ଖୁସିରେ ଝୁମିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ,୧୮।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ୨୦୨୪ ଟାଇଟଲ ଜିତି ଫ୍ରାଞ୍ଚାଇଜ ଟ୍ରଫି ମରୁଡ଼ିକୁ ସମାପ୍ତ କରିଛି। ପୁରୁଷ ଦଳ ଏପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଟାଇଟଲ ଜିତିବାକୁ ଥିବାବେଳେ ଆରସିବି ମହିଳା ଦଳ କେବଳ ଡବ୍ଲ୍ୟୁପିଏଲର ଦ୍ୱିତୀୟ ସିଜନରେ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି। ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ସ୍ମୃତି ମନ୍ଦାନାଙ୍କ ଦଳ ଟାଇଟଲ ଜିତିଛି। ଏହା ପରେ ଫ୍ରାଞ୍ଚାଇଜ ପୁରୁଷ ଦଳର ପୂର୍ବତନ […] The post ଖୁସିରେ ଝୁମିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା appeared first on Dharitri Odia News.

ଖୁସିରେ ଝୁମିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ,୧୮।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ୨୦୨୪ ଟାଇଟଲ ଜିତି ଫ୍ରାଞ୍ଚାଇଜ ଟ୍ରଫି ମରୁଡ଼ିକୁ ସମାପ୍ତ କରିଛି। ପୁରୁଷ ଦଳ ଏପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଟାଇଟଲ ଜିତିବାକୁ ଥିବାବେଳେ ଆରସିବି ମହିଳା ଦଳ କେବଳ ଡବ୍ଲ୍ୟୁପିଏଲର ଦ୍ୱିତୀୟ ସିଜନରେ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି। ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ସ୍ମୃତି ମନ୍ଦାନାଙ୍କ ଦଳ ଟାଇଟଲ ଜିତିଛି। ଏହା ପରେ ଫ୍ରାଞ୍ଚାଇଜ ପୁରୁଷ ଦଳର ପୂର୍ବତନ ମାଲିକ ବିଜୟ ମାଲ୍ୟା ସୋସିଆଲ ମିଡିଆକୁ ଯାଇ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ସେ ଏକ୍ସରେ ପୋଷ୍ଟ କରିଛନ୍ତି, ଡବ୍ଲୁପିଏଲ ଜିତିବା ପାଇଁ ଆରସିବି ମହିଳା ଦଳକୁ ହାର୍ଦ୍ଦିକ ଅଭିନନ୍ଦନ। ଯଦି ଆରସିବି ପୁରୁଷ ଦଳ ଆଇପିଏଲ ଜିତେ ତେବେ ଏହା ଏକ ଆଶ୍ଚର୍ଯ୍ୟଜନକ ଦ୍ୱିଗୁଣ ହେବ, ଯାହା ବହୁ ଦିନରୁ ଅପେକ୍ଷା କରାଯାଇଛି। ଶୁଭକାମନା।
ବିଜୟ ମାଲ୍ୟାଙ୍କ ନାଁରେ ଠକେଇ ଅଭିଯୋଗ ରହିଛି। ବ୍ୟାଙ୍କଗୁଡିକରୁ ୯ ହଜାର କୋଟି ଟଙ୍କା ଲୋନ ନେଇଛନ୍ତି ଏବଂ ଏହାର ସୁଧ ନ ଦେଇ ମାଲ୍ୟା ଦେଶ ଛାଡି ପଳାଇ ଲଣ୍ଡନରେ ସୁଖମୟ ଜୀବନ ଅତିବାହିତ କରୁଛନ୍ତି।

The post ଖୁସିରେ ଝୁମିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା appeared first on Dharitri Odia News.