ଖୁବ୍ ଶୀଘ୍ର ଶିମିଳିପାଳ ଫେରିବ ଜିନ୍ନତ, ବାଘୁଣୀ ପାଇଁ ଭିଭିଆଇପି ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର ୩୦/୧୨: ପ୍ରାୟ ମାସେ ପରେ କାବୁ ହୋଇଛି ବାଘୁଣୀ ଜିନ୍ନତ । ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ଗୋପାଳପୁର ଗାଆଁରୁ ଗତକାଲି ଅପରାହ୍ନ ୩ ଟା ୪୫ ରେ କାବୁ କରାଗଲା ଜିନତକୁ । ଆଲିପୂର୍ ଜୁର ସ୍ଵତନ୍ତ୍ର ସଂଗରୋଧ ଖୁଆଡରେ ରଖାଯାଇଛି । ହୋସରେ ଅଛି ଓ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଜିନତର । ଡାକ୍ତର ଜିନତକୁ ନେବା ପାଇଁ ଅନୁମତି ଦେଲେ ଶିମିଳିପାଳ ଅଣାଯିବ । ଶିମିଳିପାଳରେ ଏବେ ଯମୁନା ପାଇଁ ତିଆରି ହୋଇଥିବା ଖୁଆଡ଼ରେ ରହିବ ଜିନ୍ନତ । ସାଉଥ୍ ଏନକ୍ଲୋଜାରରେ ରହି ଆଡଜଷ୍ଟ ହେବା ପରେ ତାକୁ ବାହାରକୁ ଛଡ଼ାଯିବ। ବାଘୁଣୀ ଜିନ୍ନତ ପାଇଁ ଭିଭିଆଇପି ସୁରକ୍ଷା ବ୍ୟବସ୍ଥା । ବାଘୁଣୀର ସୁରକ୍ଷା ପାଇଁ ଏତେ ଚିନ୍ତା, ଏତେ ସିକ୍ୟୁରିଟି। ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରୁ ଜିନ୍ନତକୁ କିଛି ଏଭଳି ସୁରକ୍ଷା ଦେଇ ନିଆଯାଉଛି । ବାରମ୍ବାର ଚକମା ଦେବା ପରେ ଗତକାଲି ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି ବନବିଭାଗର ସ୍ବତନ୍ତ୍ର ଟିମ୍ । ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟରେ ଧରାପଡ଼ିଛି ବାଘୁଣୀ। ଜିନ୍ନତ କୁ ଧରିବା ବନବିଭାଗ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ। ପିସିସିଏଫ ପ୍ରେମ କୁମାର ଝାଙ୍କ ସୂଚନା, ବାଘୁଣୀର ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ସରକାର ସହ ଯୋଗାଯୋଗରେ ଅଛି ବନବିଭାଗ । ଖୁବ ଶୀଘ୍ର ଶିମିଳିପାଳ କୁ ଆସିବ ଜିନ୍ନତ। ଜିନ୍ନତ ଏବେ ସୁସ୍ଥ ଅଛି । ଶିମିଳିପାଳ ଅଣା ଯିବା
ଭୁବନେଶ୍ୱର ୩୦/୧୨: ପ୍ରାୟ ମାସେ ପରେ କାବୁ ହୋଇଛି ବାଘୁଣୀ ଜିନ୍ନତ । ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ଗୋପାଳପୁର ଗାଆଁରୁ ଗତକାଲି ଅପରାହ୍ନ ୩ ଟା ୪୫ ରେ କାବୁ କରାଗଲା ଜିନତକୁ । ଆଲିପୂର୍ ଜୁର ସ୍ଵତନ୍ତ୍ର ସଂଗରୋଧ ଖୁଆଡରେ ରଖାଯାଇଛି । ହୋସରେ ଅଛି ଓ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଜିନତର । ଡାକ୍ତର ଜିନତକୁ ନେବା ପାଇଁ ଅନୁମତି ଦେଲେ ଶିମିଳିପାଳ ଅଣାଯିବ ।
ଶିମିଳିପାଳରେ ଏବେ ଯମୁନା ପାଇଁ ତିଆରି ହୋଇଥିବା ଖୁଆଡ଼ରେ ରହିବ ଜିନ୍ନତ । ସାଉଥ୍ ଏନକ୍ଲୋଜାରରେ ରହି ଆଡଜଷ୍ଟ ହେବା ପରେ ତାକୁ ବାହାରକୁ ଛଡ଼ାଯିବ। ବାଘୁଣୀ ଜିନ୍ନତ ପାଇଁ ଭିଭିଆଇପି ସୁରକ୍ଷା ବ୍ୟବସ୍ଥା ।
ବାଘୁଣୀର ସୁରକ୍ଷା ପାଇଁ ଏତେ ଚିନ୍ତା, ଏତେ ସିକ୍ୟୁରିଟି। ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରୁ ଜିନ୍ନତକୁ କିଛି ଏଭଳି ସୁରକ୍ଷା ଦେଇ ନିଆଯାଉଛି । ବାରମ୍ବାର ଚକମା ଦେବା ପରେ ଗତକାଲି ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି ବନବିଭାଗର ସ୍ବତନ୍ତ୍ର ଟିମ୍ । ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟରେ ଧରାପଡ଼ିଛି ବାଘୁଣୀ।
ଜିନ୍ନତ କୁ ଧରିବା ବନବିଭାଗ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ। ପିସିସିଏଫ ପ୍ରେମ କୁମାର ଝାଙ୍କ ସୂଚନା, ବାଘୁଣୀର ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ସରକାର ସହ ଯୋଗାଯୋଗରେ ଅଛି ବନବିଭାଗ । ଖୁବ ଶୀଘ୍ର ଶିମିଳିପାଳ କୁ ଆସିବ ଜିନ୍ନତ। ଜିନ୍ନତ ଏବେ ସୁସ୍ଥ ଅଛି । ଶିମିଳିପାଳ ଅଣା ଯିବା ପରେ ଯମୁନା ପାଇଁ ହୋଇଥିବା ସାଉଥ ଏନକ୍ଲୋଜର ରେ କିଛି ଦିନ ରହିବ ଜିନ୍ନତ ।