ଖୁବଶୀଘ୍ର ହାଇସ୍କୁଲରେ ନିଯୁକ୍ତି ପାଇବେ ୬ ହଜାରରୁ ଉର୍ଧ୍ଵ ଶିକ୍ଷକ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସିଆଲମିଡିଆ ‘ଏକ୍ସ’ରେ ସୂଚନା ଦେଇଛି। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ୨୦୨୪ରେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ ହଜାର ୦୨୫ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ […]

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସିଆଲମିଡିଆ ‘ଏକ୍ସ’ରେ ସୂଚନା ଦେଇଛି। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ୨୦୨୪ରେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ ହଜାର ୦୨୫ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
୬ ,୦୨୫ ପଦ ମଧ୍ୟରେ ଟିଜିଟି ବର୍ଗରେ ୩ ହଜାର ୮୮୪ ପଦ ରହିଛି –
ପିସିଏମ(ବିଜ୍ଞାନ)ର ୧୦୨୦, ସିବିଜେଡ୍(ବିଜ୍ଞାନ) ବର୍ଗର ୮୮୦ଟି, ଟିଜିଟି ଆର୍ଟସରେ ୧୯୮୪ଟି ପଦ ରହିଛି। ସେହିପରି ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୭୭୧ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇ ଥିବାବେଳେ ୭୨୯ ସଂସ୍କୃତ, ୬ ତେଲୁଗୁ, ୬୮୧ ପିଇଟି ଏବଂ ୧୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି। ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନେଇ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି।
ବିଜ୍ଞପ୍ତିରେ ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ ମହିଳା ଆବେଦନକାରୀଙ୍କ ପାଇଁ ଏକ ତୃତୀୟାଂଶ (୧୯୮୮) ରୁ ଅଧିକ ପଦବୀ ଖାଲି ରଖାଯାଇଛି। ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟ ossc.gov.in ରେ ପୋଷ୍ଟିଂ କୁ ନେଇ ଅଧିକ ତଥ୍ୟ ଦେଖିପାରିବେ ।