ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ
ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା ସମବାୟସମିତି ପାଟଣା ଓ ରାଜନଗରରେ ସୋମବାର ଧାନ ମଣ୍ଡି ଖୋଲିଛି। ସୋମବାର ପାଟଣା ମୁଖ୍ୟାଳୟ ମଣ୍ଡିକୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏଥିରେ ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଲ୍ୟାମ୍ପ ସଭାପତି ରାମ ଚନ୍ଦ୍ର ନାୟକ, କ୍ୟାମ୍ପ ଉପସଭାପତି କନକ କତା […] The post ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ appeared first on Dharitri Odia News.
ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା ସମବାୟସମିତି ପାଟଣା ଓ ରାଜନଗରରେ ସୋମବାର ଧାନ ମଣ୍ଡି ଖୋଲିଛି। ସୋମବାର ପାଟଣା ମୁଖ୍ୟାଳୟ ମଣ୍ଡିକୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏଥିରେ ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଲ୍ୟାମ୍ପ ସଭାପତି ରାମ ଚନ୍ଦ୍ର ନାୟକ, କ୍ୟାମ୍ପ ଉପସଭାପତି କନକ କତା ନାଏକ, ଯୋଗାଣ ଅଧିକାରୀ ସୁନିତା ମାରାଣ୍ଡି, ପାଟଣା ଲ୍ୟାମ୍ପ ଏମଡି ହରମୋହନ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ। ରାଜନ ଗର ରେ ବିଧାୟକ ଅଖିଳ ନାଏକଙ୍କ ସହ ସ୍ଥାନୀୟ ସରପଂଚ ସୁଧାଂଶୁ ନାୟକ ,ପାଟଣା ତହସିଲ ଦାର ଲୀଳା ବତି ନାୟକ, ଲ୍ୟାମ୍ସ ଏମଡି ସନ୍ତୋଷ ମିଶ୍ର ଓ ବିଜେଡ଼ି ନେତା ବସନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
The post ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ appeared first on Dharitri Odia News.