ଖୁବଶୀଘ୍ର ବନ୍ଦ ହେବ ଯାତ୍ରାରେ ଚାଲୁଥିବା ଅଶ୍ଲୀଳ ନୃତ୍ୟ, ଆସିବ ମାର୍ଗଦର୍ଶିକା

ଭୁବନେଶ୍ୱର: ଖୁବଶୀଘ୍ର ବନ୍ଦ ହେବ ଯାତ୍ରାରେ ଚାଲୁଥିବା ଅଶ୍ଲୀଳତା । ମାର୍ଗଦର୍ଶିକା ଆଣୁଛନ୍ତି ରାଜ୍ୟ ସରକାର । ଦିନକୁ ଦିନ ବଢ଼ିବାରେ ଲାଗିଛି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ । ଏଭଳି ନୃତ୍ୟ ପରିବେଷଣକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ତେବେ ଏଭଳି ନୃତ୍ୟ ପରିବେଷଣ ଦ୍ବାରା ଯାତ୍ରା ତା’ର ମୌଳିକତା ହରାଉଛି ବୋଲି ଅଭିଯୋଗ ହେଉଛି। ଆଉ ଯାତ୍ରାରେ ଅଶ୍ଳୀଳତାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ […]

ଖୁବଶୀଘ୍ର ବନ୍ଦ ହେବ ଯାତ୍ରାରେ ଚାଲୁଥିବା ଅଶ୍ଲୀଳ ନୃତ୍ୟ, ଆସିବ ମାର୍ଗଦର୍ଶିକା
Jatra Party

ଭୁବନେଶ୍ୱର: ଖୁବଶୀଘ୍ର ବନ୍ଦ ହେବ ଯାତ୍ରାରେ ଚାଲୁଥିବା ଅଶ୍ଲୀଳତା । ମାର୍ଗଦର୍ଶିକା ଆଣୁଛନ୍ତି ରାଜ୍ୟ ସରକାର । ଦିନକୁ ଦିନ ବଢ଼ିବାରେ ଲାଗିଛି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ । ଏଭଳି ନୃତ୍ୟ ପରିବେଷଣକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ତେବେ ଏଭଳି ନୃତ୍ୟ ପରିବେଷଣ ଦ୍ବାରା ଯାତ୍ରା ତା’ର ମୌଳିକତା ହରାଉଛି ବୋଲି ଅଭିଯୋଗ ହେଉଛି। ଆଉ ଯାତ୍ରାରେ ଅଶ୍ଳୀଳତାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଚେତିଛନ୍ତି ରାଜ୍ୟ ସରକାର । ଯାତ୍ରା ପାର୍ଟିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି।

ଏଣେଏହି ପ୍ରସଙ୍ଗରେ କିଛି ଦିନ ତଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଯାତ୍ରାରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ନେଇ ଚର୍ଚ୍ଚା ହେଉଛି। ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ। ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି।