ଖୁଣ୍ଟାପଡ଼ା ପଞ୍ଚାୟତରେ ବିଜେପିର ବିଜୟ ସଂକଳ୍ପ ସମାବେଶ
ପାଟଣା: ବିଜେପି ପାଟଣା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୟ ସଂକଳ୍ପ ସମାବେଶ ପାଟଣା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ବାରଖଣ୍ଡିଆ ଆମ୍ବତୋଟା ଠାରେ ଆଜି ଅନୁଷ୍ଠିତ ହୋଇଛି। ଏଠାରେ ଆଖପାଖ ଅଞ୍ଚଳର ୧୫ ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଏବଂ ମା ଭଉଣୀ ମାନେ ଯୋଗ ଦେଇଥିଲେ। ପାଟଣା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ଅବସରପ୍ରାପ୍ତ ଶିକ୍ଷକ ଦିନମଣୀ ଗିରି ଏବଂ ପର୍ଶୁରାମ ବାରିକ, ଅବସରପ୍ରାପ୍ତ ମୁଦ୍ରଣ ଅଧିକାରୀ ଶରତ ଚନ୍ଦ୍ର […]

ପାଟଣା: ବିଜେପି ପାଟଣା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୟ ସଂକଳ୍ପ ସମାବେଶ ପାଟଣା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ବାରଖଣ୍ଡିଆ ଆମ୍ବତୋଟା ଠାରେ ଆଜି ଅନୁଷ୍ଠିତ ହୋଇଛି। ଏଠାରେ ଆଖପାଖ ଅଞ୍ଚଳର ୧୫ ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଏବଂ ମା ଭଉଣୀ ମାନେ ଯୋଗ ଦେଇଥିଲେ। ପାଟଣା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ଅବସରପ୍ରାପ୍ତ ଶିକ୍ଷକ ଦିନମଣୀ ଗିରି ଏବଂ ପର୍ଶୁରାମ ବାରିକ, ଅବସରପ୍ରାପ୍ତ ମୁଦ୍ରଣ ଅଧିକାରୀ ଶରତ ଚନ୍ଦ୍ର ପ୍ରଧାନ ଏବଂ ଅବସରପ୍ରାପ୍ତ ସହାୟକ ଖଗେଶ୍ୱର ସାହୁଙ୍କୁ ପ୍ରମୋଦ ସାହୁଙ୍କ ସଂଯୋଜନାରେ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେପିରେ ସାମିଲ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲ୍ଲା ସମ୍ପାଦକ ହେମରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।