ଖୁବ୍‌ ଶୀଘ୍ର ଲଭବାର୍ଡ ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡାଙ୍କ ହେବ ନିର୍ବନ୍ଧ!

ମୁମ୍ବାଇ: ସାଉଥ ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦାନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏବା ଚର୍ଚ୍ଚାକୁ ଆସିଛନ୍ତି। ଖୁବଶୀଘ୍ର ନିର୍ବନ୍ଧ କରିବାକୁ ଯାଉଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଦୁ‌ହେଁ ନିର୍ବନ୍ଧ କରିବାକୁ ଯାଉଥିବା ଜଣାପଡ଼ିଛି। କୁହାଯାଉଛି ଯେ, ଉଭୟ ଫେବ୍ରୁଆରୀରେ ନିର୍ବନ୍ଧ କରିବେ। ହେଲେ […]

ଖୁବ୍‌ ଶୀଘ୍ର ଲଭବାର୍ଡ ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡାଙ୍କ ହେବ ନିର୍ବନ୍ଧ!
Vijay-Deverakonda-and-Rashmika

ମୁମ୍ବାଇ: ସାଉଥ ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦାନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏବା ଚର୍ଚ୍ଚାକୁ ଆସିଛନ୍ତି। ଖୁବଶୀଘ୍ର ନିର୍ବନ୍ଧ କରିବାକୁ ଯାଉଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଦୁ‌ହେଁ ନିର୍ବନ୍ଧ କରିବାକୁ ଯାଉଥିବା ଜଣାପଡ଼ିଛି।

କୁହାଯାଉଛି ଯେ, ଉଭୟ ଫେବ୍ରୁଆରୀରେ ନିର୍ବନ୍ଧ କରିବେ। ହେଲେ ଏପର୍ଯ୍ୟନ୍ତ ଦୁହେଁ କୌଣସି ସ୍ପଷ୍ଟିକରଣ ଦେଇନାହାନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଖୁସି ହୋଇଯାଇଛନ୍ତି।

ଏହି ଯୋଡିଙ୍କର ପ୍ରଥମ ସାକ୍ଷାତ ଫିଲ୍ମ ‘ଗୀତା ଗୋବିନ୍ଦମ୍’ର ସୁଟିଂ ସମୟରେ ହୋଇଥିଲା। କୁହାଯାଏ ଯେ ଏହି ଫିଲ୍ମ ସମୟରେ ଦୁହେଁ ପରସ୍ପରଙ୍କର ନିକଟତର ହୋଇଥିଲେ।  ଏହା ପରେ ଉଭୟଙ୍କୁ ‘ଡିୟର କାମରେଡ’ ରେ ଦେଖିବାକୁ ମିଳିଥିଲା। ଗତ ବର୍ଷ ଫିଲ୍ମ ‘ଖୁସି’ ରେ ବିଜୟ ଦେବରକୋଣ୍ଡା ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ମୁଖ୍ୟ ଭୂମିକାରେ ଥିଲେ। ବର୍ତ୍ତମାନ ବିଜୟ ଦେବରକୋଣ୍ଡା ଆଗାମୀ ଚଳଚ୍ଚିତ୍ର ‘ଫ୍ୟାମିଲି ଷ୍ଟାର୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେହିପରି ରଶ୍ମିକା ମନ୍ଦାନା ଫିଲ୍ମ ‘ପୁଷ୍ପା ୨’ରେ ନଜର ଆସିବେ।