ଖେଳ ପଡ଼ିଆରେ ବସିଥିଲେ ୨ ଯୁବକ: ହଠାତ୍‌ ଛୁରିରେ ଆକ୍ରମଣ କଲେ ଦୁର୍ବୃତ୍ତ, ଆଉ ତା’ପରେ…

ବଲାଙ୍ଗିର,୮।୭(ସୁନିଲ ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ମୁରସିଂ ଗାଁରେ ଦୁଇଜଣ ଯୁବକଙ୍କୁ ଛୁରାମାଡ଼ କରି ଦୃବୁର୍ତ୍ତ ଫେରାର ହୋଯାଇଛନ୍ତି। ମୁରସିଂ ଗାଁର ଦୁଇଜଣ ଯୁବକ ନିକଟସ୍ଥ ଏକ ଖେଳ ପଡିଆରେ ବସିଥିଲେ। ଏହି ସମୟରେ ହଠାତ ଦୁଇଜଣ ଯୁବକ ଆସି ଛୁରିରେ ଆକ୍ରମଣ କରିଥିଲେ। ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଦେଓଗାଁ ପୋଲିସ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇ ଜଣଙ୍କୁ ଡାକ୍ତର […] The post ଖେଳ ପଡ଼ିଆରେ ବସିଥିଲେ ୨ ଯୁବକ: ହଠାତ୍‌ ଛୁରିରେ ଆକ୍ରମଣ କଲେ ଦୁର୍ବୃତ୍ତ, ଆଉ ତା’ପରେ… appeared first on Dharitri Odia News.

ଖେଳ ପଡ଼ିଆରେ ବସିଥିଲେ ୨ ଯୁବକ: ହଠାତ୍‌ ଛୁରିରେ ଆକ୍ରମଣ କଲେ ଦୁର୍ବୃତ୍ତ, ଆଉ ତା’ପରେ…

ବଲାଙ୍ଗିର,୮।୭(ସୁନିଲ ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ମୁରସିଂ ଗାଁରେ ଦୁଇଜଣ ଯୁବକଙ୍କୁ ଛୁରାମାଡ଼ କରି ଦୃବୁର୍ତ୍ତ ଫେରାର ହୋଯାଇଛନ୍ତି। ମୁରସିଂ ଗାଁର ଦୁଇଜଣ ଯୁବକ ନିକଟସ୍ଥ ଏକ ଖେଳ ପଡିଆରେ ବସିଥିଲେ। ଏହି ସମୟରେ ହଠାତ ଦୁଇଜଣ ଯୁବକ ଆସି ଛୁରିରେ ଆକ୍ରମଣ କରିଥିଲେ। ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଦେଓଗାଁ ପୋଲିସ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇ ଜଣଙ୍କୁ ଡାକ୍ତର ବୁର୍ଲା ରେଫର କରିଥିଲେ। ଉଭୟଙ୍କୁ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକମାନେ ଆକ୍ରମଣକାରୀଙ୍କୁ ଚିହ୍ନିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରି ପାରିନାହିଁ। କ’ଣ ପାଇଁ ଦୁଇ ଜଣ ଯୁବକ ଖେଳ ପଡିଆରେ ବସିଥିବା ଅବସ୍ଥାରେ ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କଲେ ତାହାର କାରଣ ଜଣାପଡ଼ିନାହିଁ। ପୋଲିସ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି l

The post ଖେଳ ପଡ଼ିଆରେ ବସିଥିଲେ ୨ ଯୁବକ: ହଠାତ୍‌ ଛୁରିରେ ଆକ୍ରମଣ କଲେ ଦୁର୍ବୃତ୍ତ, ଆଉ ତା’ପରେ… appeared first on Dharitri Odia News.