ଖୋଲାଖୋଲି ଲାଞ୍ଚମାଗି  ଭିଏଡବ୍ଲ୍ୟୁ ଦେଖାଉଥିଲେ ନାଲିଆଖି: ଭିଡିଓ ଭାଇରାଲ ପରେ ଏବେ….

ଚାନ୍ଦବାଲି,୨୦।୧୧(ଅଶୋକ କୁମାର ପଣ୍ଡା): ଲାଞ୍ଚମାଗିବା ପଡ଼ିଲା ମହଙ୍ଗା। ଗ୍ରାମ୍ୟ କୃଷି ଅଧିକାରୀ (V.A.W) ନିଲମ୍ବିତ।   ବାତ୍ୟା ‘ଦାନା’ ପ୍ରଭାବରେ  କ୍ଷୟ କ୍ଷତି ହୋଇ ଥିବା ଚାଷୀଙ୍କୁ ସରକାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଘୋଷଣା କରିବା ପରେ  ଚାଷୀଙ୍କୁ ଶୋଷଣ କରା ଯାଉଥିବା ଦେଖିବାକୁ ମିଳିଥିଲା। ତେବେ କ୍ଷତି ପୂରଣ ବାବଦରେ ରାଜ୍ୟ ସରକାର ହେକ୍ଟର ପିଛା ୮୫୦୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିବା ପରେ ଏହାର ଫାଇଦା ଉଠାଉଥିଲେ କିଛି ଲାଞ୍ଚୁଆ ସରକାରୀ […] The post ଖୋଲାଖୋଲି ଲାଞ୍ଚମାଗି  ଭିଏଡବ୍ଲ୍ୟୁ ଦେଖାଉଥିଲେ ନାଲିଆଖି: ଭିଡିଓ ଭାଇରାଲ ପରେ ଏବେ…. appeared first on Dharitri Odia News.

ଖୋଲାଖୋଲି ଲାଞ୍ଚମାଗି  ଭିଏଡବ୍ଲ୍ୟୁ ଦେଖାଉଥିଲେ ନାଲିଆଖି: ଭିଡିଓ ଭାଇରାଲ ପରେ ଏବେ….
ଚାନ୍ଦବାଲି,୨୦।୧୧(ଅଶୋକ କୁମାର ପଣ୍ଡା): ଲାଞ୍ଚମାଗିବା ପଡ଼ିଲା ମହଙ୍ଗା। ଗ୍ରାମ୍ୟ କୃଷି ଅଧିକାରୀ (V.A.W) ନିଲମ୍ବିତ।   ବାତ୍ୟା ‘ଦାନା’ ପ୍ରଭାବରେ  କ୍ଷୟ କ୍ଷତି ହୋଇ ଥିବା ଚାଷୀଙ୍କୁ ସରକାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଘୋଷଣା କରିବା ପରେ  ଚାଷୀଙ୍କୁ ଶୋଷଣ କରା ଯାଉଥିବା ଦେଖିବାକୁ ମିଳିଥିଲା। ତେବେ କ୍ଷତି ପୂରଣ ବାବଦରେ ରାଜ୍ୟ ସରକାର ହେକ୍ଟର ପିଛା ୮୫୦୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିବା ପରେ ଏହାର ଫାଇଦା ଉଠାଉଥିଲେ କିଛି ଲାଞ୍ଚୁଆ ସରକାରୀ କର୍ମଚାରୀ।
ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଭାଟପଡ଼ା ପଞ୍ଚାୟତରେ।  ଗ୍ରାମ୍ୟ କୃଷି ଅଧିକାରୀ (V.A.W) ଭଗବତୀ କିସାନ ଚାଷୀଙ୍କ ଠାରୁ ଜମି ଅନଲାଇନ  ପାଇଁ ଖୁଲମ ଖୋଲା ପାଞ୍ଚ ଶହ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ନିଜେ ଭିଡିଓ ମାଧ୍ୟମରେ ମାନୁଥିଲେ ମଧ୍ୟ ତେବେ କେଉଁ ଆଧାରରେ ପାଞ୍ଚ ଶହ ଟଙ୍କା ନେଉଥିଲେ ବୋଲି ଚାଷୀମାନେ ପ୍ରଶ୍ନ କରିବାରୁ ଚାଷୀଙ୍କୁ  V.A.W ଜଣକ ନାଲି ଆଖି ଦେଖାଇବା ସହ ଉତ୍ୟକ୍ତ ହୋଇ ସେମାନଙ୍କ ଜମି ଅନଲାଇନ କରିବେ ନାହିଁ ବୋଲି କହୁ ଥିବାର ଭିଡିିଓ  ଭାଇରାଲ ହୋଇ ଥିବା ଖବର ପ୍ରସାରଣ ହୋଇ ଥିଲା। ଏନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଭଗବତୀ କିସାନଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ଚିଠି ନଂ୪୮୪୯ରେ ତାଙ୍କୁ ନିଲମ୍ବନ କରାଯାଇଛି। ଯାହା ବର୍ତ୍ତମାନର ଅନ୍ୟ ଗ୍ରାମ୍ୟ କୃଷି ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

The post ଖୋଲାଖୋଲି ଲାଞ୍ଚମାଗି  ଭିଏଡବ୍ଲ୍ୟୁ ଦେଖାଉଥିଲେ ନାଲିଆଖି: ଭିଡିଓ ଭାଇରାଲ ପରେ ଏବେ…. appeared first on Dharitri Odia News.