ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଭଙ୍ଗାରୁଜା
ଭଦ୍ରକ, ୪।୭: ଭଦ୍ରକ ଗେଲପୁରସ୍ଥିତ ମାତୃ ଓ ଶିଶୁ ମଙ୍ଗଳ ହସ୍ପିଟାଲରେ ଗୁରୁବାର ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ମାତୃ ଓ ଶିଶୁ ମଙ୍ଗଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ମହିଳା ଜଣକ ଛୁଆ ଜନ୍ମ କରିଥିଲେ। ଛୁଆ ଜନ୍ମ ପରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଲା ଯୋଗୁ ମହିଳାଙ୍କ […] The post ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଭଙ୍ଗାରୁଜା appeared first on Dharitri Odia News.
ଭଦ୍ରକ, ୪।୭: ଭଦ୍ରକ ଗେଲପୁରସ୍ଥିତ ମାତୃ ଓ ଶିଶୁ ମଙ୍ଗଳ ହସ୍ପିଟାଲରେ ଗୁରୁବାର ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ମାତୃ ଓ ଶିଶୁ ମଙ୍ଗଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ମହିଳା ଜଣକ ଛୁଆ ଜନ୍ମ କରିଥିଲେ। ଛୁଆ ଜନ୍ମ ପରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଲା ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଥିବା ମୃତକଙ୍କ ସମ୍ପର୍କିୟ ଅଭିଯୋଗ କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ ପରିସରରେ ଭାଙ୍ଗରୁଜା କରିଥିଲେ। ଫଳରେ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।
The post ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଭଙ୍ଗାରୁଜା appeared first on Dharitri Odia News.