ବୃଦ୍ଧ ବାପାଙ୍କ ଘର ବାହୁଡା ଶୁଣି ଘରେ ତାଲା ପକାଇ ପୁଅ, ବୋହୂ ଚମ୍ପଟ

କୁଜଙ୍ଗ,୩।୧୨(ମନୋଜ ପ୍ରଧାନ): ପରିଣତ ବୟସରେ ବୃଦ୍ଧ ବାପାଙ୍କୁ ଘରୁ ବାହାର କରିଦେଇଥିଲେ ପୁଅ, ବୋହୂ। ଫଳରେ ସେ ଭୋକ ଉପାସରେ ଛଟପଟ ହେଉଥିଲେ। ପ୍ରଶାସନ ହସ୍ତକ୍ଷେପ କରି ସମ୍ପୃକ୍ତ ବୃଦ୍ଧଙ୍କୁ ଘରକୁ ନେଇଥିବାବେଳେ ପୁଅ, ବୋହୂ ଘରେ ତାଲା ପକାଇ ଚମ୍ପଟ ମାରିଛନ୍ତି। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ବମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମର ୧୦ନଂ ୱାର୍ଡରେ। ଏଠାକାର ଶୁକ ବାରିକ(୮୦)ଙ୍କୁ ଦୀର୍ଘ ବର୍ଷ ହେବ ପୁଅ […] The post ବୃଦ୍ଧ ବାପାଙ୍କ ଘର ବାହୁଡା ଶୁଣି ଘରେ ତାଲା ପକାଇ ପୁଅ, ବୋହୂ ଚମ୍ପଟ appeared first on Dharitri Odia News.

ବୃଦ୍ଧ ବାପାଙ୍କ ଘର ବାହୁଡା ଶୁଣି ଘରେ ତାଲା ପକାଇ ପୁଅ, ବୋହୂ ଚମ୍ପଟ

କୁଜଙ୍ଗ,୩।୧୨(ମନୋଜ ପ୍ରଧାନ): ପରିଣତ ବୟସରେ ବୃଦ୍ଧ ବାପାଙ୍କୁ ଘରୁ ବାହାର କରିଦେଇଥିଲେ ପୁଅ, ବୋହୂ। ଫଳରେ ସେ ଭୋକ ଉପାସରେ ଛଟପଟ ହେଉଥିଲେ। ପ୍ରଶାସନ ହସ୍ତକ୍ଷେପ କରି ସମ୍ପୃକ୍ତ ବୃଦ୍ଧଙ୍କୁ ଘରକୁ ନେଇଥିବାବେଳେ ପୁଅ, ବୋହୂ ଘରେ ତାଲା ପକାଇ ଚମ୍ପଟ ମାରିଛନ୍ତି। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ବମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମର ୧୦ନଂ ୱାର୍ଡରେ। ଏଠାକାର ଶୁକ ବାରିକ(୮୦)ଙ୍କୁ ଦୀର୍ଘ ବର୍ଷ ହେବ ପୁଅ ଓ ବୋହୂ ଘରୁ ବାହାର କରି ଦେଇଛନ୍ତି। ଏହାର ଆପୋଷ ସମାଧାନ କରିବା ଉଦ୍ଦେଶ୍ୟରେ ଶୁକ ସ୍ବେଚ୍ଛାସେବୀ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେଶନର ସହଯୋଗ ଲୋଡ଼ିଥିଲେ। ଏହାପରେ ଫାଉଣ୍ଡେଶନର କର୍ତ୍ତୁପକ୍ଷ ଜଗତସିଂହପୁର ଅତିରିକ୍ତ ଜିଲାପାଳଙ୍କ ନିକଟରେ ଶୁକଙ୍କୁ ନେଇ ପହଞ୍ଚତ୍ ଥିଲେ।
ଅଭିଯୋଗ ଆଧାରରେ ଅତିରିକ୍ତ ଜିଲାପାଳ ତାଙ୍କୁ ଥଇଥାନ କରିବା ପାଇଁ କୁଜଙ୍ଗ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାସଙ୍କୁ ନିର୍ଦେଶ ଦେଇଥିଲେ। ଏହାପରେ ପୋଲିସ, ବ୍ୟାସ ଫାଉଣ୍ଡେଶନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ଉପଧ୍ୟକ୍ଷା ରଶ୍ମିତା ନାୟକ ପ୍ରମୁଖ ସୋମବାର ଶୁକଙ୍କୁ ନେଇ ତାଙ୍କ ଘରକୁ ଯାଇଥିବାବେଳେ କୌଣସି ସୂତ୍ରରୁ ଖବରପାଇ ପୁଅ, ବୋହୂ ଘରେ ତାଲା ପକାଇ କୁଆଡ଼େ ଚାଲିଯାଇଛନ୍ତି। ଏନେଇ ଘର ବାରଣ୍ଡାରେ ବୃଦ୍ଧ ଶୁକ, ଥାନା ଅଧିକାରୀ ଓ ବ୍ୟାସ ଫାଉଣ୍ଡେଶନର କର୍ତ୍ତୁପକ୍ଷ ବସି ରହିଥିବା ଦେଖିବାକୁ ମିଳିଛି।

The post ବୃଦ୍ଧ ବାପାଙ୍କ ଘର ବାହୁଡା ଶୁଣି ଘରେ ତାଲା ପକାଇ ପୁଅ, ବୋହୂ ଚମ୍ପଟ appeared first on Dharitri Odia News.