ଖୁସି ଖବର: ୩ ଛୁଆଙ୍କୁ ଜନ୍ମଦେଲା ନାମିବ୍ୟାରୁ ଆସିଥିବା ଚିତା

ଭୋପାଳ,୩।୧: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ମହିଳା ଚିତା ତିନିଟି ଛୁଆ ଜନ୍ମ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋଜେକ୍ଟ ଚିତାଙ୍କ ସଫଳତା ବିଷୟରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସମସ୍ତ ଚିତା ଛୁଆ ଦୃଶ୍ୟମାନ ହେଉଛନ୍ତି। ଏହି ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, କୁନୋ ନ୍ୟାଶନାଲ ପାର୍କ ତିନିଜଣ ନୂତନ ସଦସ୍ୟଙ୍କୁ ସ୍ବାଗତ କରିଛି। ଏହି ଛୁଆମାନେ ନାମିବ୍ୟାର ଚିତା ଆଶାଠାରୁ […] The post ଖୁସି ଖବର: ୩ ଛୁଆଙ୍କୁ ଜନ୍ମଦେଲା ନାମିବ୍ୟାରୁ ଆସିଥିବା ଚିତା appeared first on Dharitri Odia News.

ଖୁସି ଖବର: ୩ ଛୁଆଙ୍କୁ ଜନ୍ମଦେଲା ନାମିବ୍ୟାରୁ ଆସିଥିବା ଚିତା

ଭୋପାଳ,୩।୧: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ମହିଳା ଚିତା ତିନିଟି ଛୁଆ ଜନ୍ମ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋଜେକ୍ଟ ଚିତାଙ୍କ ସଫଳତା ବିଷୟରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସମସ୍ତ ଚିତା ଛୁଆ ଦୃଶ୍ୟମାନ ହେଉଛନ୍ତି। ଏହି ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, କୁନୋ ନ୍ୟାଶନାଲ ପାର୍କ ତିନିଜଣ ନୂତନ ସଦସ୍ୟଙ୍କୁ ସ୍ବାଗତ କରିଛି। ଏହି ଛୁଆମାନେ ନାମିବ୍ୟାର ଚିତା ଆଶାଠାରୁ ଜନ୍ମ ନେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ପ୍ରୋଜେକ୍ଟ ଚିତା ସହିତ ଜଡିତ କୁନୋ ୱାଇଲ୍ଡ ଲାଇଫର ସମସ୍ତ ବିଶେଷଜ୍ଞ ଏବଂ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୨୦୨୩ରେ ଜୱାଲା ନାମକ ଜଣେ ମହିଳା ଚିତା ଚାରି ଛୁଆ ଜନ୍ମ ଦେଇଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ଜଣେ ବଞ୍ଚିଥିଲା। ସେହି ଚିତାବାଘକୁ ନାମିବ୍ୟାରୁ କୁନୋ ଜାତୀୟ ପାର୍କକୁ ମଧ୍ୟ ଅଣାଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ୧୭ ସେପ୍ଟେମ୍ବର ୨୦୨୨ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ନାମିବ୍ୟାରୁ ଆଣିଥିବା ଚିତାକୁ ଛାଡିଥିଲେ ଏବଂ ଏହା ସହିତ ଦେଶରେ ଦେଶରେ ପ୍ରୋଜେକ୍ଟ ଚିତା ଆରମ୍ଭ ହୋଇଥିଲା।

The post ଖୁସି ଖବର: ୩ ଛୁଆଙ୍କୁ ଜନ୍ମଦେଲା ନାମିବ୍ୟାରୁ ଆସିଥିବା ଚିତା appeared first on Dharitri Odia News.