ବାଜି ମାରିନେଲା ଭାଜପା: ଫଡ୍ନବିସ୍ ରଖିଲେ ବଡ ବିଭାଗ, ଅଜିତଙ୍କୁ ଅର୍ଥ, ଶିନ୍ଦେଙ୍କୁ ସହରାଞ୍ଚଳ ବିକାଶ
ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଶନିବାର ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ ବିଭାଗ ସହ ଆଇନ ଓ ନ୍ୟାୟ ବିଭାଗ ରଖିଥିବାବେଳେ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ସହରାଞ୍ଚଳ ବିକାଶ, ଗୃହ ନିର୍ମାଣ ଏବଂ ପୂର୍ତ୍ତ ବିଭାଗ ଦେଇଛନ୍ତି। ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଅର୍ଥ ସହିତ ଯୋଜନା ଓ ଅବକାରୀ ବିଭାଗ ମିଳିଛି। ଫଡ୍ନବିସ୍ଙ୍କ ପାଖରେ ଶକ୍ତି (ଅକ୍ଷୟ ଶକ୍ତି ବ୍ୟତୀତ), ସାଧାରଣ ପ୍ରଶାସନ, ସୂଚନା ଓ […] The post ବାଜି ମାରିନେଲା ଭାଜପା: ଫଡ୍ନବିସ୍ ରଖିଲେ ବଡ ବିଭାଗ, ଅଜିତଙ୍କୁ ଅର୍ଥ, ଶିନ୍ଦେଙ୍କୁ ସହରାଞ୍ଚଳ ବିକାଶ appeared first on Dharitri Odia News.
ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଶନିବାର ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ ବିଭାଗ ସହ ଆଇନ ଓ ନ୍ୟାୟ ବିଭାଗ ରଖିଥିବାବେଳେ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ସହରାଞ୍ଚଳ ବିକାଶ, ଗୃହ ନିର୍ମାଣ ଏବଂ ପୂର୍ତ୍ତ ବିଭାଗ ଦେଇଛନ୍ତି। ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଅର୍ଥ ସହିତ ଯୋଜନା ଓ ଅବକାରୀ ବିଭାଗ ମିଳିଛି। ଫଡ୍ନବିସ୍ଙ୍କ ପାଖରେ ଶକ୍ତି (ଅକ୍ଷୟ ଶକ୍ତି ବ୍ୟତୀତ), ସାଧାରଣ ପ୍ରଶାସନ, ସୂଚନା ଓ ପ୍ରଚାର ପ୍ରସାର ବିଭାଗ ମଧ୍ୟ ରହିଛି।
ବିଭାଗ ଘୋଷଣା ପରେ ସପ୍ତାହେରୁ ଉର୍ଦ୍ଧ୍ୱ ସମୟ ଧରି ଲାଗିରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଶିବସେନା ପୂର୍ବରୁ ଗୃହ ବିଭାଗ ଦାବି କରୁଥିବାବେଳେ ଭାଜପା ଏହାକୁ ଅଗ୍ରାହ୍ୟ କରିଦେଇଥିଲା। ଡିସେମ୍ବର ୧୫ରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇ ଭାଜପାରୁ ୧୯, ଶିବସେନାରୁ ୧୧ ଏବଂ ଏନ୍ସିପରୁ ୯ ଜଣଙ୍କୁ ମନ୍ତ୍ରୀ କରାଯାଇଥିଲା। ଫଡ୍ନବିସ୍ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଡିସେମ୍ବର ୫ରେ ଶପଥ ନେଇଥିଲେ। ତେବେ ଆଭ୍ୟନ୍ତରୀଣ ଅସହମତି ଯୋଗୁ ବିଭାଗ ଚୂଡ଼ାନ୍ତ କରିବା ବିଳମ୍ବିତ ହୋଇଥିଲା।
The post ବାଜି ମାରିନେଲା ଭାଜପା: ଫଡ୍ନବିସ୍ ରଖିଲେ ବଡ ବିଭାଗ, ଅଜିତଙ୍କୁ ଅର୍ଥ, ଶିନ୍ଦେଙ୍କୁ ସହରାଞ୍ଚଳ ବିକାଶ appeared first on Dharitri Odia News.