ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ !

ନନ୍ଦିଘୋଷ ବ୍ୟୁରୋ : ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ସୂଚନା। ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ... The post ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ ! appeared first on .

ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ !

ନନ୍ଦିଘୋଷ ବ୍ୟୁରୋ : ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ସୂଚନା। ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ। ପ୍ରାୟ ୨ ବର୍ଷ ପରେ ଷ୍ଟାରଲିଙ୍କଙ୍କୁ ମିଳିଛି ଗ୍ରୀନ ସିଗନାଲ। ଏହି ଲାଇସେନ୍ସ ପାଇବାରେ ଷ୍ଟାରଲିଙ୍କ ହେଉଛି ତୃତୀୟ। ପୂର୍ବରୁ ୟୁଟଲସାଟର ୱାନୱେବ ଓ ରିଲାଏନ୍ସ ଜିଓକୁ ମିଳିଥିଲା ଅନୁମତି। କେନ୍ଦ୍ର ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ଏହି ଅନୁମୋଦନ ମିଳିଛି। ଏହି ଅନୁମୋଦନ ଯୋଗୁ ସାଟେଲାଇଟ ନେଟୱର୍କ ଜରିଆରେ ଭାରତରେ ହାଇସ୍ପିଡ ଇଣ୍ଟରନେଟ ଉପଲବ୍ଧ ହେବ। ୨୦୨୨ରୁ ଏହି ଲାଇସେନ୍ସ ଲାଗି ପ୍ରକ୍ରିୟା ଚାଲିଥିଲା। ହେଲେ ସମ୍ଭବ ହୋଇ ନଥିଲା। ଜାତୀୟ ନିରାପତ୍ତା କାରଣରୁ ଷ୍ଟାରଲିଙ୍କକୁ ଅନୁମୋଦନ ମିଳିବା ବିଳମ୍ବ ହୋଇଥିଲା। ବର୍ତ୍ତମାନ ଆମାଜନର ସାଟେଲାଇଟ ପ୍ରୋଜେକ୍ଟ କୁଇପର ଅନୁମୋଦନ ଅପେକ୍ଷାରେ ରହିଥିବା ସୂଚନା ମିଳିଛି। ଷ୍ଟାରଲିଙ୍କ ଯୋଗୁ ଦୁର୍ଗମ ଓ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସହଜରେ ଉପଲବ୍ଧ ହେବ।

ଆସନ୍ତୁ ନଜର ପକାଇବା ଷ୍ଟାରଲିଙ୍କ୍ କଣ

-ଭାରତର ଡିଜିଟାଲ ଲ୍ୟାଣ୍ଡସ୍କେପକୁ ବଦଳାଇବ ଷ୍ଟାରଲିଙ୍କ

-ସାଟେଲାଇଟଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ଯୋଗାଇବ ଷ୍ଟାରଲିଙ୍କ

-ରିଲାଏନ୍ସ ଜିଓ ଓ ୱାନୱେପ ପରି କାମ କରିବ ଷ୍ଟାରଲିଙ୍କ

-ମସ୍କଙ୍କ ଏରୋସ୍ପେସ କମ୍ପାନୀ ସ୍ପେସ ଏକ୍ସର ସହଯୋଗୀ କମ୍ପାନୀ ଷ୍ଟାରଲିଙ୍କ

-ଫାଇବର ଅପ୍ଟିକ୍ସ ଓ ଟାୱାରର ଆବଶ୍ଯକ ପଡିବନି

-ବର୍ତ୍ତମାନ ମହାକାଶରେ ଘୂରୁଛନ୍ତି ୬ ହଜାରରୁ ଅଧିକ ସାଟେଲାଇଟ

-୨୦୨୭ ସୁଦ୍ଧା ଏହି ସଂଖ୍ୟା ପହଞ୍ଚିବ ୪୨ ହଜାରରେ

-୫୦ରୁ ୨୫୦ Mbps ହାଇସ୍ପିଡ ଇଣ୍ଟରନେଟ ସୁବିଧା ଦେବ ଷ୍ଟାରଲିଙ୍କ

-ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ପରି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଷ୍ଟାରଲିଙ୍କ

The post ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ ! appeared first on .