ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷ ଶିଶୁର ମୁଣ୍ଡ, କଟର୍ରେ କାଟି ଉଦ୍ଧାର କଲେ ଡାକ୍ତର
ବଣାଇଁ,୯।୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ପୁତ୍ର ଖେଳୁ ଖେଳୁ ମୁଣ୍ଡରେ ଷ୍ଟିଲ ଗରା ପଶିଯିବା ଭଳି ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଛି। ଶୁକ୍ରବାର ସା ସମୟରେ ଘର ଅଗଣାରେ ଖେଳୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ଘର ଲୋକ ଚେଷ୍ଟା କରି ବିଫଳ ହେବା ପରେ ପିଲାଟିକୁ ରାତିରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିଲେ l ଦୀର୍ଘ ସମୟ ଧରି ଡାକ୍ତର […] The post ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷ ଶିଶୁର ମୁଣ୍ଡ, କଟର୍ରେ କାଟି ଉଦ୍ଧାର କଲେ ଡାକ୍ତର appeared first on Dharitri Odia News.
ବଣାଇଁ,୯।୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ପୁତ୍ର ଖେଳୁ ଖେଳୁ ମୁଣ୍ଡରେ ଷ୍ଟିଲ ଗରା ପଶିଯିବା ଭଳି ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଛି। ଶୁକ୍ରବାର ସା ସମୟରେ ଘର ଅଗଣାରେ ଖେଳୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ଘର ଲୋକ ଚେଷ୍ଟା କରି ବିଫଳ ହେବା ପରେ ପିଲାଟିକୁ ରାତିରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିଲେ l ଦୀର୍ଘ ସମୟ ଧରି ଡାକ୍ତର ଚେଷ୍ଟା କରି ପରିଶେଷରେ ଗରା ଟିକୁ ଶିଶୁ ମୁଣ୍ଡରୁ ବାହାର କରିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଜାଙ୍ଗଳା ଗ୍ରାମର ବାବୁଲି ମୁଣ୍ଡା ଓ ସାବିନା ମୁଣ୍ଡାଙ୍କର ୪ବର୍ଷର ଶିଶୁ ପୁତ୍ର ଶୁଭମ ଘରେ ଷ୍ଟିଲ ଗରା ସହିତ ଖେଳୁ ଖେଳୁ ଗରାଟି ମୁଣ୍ଡରେ ପଶି ଯାଇଥିଲା । ଏହାକୁ ମୁଣ୍ଡରୁ ବାହାର କରିବା ପାଇଁ ବହୁ ଚେଷ୍ଟା କରିବା ପରେ ବିଫଳ ହୋଇ ଶେଷରେ ରାଉରକେଲା ନେବା ପାଇଁ ଚିନ୍ତା କରୁଥିଲେ। ହେଲେ କିଛି ଯୁବ ଚିକିତ୍ସକ ଯଥା ଡାକ୍ଟର ପ୍ରଭାତ ରଞ୍ଜନ ସିଂ, ଷ୍ଟାଫ ଆକାଶ ରାୟ, ବିରେନ୍ଦ୍ର ନାଏକ ମୁଣ୍ଡରୁ ଗରାକୁ ବାହାର କରିବା ପାଇଁ କଇଁଚି ଓ କଟର ସାହାଯ୍ୟରେ କାଟି ଶିଶୁକୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ଶିଶୁ ଚିକିତ୍ସାଳୟରେ ଥିଲେ ହେଁ ସେ ସୁସ୍ଥ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି।
The post ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷ ଶିଶୁର ମୁଣ୍ଡ, କଟର୍ରେ କାଟି ଉଦ୍ଧାର କଲେ ଡାକ୍ତର appeared first on Dharitri Odia News.