ବିଓଆଇର ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ

ଭୁବନେଶ୍ୱର,୨୭।୮ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଅନୁଗୋଳର ଏକ ତାରକା ହୋଟେଲରେ ବ୍ୟାଙ୍କର କେନ୍ଦୁଝର ଅଞ୍ଚଳ ଆନୁକୂଲ୍ୟରେ ତାଳଚେର ଓ ଅନୁଗୋଳ ଅଞ୍ଚଳର ଗ୍ରାହକଙ୍କୁ ନେଇ ଏକ ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଓଆଇର କ୍ଷେତ୍ର ମହାପ୍ରବନ୍ଧକ ବିକାଶ କ୍ରିଷ୍ଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଯୋଗ ଦେଇଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଡାକ୍ତର, ବ୍ୟବସାୟୀ […] The post ବିଓଆଇର ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ appeared first on Dharitri Odia News.

ବିଓଆଇର ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ

ଭୁବନେଶ୍ୱର,୨୭।୮ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଅନୁଗୋଳର ଏକ ତାରକା ହୋଟେଲରେ ବ୍ୟାଙ୍କର କେନ୍ଦୁଝର ଅଞ୍ଚଳ ଆନୁକୂଲ୍ୟରେ ତାଳଚେର ଓ ଅନୁଗୋଳ ଅଞ୍ଚଳର ଗ୍ରାହକଙ୍କୁ ନେଇ ଏକ ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଓଆଇର କ୍ଷେତ୍ର ମହାପ୍ରବନ୍ଧକ ବିକାଶ କ୍ରିଷ୍ଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଯୋଗ ଦେଇଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଡାକ୍ତର, ବ୍ୟବସାୟୀ ଓ ବ୍ୟାଙ୍କର ମୂଲ୍ୟବାନ ଗ୍ରାହକଙ୍କ ସହ ବିକାଶ ବ୍ୟାଙ୍କିଙ୍ଗ ସେବାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ସେହିଭଳି ବିଓଆଇ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ହୀମାଦ୍ରି ଶେଖର ଦାଶ, ସହକାରୀ ମହାପ୍ରବନ୍ଧକ ଲଳିତ ମହାନ୍ତି, ଅନୁଗୋଳ ଶାଖା ପରିଚାଳକ ବାବୁଲା ପ୍ରଧାନ ଏବଂ ତାଳଚେର ଶାଖା ପ୍ରବନ୍ଧକ ଶାଶ୍ୱତୀ ପ୍ରଧାନ ପ୍ରମୁଖ ଗ୍ରାହକଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ। ଏହି ଆଲୋଚନାଚକ୍ରରେ ବ୍ୟାଙ୍କ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇଦେବା ସହିତ ଗ୍ରାହକଙ୍କୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବା ନେଇ ଉପସ୍ଥିତ ଗ୍ରାହକଙ୍କଠାରୁ ଅଧିକାରୀମାନେ ମତାମତ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିକାଶ କ୍ରିଷ୍ଣା ବ୍ୟାଙ୍କର ମୂଲ୍ୟବାନ ଗ୍ରାହକଙ୍କ ସହ ସିଧା କଥା ହୋଇ ଗ୍ରାହକ ସେବା ବିକାଶ ଦିଗରେ ଆବଶ୍ୟକ ଆଲୋଚନା କରି ତୁରନ୍ତ ତାହା ଉପରେ କାର୍ଯ୍ୟ କରିବାକୁ ବ୍ୟାଙ୍କ କର୍ମଚାରୀମାନଙ୍କୁ କହିଥିଲେ। ସେହିପରି ଏହି ଗ୍ରାହକ ସନ୍ତୁଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ୧୭ କୋଟି ଟଙ୍କାର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଋଣ ପ୍ରଦାନ କରାଯାଇଥିଲା।

The post ବିଓଆଇର ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ appeared first on Dharitri Odia News.