ଖୋର୍ଦ୍ଧା ମହୋତ୍ସବ ତୃତୀୟ ସନ୍ଧ୍ୟା : ଶୀତୁଆ ରାତିରେ ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଖୋର୍ଦ୍ଧା : ସ୍ଥାନୀୟ ହାବେଳୀ ପଡିଆଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟୁଥିଙ୍କିଙ୍ଗ୍‌ ଫୋରମ୍‌ ଆନୁକୂଲ୍ୟରେ ଚାଲିଥିବା ଖୋର୍ଦ୍ଧା ମହୋତ୍ସବର ରୌପ୍ୟ ଜୟନ୍ତୀ ଉତ୍ସବର ଆଜିଥିଲା ତୃତୀୟ ସନ୍ଧ୍ୟା। ଶୀତ ଯେତିକି ଯେତିକି ବଢୁଛି, ପଡିଆରେ ଦର୍ଶକଙ୍କ ଭିଡ ସେତିକି ସେତିକି ଜମୁଛି। ଆଜିର ସନ୍ଧ୍ୟାରେ ସାଂସ୍କୃତିକ ମଂଚରେ ଦେଖିବାକୁ ମିଳିଥିଲା ଭୁବନେଶ୍ୱରରୁ ଆସିଥିବା କଳାକାରଙ୍କ ଦ୍ୱାରା ପରିବେଶିତ ନୃତ୍ୟ ଯାହାକି ମଂଚତଳେ ଥିବା ଦର୍ଶକଙ୍କୁ ବେଶ ଆନନ୍ଦ ଦେଇଥିଲା। ସେହିପରି ସମ୍ବଲପୁରୀ, ମୟୂରଭଞ୍ଜର ଛଉ, ଓଡ଼ିଶୀ, ଚୁଟ୍‌କି ଚୁଟା […]

ଖୋର୍ଦ୍ଧା ମହୋତ୍ସବ ତୃତୀୟ ସନ୍ଧ୍ୟା : ଶୀତୁଆ ରାତିରେ ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ
khordha

ଖୋର୍ଦ୍ଧା : ସ୍ଥାନୀୟ ହାବେଳୀ ପଡିଆଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟୁଥିଙ୍କିଙ୍ଗ୍‌ ଫୋରମ୍‌ ଆନୁକୂଲ୍ୟରେ ଚାଲିଥିବା ଖୋର୍ଦ୍ଧା ମହୋତ୍ସବର ରୌପ୍ୟ ଜୟନ୍ତୀ ଉତ୍ସବର ଆଜିଥିଲା ତୃତୀୟ ସନ୍ଧ୍ୟା। ଶୀତ ଯେତିକି ଯେତିକି ବଢୁଛି, ପଡିଆରେ ଦର୍ଶକଙ୍କ ଭିଡ ସେତିକି ସେତିକି ଜମୁଛି। ଆଜିର ସନ୍ଧ୍ୟାରେ ସାଂସ୍କୃତିକ ମଂଚରେ ଦେଖିବାକୁ ମିଳିଥିଲା ଭୁବନେଶ୍ୱରରୁ ଆସିଥିବା କଳାକାରଙ୍କ ଦ୍ୱାରା ପରିବେଶିତ ନୃତ୍ୟ ଯାହାକି ମଂଚତଳେ ଥିବା ଦର୍ଶକଙ୍କୁ ବେଶ ଆନନ୍ଦ ଦେଇଥିଲା। ସେହିପରି ସମ୍ବଲପୁରୀ, ମୟୂରଭଞ୍ଜର ଛଉ, ଓଡ଼ିଶୀ, ଚୁଟ୍‌କି ଚୁଟା ନୃତ୍ୟ ଦର୍ଶକମାନଙ୍କ ପାଇଁ ବେଶ ଚିତାକର୍ଷକ ଥିଲା।

IMG 20241217 WA0045

ଆଜିର ସଭାକାର୍ଯ୍ୟ କମିଟିର ସଭାପତି ଡ଼. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ ଯୋଗଦେଇ ଖୋର୍ଦ୍ଧାର ଇତିହାସ ଓ ପାଇକମାନଙ୍କ ବଳିଦାନ ସମ୍ପର୍କରେ ରୋମନ୍ଥନ କରିବା ସହ ମହୋତ୍ସବର ଦୀର୍ଘାୟୁ କାମନା କରିଥିଲେ। ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି, ଗୌରୀଶଙ୍କର ତ୍ରୀପାଠି, ସଞ୍ଜୟ ପଟ୍ଟନାୟକ ମଂଚାସୀନ ଥିଲେ। ଆଜିର ସଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଫୁଲ ସାମନ୍ତରାୟ, ବିମଳ ସାମନ୍ତରାୟ, ରଞ୍ଜନ ସେଠୀ, ପବିତ୍ର ନାୟକ, ପ୍ଲାବନ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ତେବେ ଆଜି ପ୍ରବଳ ଜନସମାଗମ ହୋଇଥିଲା। ଏପରିକି ଫାଷ୍ଟଫୁଡ ଓ ଗୁପଚପ୍‌, ଚାଟ ଆଦି ଦୋକାନରେ ବେଶ ଭିଡ ଜମିଥିବା ଦେଖାଯାଇଛି। ସେହିପରି ମହୋତ୍ସବ ପଡ଼ିଆରେ ରାମଦୋଳି, ବ୍ରେକ୍‌ ଡ଼୍ୟାନ୍ସ ଦେଳୀ, ଡ଼ଙ୍ଗା ଦୋଳୀ ଓ ମୌତକା କୂଆଁ ନିକଟରେ ଲମ୍ବା ଲାଇନ ଲାଗିଥିଲା।