ପାକିସ୍ତାନରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭଗତ ସିଂ ଗ୍ୟାଲେରି

ଲାହୋର, ୧।୧: ପାକିସ୍ତାନର ରାଓ୍ବଲପିଣ୍ଡିସ୍ଥିତ ଐତିହାସିକ ପୁଞ୍ଛ୍‌ ହାଉସରେ ଥିବା ଭଗତ ସିଂହ ଗ୍ୟାଲେରିକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି। ଏଥିପାଇଁ ପାକିସ୍ତାନର ପଞ୍ଜାବ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ଗ୍ୟାଲେରିରେ ଭାରତର ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କର ବିଭିନ୍ନ ଫଟୋ, ଚିଠି, ତାଙ୍କ ସମ୍ଭନ୍ଧିତ ପ୍ରକାଶିତ ଖବର, ତାଙ୍କ ମୃତ୍ୟୁ ଦଣ୍ଡର ପ୍ରମାଣ ପତ୍ର ଏବଂ ତାଙ୍କ ଜୀବନୀ ଓ ସ୍ବାଧିନତା ସଂଗ୍ରାମ ସହ ଜଡ଼ିତ ବିଭିନ୍ନ ଐତିହାସିକ ଦସ୍ତାବିଜ୍‌ ରହିଛି। ପାକିସ୍ତାନ ପଞ୍ଜାବ […] The post ପାକିସ୍ତାନରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭଗତ ସିଂ ଗ୍ୟାଲେରି appeared first on Dharitri Odia News.

ପାକିସ୍ତାନରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭଗତ ସିଂ ଗ୍ୟାଲେରି

ଲାହୋର, ୧।୧: ପାକିସ୍ତାନର ରାଓ୍ବଲପିଣ୍ଡିସ୍ଥିତ ଐତିହାସିକ ପୁଞ୍ଛ୍‌ ହାଉସରେ ଥିବା ଭଗତ ସିଂହ ଗ୍ୟାଲେରିକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି। ଏଥିପାଇଁ ପାକିସ୍ତାନର ପଞ୍ଜାବ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ଗ୍ୟାଲେରିରେ ଭାରତର ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କର ବିଭିନ୍ନ ଫଟୋ, ଚିଠି, ତାଙ୍କ ସମ୍ଭନ୍ଧିତ ପ୍ରକାଶିତ ଖବର, ତାଙ୍କ ମୃତ୍ୟୁ ଦଣ୍ଡର ପ୍ରମାଣ ପତ୍ର ଏବଂ ତାଙ୍କ ଜୀବନୀ ଓ ସ୍ବାଧିନତା ସଂଗ୍ରାମ ସହ ଜଡ଼ିତ ବିଭିନ୍ନ ଐତିହାସିକ ଦସ୍ତାବିଜ୍‌ ରହିଛି। ପାକିସ୍ତାନ ପଞ୍ଜାବ ସରକାରଙ୍କ ମୁଖ୍ୟ ସଚିବ ଜାହିଦ୍‌ ଅଖତର ମଙ୍ଗଳବାର ଏହି ଗ୍ୟାଲେରିର ଉଦ୍‌ଘାଟନ କରିଛନ୍ତି। ଗ୍ୟାଲେରିରେ ଥିବା ଭଗତ ସିଂଙ୍କ ସହ ଜଡ଼ିତ ବିଭିନ୍ନ ଦସ୍ତାବିଜ୍‌କୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯିବ ବୋଲି ସେ କହିଛନ୍ତି। ୯୩ ବର୍ଷ ତଳେ ପୁଞ୍ଛ୍‌ ହାଉସ୍‌ଠାରେ ଭଗତ ସିଂହଙ୍କର କୋର୍ଟ ଟ୍ରାଏଲ କରାଯାଇଥିଲା।

The post ପାକିସ୍ତାନରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭଗତ ସିଂ ଗ୍ୟାଲେରି appeared first on Dharitri Odia News.