ଖୋଲିବ ବ୍ଲାକରୋଜ ଫାଇଲ: ସ୍କାନରକୁ ଆସିବେ କି ବିଜେଡିର ପ୍ରଭାବଶାଳୀ ନେତା?
କନକ ବ୍ୟୁରୋ: ଖୋଲିବ ବ୍ଲାକରୋଜ ଫାଇଲ।୧୫ ବର୍ଷ ପୁରୁଣା ଘଟଣା ନୂଆ ମୋଡ଼ ନେବାକୁ ଯାଉଛି। ଗୃହ ବିଭାଗକୁ ଚିଠି ଲେଖିଛନ୍ତି ପୋଲିସ ଡିଜି। ଫଳରେ ଏହାକୁ ନେଇ ବିଜେଡିରେ ହଲଚଲ ଦେଖାଦେଇଛି। ପ୍ରଶ୍ନ ଉଠୁଛି, ସ୍କାନରକୁ ଆସିବେ କି ବିଜେଡିର ପ୍ରଭାବଶାଳୀ ନେତା। ୨୦୦୯ ପାରଦୀପରେ ବ୍ଲାକରୋଜ ବୁଡି ଘଟଣା ସାରା ଓଡିଶାରେ ସୃଷ୍ଟି କରିଥିଲା ହଇଚଇ । ୨୦୦୯ ପାରଦ୍ୱୀପ ବ୍ଲାକରୋଜ ବୁଡି ଘଟଣା ସାରା ଓଡିଶାରେ ହଇଚଇ ସୃଷ୍ଟି କରିଥିଲା। ଦୀର୍ଘ ୧୫ […] The post ଖୋଲିବ ବ୍ଲାକରୋଜ ଫାଇଲ: ସ୍କାନରକୁ ଆସିବେ କି ବିଜେଡିର ପ୍ରଭାବଶାଳୀ ନେତା? first appeared on Kanak News.

କନକ ବ୍ୟୁରୋ: ଖୋଲିବ ବ୍ଲାକରୋଜ ଫାଇଲ।୧୫ ବର୍ଷ ପୁରୁଣା ଘଟଣା ନୂଆ ମୋଡ଼ ନେବାକୁ ଯାଉଛି। ଗୃହ ବିଭାଗକୁ ଚିଠି ଲେଖିଛନ୍ତି ପୋଲିସ ଡିଜି। ଫଳରେ ଏହାକୁ ନେଇ ବିଜେଡିରେ ହଲଚଲ ଦେଖାଦେଇଛି। ପ୍ରଶ୍ନ ଉଠୁଛି, ସ୍କାନରକୁ ଆସିବେ କି ବିଜେଡିର ପ୍ରଭାବଶାଳୀ ନେତା। ୨୦୦୯ ପାରଦୀପରେ ବ୍ଲାକରୋଜ ବୁଡି ଘଟଣା ସାରା ଓଡିଶାରେ ସୃଷ୍ଟି କରିଥିଲା ହଇଚଇ ।
୨୦୦୯ ପାରଦ୍ୱୀପ ବ୍ଲାକରୋଜ ବୁଡି ଘଟଣା ସାରା ଓଡିଶାରେ ହଇଚଇ ସୃଷ୍ଟି କରିଥିଲା। ଦୀର୍ଘ ୧୫ ବର୍ଷ ପରେ ଏ ଘଟଣା ନୂଆ ମୋଡ ନେବାକୁ ଯାଉଛି । ନୂଆ ସରକାର ବ୍ଲାକରୋଜ ଘଟଣାରେ ଏବେ ଆକ୍ସନ ମୋଡକୁ ଆସିଛନ୍ତି । ଗୃହ ବିଭାଗ ତରଫରୁ ପୋଲିସ ଡିଜି ଓ କ୍ରାଇମବାଂଚକୁ ଚିଠି ଲେଖି କାର୍ୟ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଯାହାକୁ ନେଇ ହଲଚଲ ଆରମ୍ଭ ହୋଇଗଲାଣି । ଖୋଲିବ କି ପ୍ରଭାବଶାଳୀ ନେତାଙ୍କ ମୁଖା? ଆବଶ୍ୟକ ପଡ଼ିଲେ ସିବିଆଇ ତଦନ୍ତ ନିର୍ଦେଶ ଦେବେ କି ନୂଆ ସରକାର?
କିଛି ଦିନ ପୂର୍ବରୁ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ବ୍ଲାକରୋଜ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଆଉ ତାପରେ ତତ୍ପର ଦେଖାଇ ଚିଠି ଲେଖିଛି ଗୃହ ବିଭାଗ।
ଚିଠି ପରେ ବ୍ଲାକ ରୋଜ ଘଟଣାରେ ରାଜନୈତିକ ବୟାନବାଜି ତେଜିଛି । ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡି ନେତାଙ୍କର ଏ ଘଟଣାରେ ସଂପୃକ୍ତ ରହିଛି, ପୂର୍ବରୁ ବିଜେଡି ସରକାର ଗୋଳମାଳିଆ ସ୍ଥିତି କରି ତଦନ୍ତକୁ ବାଟବଣା କରିଥିଲା । ସେପଟେ ବିଜେଡି କହିଛି ତଦନ୍ତ ହେଲେ ସବୁ କିଛି ସ୍ପଷ୍ଟ ହୋଇଯିବ ।
୨୦୧୯ରେ ଜାହାଜ ବୁଡି ଘଟଣାରେ ସମସ୍ତ ତଥ୍ୟ ଦେବା ଲାଗି ସିବିଆଇ ରାଜ୍ୟ ସରକାରଙ୍କୁ ଦୁଇ ଦୁଇ ଥର ଚିଠି ଲେଖିଥିଲା । ହେଲେ ବିଜେଡିର ପ୍ରଭାବଶାଳୀ ନେତାଙ୍କ ମୁଖା ଖୋଲିଯିବା ଭୟରେ ତଥ୍ୟ ହସ୍ତାନ୍ତର କରାଯାଇନଥିଲା। ଏବେ ପ୍ରଶ୍ନ ଉଠୁଛି ନୂଆ ସରକାର ପୁରୁଣା ଫାଇଲ ଖୋଲି ବ୍ଲାକ ରୋଜ ରହସ୍ୟର ପରଦା ହଟାଇବେ କି?
The post ଖୋଲିବ ବ୍ଲାକରୋଜ ଫାଇଲ: ସ୍କାନରକୁ ଆସିବେ କି ବିଜେଡିର ପ୍ରଭାବଶାଳୀ ନେତା? first appeared on Kanak News.