ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ପଦକ୍ଷେପ ନେଉ

ଇମ୍ଫାଲ,୯ା୯ (ପି.ଟି.): ମଣିପୁରରେ ସାନି ହିଂସାକାଣ୍ଡ ପରେ ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ରବିବାର ଅପିଲ୍‌ କରିଛନ୍ତି। କୁକି-ଜୋ ସମ୍ପ୍ରଦାୟର ଅଲଗା ପ୍ରଶାସନ ଦାବିକୁ କେନ୍ଦ୍ର ସରକାର ରାଜି ନ ହେବାକୁ ବୀରେନ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଏକ ସ୍ମାରକପତ୍ର ଜରିଆରେ ଉପରୋକ୍ତ ଅନୁରୋଧ ଜଣାଇଛନ୍ତି। ତାଙ୍କ ସମେତ ବହୁସଂଖ୍ୟାରେ ବିଧାୟକ ଏବଂ ବିଧାନସଭା […] The post ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ପଦକ୍ଷେପ ନେଉ appeared first on Dharitri Odia News.

ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ପଦକ୍ଷେପ ନେଉ

ଇମ୍ଫାଲ,୯ା୯ (ପି.ଟି.): ମଣିପୁରରେ ସାନି ହିଂସାକାଣ୍ଡ ପରେ ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ରବିବାର ଅପିଲ୍‌ କରିଛନ୍ତି। କୁକି-ଜୋ ସମ୍ପ୍ରଦାୟର ଅଲଗା ପ୍ରଶାସନ ଦାବିକୁ କେନ୍ଦ୍ର ସରକାର ରାଜି ନ ହେବାକୁ ବୀରେନ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଏକ ସ୍ମାରକପତ୍ର ଜରିଆରେ ଉପରୋକ୍ତ ଅନୁରୋଧ ଜଣାଇଛନ୍ତି। ତାଙ୍କ ସମେତ ବହୁସଂଖ୍ୟାରେ ବିଧାୟକ ଏବଂ ବିଧାନସଭା ବାଚସ୍ପତି ରବିବାର ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ।
ସ୍ମାରକପତ୍ରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ମଣିପୁରରେ ଶାନ୍ତି ସୁନିଶ୍ଚିତ କରାନ୍ତୁ ଏବଂ ନିର୍ବାଚିତ ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ କ୍ଷମତା ଦିଅନ୍ତୁ। ସସ୍ପେନ୍‌ଶନ ଅଫ୍‌ ଅପରେଶନ (ଏସ୍‌ଓଓ) ଚୁକ୍ତିନାମାକୁ ରଦ୍ଦ କରିବା ପାଇଁ ବୀରେନ୍‌ ଆହ୍ବାନ ଦେଇଛନ୍ତି। ୨୦୦୮ରେ କେନ୍ଦ୍ର ସରକାର, ମଣିପୁର ସରକାର ଏବଂ କୁକି ଉଗ୍ରପନ୍ଥୀ ସଂଗଠନର ୨ ଗୋଷ୍ଠୀ କୁକି ନ୍ୟାଶନାଲ ଅର୍ଗାନାଇଜେଶନ (କେଏନ୍‌ଓ) ଏବଂ ୟୁନାଇଟେଡ୍‌ ପିପୁଲ୍ସ ଫ୍ରଣ୍ଟ (ୟୁପିଏଫ୍‌) ମଧ୍ୟରେ ଏସ୍‌ଓଓ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲାବେଳେ ବିଭିନ୍ନ ସମୟରେ ଏହାର ସମୟସୀମା ବୃଦ୍ଧି କରାଯାଉଛି। ଗତ କିଛିଦିନ ହେଲା ମଣିପୁରରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। ଶୁକ୍ରବାର ରକେଟ୍‌ ଆକ୍ରମଣରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଶନିବାର ସକାଳେ ଜିରିବାମ୍‌ ଜିଲାରେ ସାନି ହିଂସା ଘଟି ୬ ଜଣଙ୍କ ଜୀବନ ଯାଇଥିଲା।

The post ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ପଦକ୍ଷେପ ନେଉ appeared first on Dharitri Odia News.