ଖୁଡ଼ୀ-ଝିଆରୀଙ୍କ ପାଟିରେ ସେଲୋଟେପ୍‌ ଲଗାଇ ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଅନୁଗୋଳ,୧୨ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବଅଁରପାଳ ଥାନା ଗଡ଼ସନ୍ଧି ପଞ୍ଚାୟତର ଭାଗବତପୁର ଗ୍ରାମରେ ମଙ୍ଗଳବାର ରାତିରେ ଖୁଡୀ ଓ ଝିଆରୀଙ୍କ ପାଟିରେ ସେଲଟେପ୍‌ ଲଗାଇ ତଣ୍ଟିରେ ଛୁରି ଲଗାଇ ଟଙ୍କା, ସୁନା ଲୁଟ୍‌ କରୁଥିବାର ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ବିଜୟ ଭୂତିଆଙ୍କ ପରିବାର। ସୂଚନା ମୁତାବକ ରାତି ୮ଟା ୩୦ରେ ଏହିପରି ଅଘଟଣା ଘଟିଛି। ଖୁଡ଼ୀ, ଝିଆରୀ, ଦୁଇ ଛୁଆଙ୍କୁ ନେଇ ଘରେ ଉପସ୍ଥିତ ଥିଲେ। ଘର ମଧ୍ୟକୁ ପ୍ରାୟ ୫ରୁ […] The post ଖୁଡ଼ୀ-ଝିଆରୀଙ୍କ ପାଟିରେ ସେଲୋଟେପ୍‌ ଲଗାଇ ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା appeared first on Dharitri Odia News.

ଖୁଡ଼ୀ-ଝିଆରୀଙ୍କ ପାଟିରେ ସେଲୋଟେପ୍‌ ଲଗାଇ ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଅନୁଗୋଳ,୧୨ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବଅଁରପାଳ ଥାନା ଗଡ଼ସନ୍ଧି ପଞ୍ଚାୟତର ଭାଗବତପୁର ଗ୍ରାମରେ ମଙ୍ଗଳବାର ରାତିରେ ଖୁଡୀ ଓ ଝିଆରୀଙ୍କ ପାଟିରେ ସେଲଟେପ୍‌ ଲଗାଇ ତଣ୍ଟିରେ ଛୁରି ଲଗାଇ ଟଙ୍କା, ସୁନା ଲୁଟ୍‌ କରୁଥିବାର ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ବିଜୟ ଭୂତିଆଙ୍କ ପରିବାର।

ସୂଚନା ମୁତାବକ ରାତି ୮ଟା ୩୦ରେ ଏହିପରି ଅଘଟଣା ଘଟିଛି। ଖୁଡ଼ୀ, ଝିଆରୀ, ଦୁଇ ଛୁଆଙ୍କୁ ନେଇ ଘରେ ଉପସ୍ଥିତ ଥିଲେ। ଘର ମଧ୍ୟକୁ ପ୍ରାୟ ୫ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ପ୍ରବେଶ କରି ଭିତର ପାଖରୁ କବାଟ ବନ୍ଦ କରି ଖୁଡ଼ୀଙ୍କୁ ମୁହଁରେ ସେଲୋଟେପ୍‌ ବାନ୍ଧି ହାତକୁ ପିଟିବା ସହ ଝିଆରୀଙ୍କ ବେକରେ ଛୁରି ଲଗାଇ ଛୁଆଙ୍କୁ ହତ୍ୟା ଧମକ ଦେବା ସହ ନଗଦ ୪ ଲକ୍ଷ ଟଙ୍କା ଓ ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଛନ୍ତି। ଲୁଟ୍‌ ସମ୍ବନ୍ଧରେ ଗ୍ରାମରେ ଜଣାଇବା ପରେ ଗ୍ରାମବାସୀ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଆଡିଶନାଲ ଏସ୍‌ପି ଭର୍ଷିତା ଆଡେପୁ, ଏସ୍‌ଡିପିଓ ରମାକାନ୍ତ ମହାଳିକ, ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ, ଏସ ଆଇ ଅମିତ୍‌ ମିଶ୍ର, ଏଏସ୍‌ଆଇ ଜେ କେ ସାଏ, ଏଏସ୍‌ ଆଇ ବିଜୟଲକ୍ଷ୍ମୀ ନାୟକ ପହଞ୍ଚି ଲୁଟ୍‌ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

The post ଖୁଡ଼ୀ-ଝିଆରୀଙ୍କ ପାଟିରେ ସେଲୋଟେପ୍‌ ଲଗାଇ ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା appeared first on Dharitri Odia News.