ଭାରତରେ ଓ୍ବିକିପିଡିଆକୁ ବନ୍ଦ କରିଦେବୁ: ହାଇକୋର୍ଟ
ନୂଆଦିଲ୍ଲୀ,୬ା୯: ଓ୍ବିକିପିଡିଆରେ ଅନେକ ଭୁଲ୍ ତଥ୍ୟ ପ୍ରକାଶ ପାଉଥିବା ନେଇ ଅଭିଯୋଗ ହେଉଥିବାବେଳେ ଭାରତରେ ଏହାର ବ୍ୟବସାୟ ବନ୍ଦ କରି ଦିଆଯିବ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ଚେତାବନୀ ଦେଇଛନ୍ତି। ଏସିଆନ୍ ନ୍ୟୁଜ୍ ଇଣ୍ଟରନ୍ୟାଶନାଲ (ଏଏନ୍ଆଇ)ର ଓ୍ବିକିପେଡିଆ ପେଜ୍ରେ କେତେଜଣ ସବ୍ସ୍କ୍ରାଇବର ଅପମାନଜନକ ଏଡିଟ୍ କରିଥିଲେ। ଏହି ସମ୍ପାଦନା କରିଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ଓ୍ବିକିପିଡିଆ ଏହାର ଅନୁପାଳନ କରି ନ ଥିବାରୁ ନ୍ୟୁଜ୍ ଏଜେନ୍ସି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। […] The post ଭାରତରେ ଓ୍ବିକିପିଡିଆକୁ ବନ୍ଦ କରିଦେବୁ: ହାଇକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୬ା୯: ଓ୍ବିକିପିଡିଆରେ ଅନେକ ଭୁଲ୍ ତଥ୍ୟ ପ୍ରକାଶ ପାଉଥିବା ନେଇ ଅଭିଯୋଗ ହେଉଥିବାବେଳେ ଭାରତରେ ଏହାର ବ୍ୟବସାୟ ବନ୍ଦ କରି ଦିଆଯିବ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ଚେତାବନୀ ଦେଇଛନ୍ତି। ଏସିଆନ୍ ନ୍ୟୁଜ୍ ଇଣ୍ଟରନ୍ୟାଶନାଲ (ଏଏନ୍ଆଇ)ର ଓ୍ବିକିପେଡିଆ ପେଜ୍ରେ କେତେଜଣ ସବ୍ସ୍କ୍ରାଇବର ଅପମାନଜନକ ଏଡିଟ୍ କରିଥିଲେ। ଏହି ସମ୍ପାଦନା କରିଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ଓ୍ବିକିପିଡିଆ ଏହାର ଅନୁପାଳନ କରି ନ ଥିବାରୁ ନ୍ୟୁଜ୍ ଏଜେନ୍ସି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏଏନ୍ଆଇ ସମ୍ପୃକ୍ତ ଆପତ୍ତିଜନକ କଣ୍ଟେଣ୍ଟ ହଟାଇବା ପାଇଁ ନିର୍ଦ୍ଦେଶ ସହ ଆର୍ଥିକ କ୍ଷତିପୂରଣ ଦାବି କରିଛି।
ହାଇକୋର୍ଟ ବିଚାରପତି ନବୀନ ଚାଓ୍ବଲା ଏହାର ଶୁଣାଣି ବେଳେ ଓ୍ବିକିପିଡିଆକୁ ଭର୍ତ୍ସନା କରି କହିଛନ୍ତି, ଆମେ ତୁମକୁ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିବୁ। ଭାରତରେ ତୁମ ବ୍ୟବସାୟିକ କାରବାର ବନ୍ଦ କରିଦେବୁ। ଓ୍ବିକିପିଡିଆକୁ ବନ୍ଦ କରିବା ପାଇଁ ସରକାରଙ୍କୁ କହିବୁ। ଓ୍ବିକିପେଡିଆ ପକ୍ଷରୁ ଆଇନଜୀବୀ ଟିନା ଆବ୍ରାହମ୍ କୋର୍ଟଙ୍କୁ କହିଥିଲେ ଯେ, ଅଦାଲତଙ୍କ ନିର୍ଦ୍ଦେଶ ଉପରେ କେତେକ ତଥ୍ୟ ଉପସ୍ଥାପନ କରିବାକୁ ଥିବାରୁ ହାଜର ହେବାରେ ସମୟ ଲାଗିଲା। କାରଣ ଓ୍ବିକିପିଡିଆର ଅଫିସ ଭାରତରେ ନାହିଁ। ଜଷ୍ଟିସ୍ ଚାଓ୍ବଲା ବିରକ୍ତିଭାବ ପ୍ରକାଶ କରି କହିଥିଲେ, ଓ୍ବିକିପିଡିଆ ପୂର୍ବରୁ ମଧ୍ୟ ଏଭଳି ଯୁକ୍ତି ବାଢ଼ିଥିଲା। ତୁମେ ଯଦି ଭାରତକୁ ପସନ୍ଦ କରୁନ, ଦୟାକରି ଏଠାରେ କାର୍ଯ୍ୟ କରନାହିଁ। ଅକ୍ଟୋବର ୨୫ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ। ସେହିଦିନ ଓ୍ବିକିପିଡିଆର ଅଧିକୃତ ପ୍ରତିନିଧି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ଜଷ୍ଟିସ୍ ଚାଓ୍ବଲା ନିର୍ଦ୍ଦେଶ ଦେଇଛନ୍ତି।
The post ଭାରତରେ ଓ୍ବିକିପିଡିଆକୁ ବନ୍ଦ କରିଦେବୁ: ହାଇକୋର୍ଟ appeared first on Dharitri Odia News.