ଖୁସିରେ ବିଭୋର ହେଲେ ଏମ୍‌ପି, କଳାକାରଙ୍କ ସହ ତାଳ ଦେଇ ନାଚିଲେ, ଝୁମିଲେ ଦର୍ଶକ

ଦାରିଙ୍ଗବାଡ଼ି,୨୭ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ତିନିଦିନିଆ ଭାରତ ମାତା ପୂଜନ ଉତ୍ସବର ସୋମବାର ଶେଷ ଦିବସ ରହିଛି। ଏହି ଅବସରରେ ଶନିବାର ଓ ରବିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଳା, ସାହିତ୍ୟ ଐତିହ୍ୟ ଲୋକକଳା, ପାରମ୍ପରିକ ଖାଦ୍ୟ, ଜନଜାତିଙ୍କ ରହଣି ଚଳଣି ସହ କୃଷିର ବିକାଶ ଏବଂ ହଳଦୀ ଅଦା, କଫି, ମାଣ୍ଡିଆ, କାଙ୍ଗୁ, ଆଳୁ, ପିଆଜ, ଉଦ୍ୟାନ କୃଷିର ଉନ୍ନତି ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସେହିପରି ଜୀବନଜୀବିକାକୁ ନେଇ […] The post ଖୁସିରେ ବିଭୋର ହେଲେ ଏମ୍‌ପି, କଳାକାରଙ୍କ ସହ ତାଳ ଦେଇ ନାଚିଲେ, ଝୁମିଲେ ଦର୍ଶକ appeared first on Dharitri Odia News.

ଖୁସିରେ ବିଭୋର ହେଲେ ଏମ୍‌ପି, କଳାକାରଙ୍କ ସହ ତାଳ ଦେଇ ନାଚିଲେ, ଝୁମିଲେ ଦର୍ଶକ

ଦାରିଙ୍ଗବାଡ଼ି,୨୭ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ତିନିଦିନିଆ ଭାରତ ମାତା ପୂଜନ ଉତ୍ସବର ସୋମବାର ଶେଷ ଦିବସ ରହିଛି। ଏହି ଅବସରରେ ଶନିବାର ଓ ରବିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଳା, ସାହିତ୍ୟ ଐତିହ୍ୟ ଲୋକକଳା, ପାରମ୍ପରିକ ଖାଦ୍ୟ, ଜନଜାତିଙ୍କ ରହଣି ଚଳଣି ସହ କୃଷିର ବିକାଶ ଏବଂ ହଳଦୀ ଅଦା, କଫି, ମାଣ୍ଡିଆ, କାଙ୍ଗୁ, ଆଳୁ, ପିଆଜ, ଉଦ୍ୟାନ କୃଷିର ଉନ୍ନତି ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ସେହିପରି ଜୀବନଜୀବିକାକୁ ନେଇ ଲୋକେ କିପରି ସ୍ବାବଲମ୍ବୀ ହୋଇପାରିବେ ସେନେଇ
ଆଲୋଚନା କରାଯାଇଥିଲା। ସନ୍ଧ୍ୟାରେ ଲୋକକଳା, ପାରମ୍ପରିକ କୁଇ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଆଦି କଳାକାରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ପାରମ୍ପରିକ ଲୋକକଳାରେ ଦର୍ଶକ ଝୁମିଥିବା ବେଳେ ଏଥିରେ ଏମ୍‌ପି ମଧ୍ୟ ବାଦ୍‌ ପଡ଼ି ନଥିଲେ। ସେ ଆତ୍ମବିଭୋର ହୋଇ କୁଇ ନୃତ୍ୟ ସମେତ ସମ୍ବଲପୁରୀ ନୃତ୍ୟ କରିଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏମ୍‌ପି ଜଣେ ସାଧାରଣ ମଣିଷ ଭଳି ଲୋକଙ୍କ ସହ ଏହି ଉତ୍ସବ ବେଳେ କେତେବେଳେ ମଞ୍ଚରେ ତ କେତେବେଳେ ଉତ୍ସବରେ ଯୋଗଦେଇଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ସାଧାରଣ ଲୋକଙ୍କ ସହ ଏକାଠି ବସି ଖାଇବା ଦେଖିବାକୁ ମିଳିଥିଲା ଯାହା ଆଲୋଚନା ହେଉଛି।

The post ଖୁସିରେ ବିଭୋର ହେଲେ ଏମ୍‌ପି, କଳାକାରଙ୍କ ସହ ତାଳ ଦେଇ ନାଚିଲେ, ଝୁମିଲେ ଦର୍ଶକ appeared first on Dharitri Odia News.