ଖ୍ରୀଷ୍ଟମାସରେ ୟୁକ୍ରେନ୍ ଉପରେ ଋଷର ବଡ଼ ଆଟାକ୍

ନନ୍ଦିଘୋଷ ବ୍ୟୁରୋ : ଖ୍ରୀଷ୍ଟମାସରେ ୟୁକ୍ରେନ୍ ଉପରେ ଋଷର ବଡ଼ ଆଟାକ୍ ।  ଋଷ ପକ୍ଷରୁ ୭୦ରୁ ଅଧିକ ମିସାଇଲ... The post ଖ୍ରୀଷ୍ଟମାସରେ ୟୁକ୍ରେନ୍ ଉପରେ ଋଷର ବଡ଼ ଆଟାକ୍ appeared first on .

ଖ୍ରୀଷ୍ଟମାସରେ ୟୁକ୍ରେନ୍ ଉପରେ ଋଷର ବଡ଼ ଆଟାକ୍

ନନ୍ଦିଘୋଷ ବ୍ୟୁରୋ : ଖ୍ରୀଷ୍ଟମାସରେ ୟୁକ୍ରେନ୍ ଉପରେ ଋଷର ବଡ଼ ଆଟାକ୍ ।  ଋଷ ପକ୍ଷରୁ ୭୦ରୁ ଅଧିକ ମିସାଇଲ ଓ ୧୦୦ରୁ ଅଧିକ ଡ୍ରୋନ ମାଡ଼ ହୋଇଛି। ଏହାଦ୍ୱାରା ୟୁକ୍ରେନର ବିଭିନ୍ନ ସହର ଧ୍ୱଂସବିଧ୍ୱଂସ୍ତ ହୋଇଯାଇଛି। ଖ୍ରୀଷ୍ଟମାସରେ ଏପରି ଆକ୍ରମଣକୁ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ନିନ୍ଦା କରିବା ସହ ଏହା ଏକ ଅମାନବୀୟ କାଣ୍ଡ ବୋଲି କହିଛନ୍ତି।  ଖ୍ରୀଷ୍ଟମାସରେ ହୋଇଥିବା ଆକ୍ରମଣ ଯୋଗୁ ଶକ୍ତି ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନେକ ସାଧାରଣ ଲୋକ ଆହତ ହୋଇଛନ୍ତି। ନିଜ ଏକ୍ସ ଆକାଉଣ୍ଟରେ ଜେଲେନସ୍କି କହିଛନ୍ତି ଯେ ପୂରା ବିଶ୍ୱ ଉତ୍ସବ ମୁଖର ଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜାଣିଶୁଣି ୟୁକ୍ରେନକୁ ଟାର୍ଗେଟ କରିଛନ୍ତି। ଋଷର ପ୍ରତିଟି ବଡ଼ ହମଲା ପାଇଁ ପ୍ରସ୍ତୁତି ଆବଶ୍ୟକ। ଏହା ଏକ ଯୋଜନାବଦ୍ଧ ଆକ୍ରମଣ।  ପୁଟିନ ଜାଣିଶୁଣି ଖ୍ରୀଷ୍ଟମାସକୁ ଆକ୍ରମଣ ପାଇଁ ବାଛିଛନ୍ତି। ଏହାଠାରୁ ଅଧିକ ଅମାନବୀୟ କାମ କ’ଣ ହୋଇପାରେ। ବାଲାଷ୍ଟିକ ସହ ୭୦ରୁ ଅଧିକ ମିସାଇଲ ଓ ୧୦୦ରୁ ଅଧିକ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଛି। ୟୁକ୍ରେନର ଶକ୍ତି ଉତ୍ସ ଓ ବ୍ୟବସ୍ଥାକୁ ଧ୍ୱଂସ କରାଯାଇଥିବା ଜେଲେନସ୍କି କହିଛନ୍ତି।

The post ଖ୍ରୀଷ୍ଟମାସରେ ୟୁକ୍ରେନ୍ ଉପରେ ଋଷର ବଡ଼ ଆଟାକ୍ appeared first on .