶ): ଚଳିତ ବର୍ଷର ପାର୍ବଣ ପାଇଁ ଘରୋଇ ଅଟୋ ବଜାରରେ ରେକର୍ଡ ପରିମାଣର କାରବାର ହୋଇଛି। ଏପରିକି ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସାଙ୍ଗକୁ ସବୁ କ୍ଷେତ୍ରର ଯାନ ବିକ୍ରିରେ ଚାହିଦା ବୃଦ୍ଧି ଦେଖିବାକୁ ମିଳିଛି। ବିଶେଷକରି ପାର୍ବଣ ଉପହାର ଓ ଆକର୍ଷଣୀୟ ରିହାତି ସୁବିଧା ଖୁଚୁରା ଯାନ ବିକ୍ରିର ପରିମାଣକୁ ପୂର୍ବ ବର୍ଷ ଅପେକ୍ଷା ବଢ଼ାଇ ଦେଇଛି ବୋଲି ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ ( ଏଫ୍ଏଡିଏ ବା ଫାଡା)ର ଓଡ଼ିଶା ଶାଖା ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବରରେ ଓଡ଼ିଶା ଅଟୋ ବଜାରର ଯାନ ବିକ୍ରି ୧,୦୮,୧୦୪ ୟୁନିଟ୍ ଥିଲାବେଳେ ୨୦୨୩ ଏହି ଅବଧି ମଧ୍ୟରେ ଗାଡି ବିକ୍ରି ୮୭,୨୭୪ ୟୁନିଟ୍ ଥିଲା। ଏପରିକି ଗତ ବର୍ଷ ତୁଳନାରେ ଚଳିତ ବର୍ଷର ଗାଡ଼ି ବିକ୍ରି ପ୍ରାୟ ୨୪% (୨୩.୮୭%) ବୃଦ୍ଧି ଘଟିଛି ବୋଲି ଫାଡା ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବଜାରରେ ଦୁଇଚକିଆ ଯାନ ବିକ୍ରିର ଚାହିଦା ଅଧିକ ରହିଛି। ଏପରିକି ୨୦୨୪ ଅକ୍ଟୋବରରେ ୨ ଚକିଆ ଯାନ ୮୯,୧୫୯ ୟୁନିଟ୍ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୭୧,୫୯୪ ୟୁନିଟ୍ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୨୪.୫୩% ବୃଦ୍ଧି ହୋଇଛି। ସେହିପରି ଯାତ୍ରୀବାହୀ (ପାସେଞ୍ଜର ଭେଇକିଲ ବା ପିଭି) ଯାନ ବିକ୍ରିରେ ଉତ୍ସାହଜନକ କାରବାର ଦେଖିବାକୁ ମିଳିଥିଲା। ଏପରିକି ୨୦୨୪ ଅକ୍ଟୋବରରେ ପିଭି ୧୧,୧୭୭ ୟୁନିଟ୍ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୮,୭୭୫ ୟୁନିଟ୍ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୨୭.୩୭% ବୃଦ୍ଧି ହୋଇଛି। ଅପରପକ୍ଷରେ ବାଣିଜ୍ୟକ ଯାନ (କମର୍ସିଆଲ ଭେଇକିଲ ବା ସିଭି ) କ୍ରୟରେ ବୃଦ୍ଧି ଘଟିଛି। ଏପରିକି ୨୦୨୪ ଅକ୍ଟୋବରରେ ସିଭି ୩,୯୧୭ ୟୁନିଟ୍ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୩,୩୮୫ୟୁନିଟ୍ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୧୫.୭୨% ବୃଦ୍ଧି ହୋଇଛି। ୨୦୨୪ ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶା ବଜାରରେ ୧୬% ରୁ ଅଧିକ ୩ ଚକିଆ ମଡେଲ ବିକ୍ରି ହୋଇଛି। ଏପରିକି ଚଳିତ ବର୍ଷ ଅକ୍ଟୋବରରେ ୩ ଚକିଆ ମଡେଲ ୨,୬୬୪ ୟୁନିଟ୍ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୨,୨୯୨ ୟୁନିଟ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୧୬.୨୩% ବୃଦ୍ଧି ହୋଇଛି। ୨୦୨୪ ଅକ୍ଟୋବରରେ ମଧ୍ୟ ଟ୍ରାକ୍ଟର ୧୧୮୭ ୟୁନିଟ୍ ବିକ୍ରିହୋଇଥିଲା ବେଳେ ୨୦୨୩ ଅକ୍ଟୋବରରେ ଏହାର ପରିମାଣ ୧୨୨୮ ୟୁନିଟ୍ ଥିଲା।
ଏ ସମ୍ପର୍କରେ ଫାଡା ଓଡ଼ିଶାର ରାଜ୍ୟ ଅଧ୍ୟକ୍ଷ ଅଖିଳ ପୋଦ୍ଦାର କହିଥିଲେ, ଆମେ ଆମର ଖୁଚୁରା ଗାଡ଼ି ବିକ୍ରିର ଫଳାଫଳ ଘୋଷଣାକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଚଳିତ ବର୍ଷ ପାର୍ବଣରେ ଓଡ଼ିଶା ଅଟୋ ବଜାର ନୂଆ ମାଇଲଖୁଣ୍ଟ ସହ ୧ ଲକ୍ଷ ଗାଡ଼ି ବିକ୍ରିର ଐତିହାସିକ ସଫଳତା ହାସଲ କରିଛି। ଏହି ଧାରା ଆଗକୁ ମଧ୍ୟ ଜାରି ରହିବା ଆଶା କରାଯାଉଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।
The post ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି appeared first on Dharitri Odia News.