ନିରାକାରପୁର ରେଳ ଫାଟକରେ ପ୍ରବଳ ଭିଡ଼

ନିରାକାରପୁର,୨୬ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଉପର ବଜାରଠାରେ ଥିବା ରେଳବାଇ ଫାଟକଟିରେ ଦୈନିକ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ଏହା ଯୋଗୁ ଆମ୍ବୁଲାନ୍ସଠାରୁ ଆରମ୍ଭ କରି ସ୍କୁଲ, କଲେଜ ଛାତ୍ରୀଛାତ୍ର ଦୈନିକ ବାଇକ କାର୍‌ ଅନ୍ୟ ଗାଡ଼ି ଯୋଗେ ଏହି ଗେଟ୍‌ ଦେଇ ଯାତ୍ରା କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରୁ ଏହି ରାସ୍ତା ଦେଇ ଶ୍ରୀକ୍ଷେତ୍ର ପୁରୀ ଟିକିଏ ପାଖ ହୋଇଥିବାରୁ ଦୈନିକ […] The post ନିରାକାରପୁର ରେଳ ଫାଟକରେ ପ୍ରବଳ ଭିଡ଼ appeared first on Dharitri Odia News.

ନିରାକାରପୁର ରେଳ ଫାଟକରେ ପ୍ରବଳ ଭିଡ଼

ନିରାକାରପୁର,୨୬ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଉପର ବଜାରଠାରେ ଥିବା ରେଳବାଇ ଫାଟକଟିରେ ଦୈନିକ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ଏହା ଯୋଗୁ ଆମ୍ବୁଲାନ୍ସଠାରୁ ଆରମ୍ଭ କରି ସ୍କୁଲ, କଲେଜ ଛାତ୍ରୀଛାତ୍ର ଦୈନିକ ବାଇକ କାର୍‌ ଅନ୍ୟ ଗାଡ଼ି ଯୋଗେ ଏହି ଗେଟ୍‌ ଦେଇ ଯାତ୍ରା କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରୁ ଏହି ରାସ୍ତା ଦେଇ ଶ୍ରୀକ୍ଷେତ୍ର ପୁରୀ ଟିକିଏ ପାଖ ହୋଇଥିବାରୁ ଦୈନିକ ଉକ୍ତ ଫାଟକ ଦେଇ ଅନେକ ଗାଡ଼ି ଚଳାଚଳ କରୁଛି। ଚଳିତ ବର୍ଷର ଘୋଷଯାତ୍ରା ଏଇ କିଛି ଦିନ ଭିତରେ ହେବ। ଏହି ସମୟରେ ମଧ୍ୟ ଆହୁରି ଭିଡ଼ ହେବାର ଆଶଙ୍କା କରାଯାଉଛି। ତେଣୁ ଏଠାରେ ଟ୍ରାଫିକ୍‌ ବ୍ୟବସ୍ଥା କରିବା ସହିତ ଶୀଘ୍ର ଓଭର ବ୍ରିଜ୍‌ କରିବା ପାଇଁ ଦାବି ହେଉଛି।

The post ନିରାକାରପୁର ରେଳ ଫାଟକରେ ପ୍ରବଳ ଭିଡ଼ appeared first on Dharitri Odia News.