କେଉଁ ଆଡ଼କୁ ଢଳୁଛନ୍ତି ନୀତୀଶ: ଜଣାପଡ଼ୁନି ମତିଗତି
ଇମ୍ଫାଲ,୨୩ା୧:୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ୬ ଆସନ ଜିତିଥିଲା। କିଛି ଦିନ ପରେ ୫ ଜେଡିୟୁ ବିଧାୟକ ଦଳବଦଳ କରି ଭାଜପାରେ ମିଶିଥିଲେ। ସେମାନଙ୍କୁ ମିଶାଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍ ସିଂଙ୍କ ନିକଟରେ ୩୭ ଭାଜପା ବିଧାୟକ ରହିଛନ୍ତି। ଦଳବଦଳକାରୀଙ୍କ ବିରୋଧରେ ଜେଡିୟୁ ବାଚସ୍ପତିଙ୍କ ଦ୍ୱାରସ୍ଥ ହୋଇଥିଲା। ବାଚସ୍ପତି ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନ ଥିବାରୁ ବୁଧବାର ଜେଡିୟୁ ବିଧାୟକ ମହମ୍ମଦ ଅବ୍ଦୁଲ […] The post କେଉଁ ଆଡ଼କୁ ଢଳୁଛନ୍ତି ନୀତୀଶ: ଜଣାପଡ଼ୁନି ମତିଗତି appeared first on Dharitri Odia News.
ଇମ୍ଫାଲ,୨୩ା୧:୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ୬ ଆସନ ଜିତିଥିଲା। କିଛି ଦିନ ପରେ ୫ ଜେଡିୟୁ ବିଧାୟକ ଦଳବଦଳ କରି ଭାଜପାରେ ମିଶିଥିଲେ। ସେମାନଙ୍କୁ ମିଶାଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍ ସିଂଙ୍କ ନିକଟରେ ୩୭ ଭାଜପା ବିଧାୟକ ରହିଛନ୍ତି। ଦଳବଦଳକାରୀଙ୍କ ବିରୋଧରେ ଜେଡିୟୁ ବାଚସ୍ପତିଙ୍କ ଦ୍ୱାରସ୍ଥ ହୋଇଥିଲା। ବାଚସ୍ପତି ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନ ଥିବାରୁ ବୁଧବାର ଜେଡିୟୁ ବିଧାୟକ ମହମ୍ମଦ ଅବ୍ଦୁଲ ନାସିର ସରକାରରୁ ସମର୍ଥନ ପ୍ରତ୍ୟାହାର କରି ବିରୋଧୀ ବେଞ୍ଚ୍ରେ ବସିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ମଣିପୁର ଜେଡିୟୁ ଶାଖା ମୁଖ୍ୟ କେ. ବୀରେନ୍ ସିଂ ରାଜ୍ୟପାଳ ଅଜୟ କୁମାର ଭାଲ୍ଲାଙ୍କୁ ପତ୍ର ଲେଖିଥିଲେ। ଫଳରେ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ନୀତୀଶ ଏନ୍ଡିଏଠାରୁ ସମର୍ଥନ ପ୍ରତ୍ୟାହାର କରି ପୁଣି ମହାମେଣ୍ଟକୁ ଫେରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ଏହାର କିଛି ସମୟ ପରେ ଜେଡିୟୁ କେ. ବୀରେନ୍ ସିଂଙ୍କୁ ପଦରୁ ହଟାଇଦେଇଛି। ଜେଡିୟୁ ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ରଞ୍ଜନ କହିଛନ୍ତି, ଦଳୀୟ ବିଶୃଙ୍ଖଳା ଯୋଗୁ ତାଙ୍କୁ ପଦରୁ ଅବ୍ୟାହତି ଦିଆଯାଇଛି। ଜେଡିୟୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ପୂର୍ବଭଳି ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ ବଜାୟ ରଖିବ। ରାଷ୍ଟ୍ରୀୟ ଜେଡିୟୁର ଏହି ପଦକ୍ଷେପ ପରେ କଂଗ୍ରେସ ଏବଂ ଆର୍ଜେଡି ନୀତୀଶଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ନଜର ରଖିଛନ୍ତି। ‘ପଲ୍ଟୁରାମ’ ନାମରେ ପରିଚିତ ନୀତୀଶଙ୍କ ମତିଗତି ଜଣାପଡ଼ୁ ନ ଥିବାରୁ ସେ ଆଗକୁ କେଉଁ ଆଡ଼କୁ ଢ଼ଳୁଛନ୍ତି ତା’କୁ ନେଇ ଚର୍ଚ୍ଚା ଲାଗିରହିଛି।
The post କେଉଁ ଆଡ଼କୁ ଢଳୁଛନ୍ତି ନୀତୀଶ: ଜଣାପଡ଼ୁନି ମତିଗତି appeared first on Dharitri Odia News.