ଗଂଜାମରୁ ଆରମ୍ଭ ଶେଷ କେଉଁଠି ?
ଫେବ୍ରୁଆରୀ ୨୨ରେ ରାଜନାଥଙ୍କ ଡବଲ ଇଂଜିନ ସରକାର ଗଠନର ଦମ୍ଭୋକ୍ତି। ଗତ ୨୮ରେ ବିଜେଡି ସରକାରକୁ ଜେ.ପି. ନଡ୍ଡାଙ୍କ ସିଧା ନିଶାନା। ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ସରକାର ବଦଳାଇବାର ହୁଙ୍କାର। ବ୍ରହ୍ମପୁର ମାଟିରୁ ତିନି ତିନି ଜଣ ବିଜେପି ହେଭିୱେଟ୍ଙ୍କ ଆକ୍ରମଣାତ୍ମକ ନିର୍ବାଚନୀ ସଭାକୁ ନେଇ ଚର୍ଚ୍ଚା।
ବିଜେପି ଫୋକସରେ ଗଂଜାମ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ ଏଠାକୁ ଘନ ଘନ ପ୍ରଚାରରେ ଆସୁଛନ୍ତି ଭାରତୀୟ ଜନତା ପାର୍ଟିର ତୁଙ୍ଗ ନେତୃତ୍ୱ। ଆଜି ପ୍ରଧାନମନ୍ତ୍ରୀ ମୋଦି, ଏହା ପୂର୍ବରୁ ରାଜନାଥ ଓ ନଡ୍ଡା ବ୍ରହ୍ମପୁରରେ ନିର୍ବାଚନୀ ସଭା କରି ଏଇଠୁ ସରକାର ବଦଳାଇବାର ଆହ୍ୱାନ ଦେଇଛନ୍ତି। ୨୦୧୯ ନିର୍ବାଚନରେ ଗଂଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା ଆସନ ସହ ଅନେକ ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀ ଭଲ ଫାଇଟ୍ ଦେଇ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ଏଥର ଗଞ୍ଜାମରେ ବିଜେଡି ଗଡ଼ ଧ୍ୱଂସ ଲକ୍ଷ୍ୟରେ ରହିଛି ପଦ୍ମ ଦଳ।