ଖୁବ୍ଶୀଘ୍ର ବ୍ଲୁ-ଜର୍ସିରେ ନଜର ଆସିବେ ଜୁନିଅର୍ ଦ୍ରାବିଡ
ନୂଆଦିଲ୍ଲୀ,୫।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ ଜିତିଛି। ଏହି ବିଜୟ ପାଇଁ ପୁରା ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଟିମ ଇଣ୍ଡିଆର ଏହି ବିଜୟର ହିରୋ ମଧ୍ୟ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଥିଲେ, ଯିଏ ଦଳର ଖେଳାଳିଙ୍କୁ ଉଚ୍ଚକୋଟୀର କୋଚିଂ ଦେଇଥିଲେ। ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ର ଟ୍ରଫି ନେଇ ଦେଶକୁ ଫେରିଛି। ଏଠାରେ ଦେଶବାସୀ ସମଗ୍ର ଦଳ ସହିତ ବହୁତ ଉତ୍ସବ ପାଳନ କରିଥିଲେ। ଏହି ଚମତ୍କାର ବିଜୟ ପରେ ଭାରତୀୟ […] The post ଖୁବ୍ଶୀଘ୍ର ବ୍ଲୁ-ଜର୍ସିରେ ନଜର ଆସିବେ ଜୁନିଅର୍ ଦ୍ରାବିଡ appeared first on Dharitri Odia News.
ନୂଆଦିଲ୍ଲୀ,୫।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ ଜିତିଛି। ଏହି ବିଜୟ ପାଇଁ ପୁରା ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଟିମ ଇଣ୍ଡିଆର ଏହି ବିଜୟର ହିରୋ ମଧ୍ୟ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଥିଲେ, ଯିଏ ଦଳର ଖେଳାଳିଙ୍କୁ ଉଚ୍ଚକୋଟୀର କୋଚିଂ ଦେଇଥିଲେ। ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ର ଟ୍ରଫି ନେଇ ଦେଶକୁ ଫେରିଛି। ଏଠାରେ ଦେଶବାସୀ ସମଗ୍ର ଦଳ ସହିତ ବହୁତ ଉତ୍ସବ ପାଳନ କରିଥିଲେ। ଏହି ଚମତ୍କାର ବିଜୟ ପରେ ଭାରତୀୟ ଦଳରେ ଦ୍ରାବିଡଙ୍କ ପୁଅର ଡେବ୍ୟୁ ଖବର ଚର୍ଚ୍ଚାକୁ ଆସିଛି।
ରାହୁଲ ଦ୍ରାବିଡଙ୍କର ଦୁଇଟି ପୁଅ ଅଛନ୍ତି। ବଡ ପୁଅର ନାମ ସମିତ ଦ୍ରାବିଡ ଏବଂ ସାନ ପୁଅର ନାମ ଅନଭୟ। ଉଭୟ କ୍ରିକେଟ ପ୍ରତି ଆଗ୍ରହୀ ଏବଂ ଖେଳନ୍ତି। ବଡ ପୁଅ କର୍ନାଟକ ଅଣ୍ଡର -୧୯ ଦଳର ଏକ ଅଂଶ। ରାହୁଲ ଦ୍ରାବିଡଙ୍କ ସାନ ପୁଅ ଅଣ୍ଡର-୧୬ ଦଳର ଅଧିନାୟକ ତଥା ଉଇକେଟ କିପର ବ୍ୟାଟ୍ସମ୍ୟାନ। ରାହୁଲ ଦ୍ରାବିଡ ନିଜେ ଉଭୟ ପୁଅଙ୍କୁ ତାଲିମ ଦିଅନ୍ତି। ଖୁବ୍ଶୀଘ୍ର ରାହୁଲ ଦ୍ରାବିଡଙ୍କ ପୁଅ ଭାରତୀୟ ଦଳର ନୀଳ ଜର୍ସିରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିବ।
ରାହୁଲ ଦ୍ରାବିଡ ମେ ୪, ୨୦୦୩ରେ ବିଜେତା ପେଣ୍ଡାରକରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ବିଜେତା ପେଣ୍ଡରକର ବୃତ୍ତି ଅନୁଯାୟୀ ଜଣେ ସର୍ଜନ ଥିଲେ। ତାଙ୍କ ପିତା ଜଣେ ୱିଙ୍ଗ କମାଣ୍ଡର ଥିଲେ।
The post ଖୁବ୍ଶୀଘ୍ର ବ୍ଲୁ-ଜର୍ସିରେ ନଜର ଆସିବେ ଜୁନିଅର୍ ଦ୍ରାବିଡ appeared first on Dharitri Odia News.